Home > ଅଜବ ଖବର
ନିର୍ବାଚନ ଲଢିବାର ଅଛି, ଟଙ୍କା ନାହିଁ, ଏହି ପ୍ରାର୍ଥୀ କିଡନୀ ବିକ୍ରି କରିବା ପାଇଁ ମାଗିଲେ ଅନୁମତି
Khabar Odisha:Ajab-khabar-Election-Odisha-loksabha-candidate-kishore-samrite-seeks-election-commission-permission-to-sell-kidney-balaghat
ଉତ୍ତରପ୍ରଦେଶ, ଏପ୍ରିଲ ୧୬(ଖବର ଓଡିଶା):

ଆପଣ କଣ କେବେ ଶୁଣିଛନ୍ତି କି କୌଣସି ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ନିଜର କିଡନୀ ବିକ୍ରି କରିବାକୁ ମଧ୍ୟ ଆଗେଇ ଆସିଛନ୍ତି । ଏହା ଶୁଣିଲେ ଆପଣଙ୍କୁ ଅଜବ ଲାଗୁଥିବ । କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଲୋକସଭା ସିଟର ନିର୍ଦଳୀୟ ପ୍ରାର୍ଥୀ ପୂର୍ବ ବିଧାୟକ କିଶୋର ସମରୀତେ ନିର୍ବାଚନର ଖର୍ଚ୍ଚ ବାହାର କରିବା ପାଇଁ ନିଜର କିଡନୀ ବିକ୍ରି କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଅନୁମତି ଲୋଡିଛନ୍ତି । 

କିଶୋର ସମରୀତେ ନିଜର କିଡନୀ ବିକ୍ରି କରିବା ପାଇଁ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ କହିଛନ୍ତି କି ଲୋକସଭା ନିର୍ବାଚନର କୌଣସି ପ୍ରାର୍ଥୀର ସର୍ବାଧିକ ବ୍ୟୟ ସୀମା ୭୫ ଲକ୍ଷ ଟଙ୍କ ଅଟେ, କିନ୍ତୁ ନିର୍ବାଚନ ଲଢିବା ପାଇଁ ଏତେ ଟଙ୍କା ମୋ ପାଖରେ ନାହିଁ । ଅନ୍ୟ ପ୍ରାର୍ଥୀମାନଙ୍କ ପାଖରେ ହଜାର କୋଟିର ସମ୍ପତ୍ତି ଅଛି । ଆଉ ମାତ୍ର ୧୫ ଦିନ ପରେ ନିର୍ବାଚନ, ଏତେ କମ ସମୟରେ ଟଙ୍କା ଯୋଗାଡ କରିବା ବହୁତ କଷ୍ଟ । କିଶୋର ସମରୀତେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି କି ନିର୍ବାଚନ ଆୟୋଗ ତାଙ୍କୁ ୭୫ ଲକ୍ଷ ଟଙ୍କା ଉପଲବ୍ଧ କରାଉ ନଚେତ୍ କୌଣସି ବ୍ୟାଙ୍କରୁ ଲୋନ କରେଇଦଉ । ଯଦି ଏମିତି ହୋଇପାରୁନାହିଁ, ତେବେ ତାଙ୍କୁ ଗୋଟିଏ କିଡନୀ ବିକ୍ରିକରିବା ପାଇଁ ଅନୁମତି ଦିଅନ୍ତୁ । ଯେମିତି ସେ ନିର୍ବାଚନ ଲଢିପାରିବେ । 

୧୦ ବର୍ଷ ପରେ ନିର୍ବାଚନ ଲଢିବାକୁ ଯାଉଛନ୍ତି କିଶୋର ସମରୀତେ । ସେ କହିଛନ୍ତି କି, ନିର୍ବାଚନ ପ୍ରକ୍ରିୟା ପ୍ରତ୍ୟେକ ନିର୍ବାଚନରେ ମହଙ୍ଗା ହେବାରେ ଲାଗିଛି । କମଜୋର ବର୍ଗର ବ୍ୟକ୍ତିଙ୍କ ପାଇଁ ନିର୍ବାଚନ ଲଢିବା ବହୁତ କଷ୍ଟ । ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ଏଭଳି ବ୍ୟବସ୍ଥା କରିବା ଦରକାର ଯେମିତି ଜଣେ ସାଧାରଣ ବ୍ୟକ୍ତି ପାଇଁ ନିର୍ବାଚନ ଲଢିବା ସହଜ ହେବ । 

କିଶୋର ସମରୀତେ ପୂର୍ବରୁ ସମାଜବାଦୀ ପାର୍ଟିରୁ ବିଧାୟକ ରହିସାରିଛନ୍ତି । ସେ ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବରୁ କିଶୋର ସମରୀତେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଦୁଷ୍କର୍ମ ଆରୋପରେ ଯାଚିକା ଦାଖଲ କରି ଚର୍ଚ୍ଚାରେ ରହିଥିଲେ ।