Home > ଅଜବ ଖବର
ଭୋଟ ଦେବାକୁ ଆସିଥିବା ମହିଳାଙ୍କୁ ଜବାବ ମିଳିଲା “ଆପଣ ତ ମରି ସାରିଛନ୍ତି”
Khabar Odisha:Ajab-khabar-Election-Odisha-dead-women-alive-in-ghaziabads-kaila-bhatta-polling-booth
ଗାଜିଆବାଦ, ଏପ୍ରିଲ ୧୧(ଖବର ଓଡିଶା):

ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । ଏହି ଭିତରେ କେଉଁ  ସ୍ଥାନରେ ଇଭିଏମ ଖରାବ ହେବାର ତ କେଉଁ ସ୍ଥାନରେ ଭୋଟର ତାଲିକାରେ ନାମ ନଥିବା ଭଲି ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଉତ୍ତରପ୍ରଦେଶର ଗାଜିଆବାଦ ଲୋକସଭା ସିଟ୍ ଅନ୍ତର୍ଗତ ଆସୁଥିବା କୈଲା ଭଟ୍ଟା ଅଞ୍ଚଳର ବୁଥ୍ ନମ୍ୱର ୨୬୭ରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଭୋଟ୍ ଦୋବାକୁ ପହଞ୍ଚିଥିବା ରିହାନା ନାମକ ଜଣେ ମହିଳା ଭୋଟ୍ ଦେଇପାରି ନାହାନ୍ତି । 

ବୁଥରେ ଉପସ୍ଥିତ ଥିବା କର୍ମଚାରୀମାନେ ରିହାନାଙ୍କୁ ସୂଚନା ଦେଇଥିଲେ କି ତାଙ୍କ ନାମ ଭୋଟର ତାଲିକାରେ ନାହିଁ । ଏହି ଉତ୍ତର ପାଇବା ପରେ ରିହାନା ପ୍ରଶ୍ନ କରିଥିଲେ କି ତାଙ୍କ ନାମ କେମିତି କଟିଲା । ଏହି ପ୍ରଶ୍ନର ଜବାବରେ ତାଙ୍କୁ କୁହାଯାଇଥିଲା କି ଭୋଟରଙ୍କ ମୃତ୍ୟୁ ହୋଇସାରିଛି । ଏହା ଶୁଣିବା ପରେ ରିହାନା ସ୍ତବ୍ଧ ହୋଇଯାଇଥିଲେ, କାରଣ କର୍ମଚାରୀଙ୍କ ସାମ୍ନାରେ ସେ ଜୀବିତ ଛିଡାହୋଇଥିଲେ । 

କେବଳ ଗାଜିଆବାଦରେ ନୁହେଁ, ଗୌତମବୁଦ୍ଧନଗର ସଂସଦୀୟ କ୍ଷେତ୍ରରେ ମଧ୍ୟ ଏଭଲି ସମସ୍ୟା ଶୁଣିବାକୁ ମିଳୁଛି । ଗାଜିଆବାଦ ଠାରୁ ଗୌତମବୁଦ୍ଧନଗରରେ ଅଧିକ ଇଭିଏମ ଖରାପ ଥିବା ଅଭିଯୋଗ ଆସିଛି । 

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସକାଳ ୭ ଟାରୁ ପ୍ରଥମ ପର‌୍ୟ୍ୟାୟ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସଂନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଭୋଟଗ୍ରହଣ ହେବ । ଏହା ପରେ ଯଦି କେହି ଭୋଟ ଦେବାକୁ ପହଞ୍ଚନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ । କେବଳ ସେଇମାନେ ଭୋଟ ଦେଇପାରିବେ ଯେଉଁମାନେ ଲାଇନରେ ଛିଡାହୋଇଥିବେ ।