Home > ଅଜବ ଖବର
ମଜା ନେବା ପାଇଁ ଜଣେ ନର୍ସ କରିଦେଇଛନ୍ତି ୫୦୦୦ ନବଜାତ ଶିଶୁଙ୍କ ଅଦଳ-ବଦଳ
Khabar Odisha:Ajab-khabar-Odisha-Nurse-who-is-Battling-Cancer-Confesses-to-Swapping-5000-Babies
ଜିମ୍ୱାୱେ, ଏପ୍ରିଲ ୧୦(ଖବର ଓଡିଶା):

ଜିମ୍ୱାୱେରେ ଜଣେ ନର୍ସ ନିଜର ୧୨ ବର୍ଷର ଚାକିରୀ କାଳ ମଧ୍ୟରେ ପାଖାପାଖି ୫୦୦୦ ନବଜାତ ଶିଶୁଙ୍କୁ ପରସ୍ପର ଭିତରେ ଅଦଳ ବଦଳ କରିଦେଇଛନ୍ତି । ତାଙ୍କୁ ଏଭଳି କରିବାରେ ଖୁସି ଲାଗୁଥିଲା । କେବଳ ନିଜେ ମଜା ନେବା ପାଇଁ ସେ ଏଭଳି କରିଥିବା କହିଛନ୍ତି । 

ଜିମ୍ୱାୱେର ଏହି ନର୍ସ ଜଣକ କହିଛନ୍ତି କି, ୟୁନିଭରସିଟି ଟିଚିଙ୍ଗ ହସ୍ପିଟାଲରେ ୧୯୮୩ ରୁ ୧୯୯୫ ମଧ୍ୟରେ ଜନ୍ମ ହୋଇଥିବା ଅଧିକାଂଶ ଶିଶୁ ନିଜର ପ୍ରକୃତ ମାତା ପିତାଙ୍କ ଘରକୁ ନ ଯାଇ ଅନ୍ୟ ଘରକୁ ଚାଲିଯାଇଛନ୍ତି । ଏହି ନର୍ସଙ୍କର ନାମ ହେଉଛି ଏଲିଜାବେଥ୍ । ଏବେ ଏଲିଜାବେଥଙ୍କୁ କ୍ୟାନ୍ସର ହୋଇଯାଇଛି । ସେ କରିଥିବା ଭୁଲ ପାଇଁ ଆଜି ସେ ପଶ୍ଚ୍ୟାତାପ କରୁଛନ୍ତି, ସେଥିପାଇଁ ସେ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି । ଏହି ଘଟଣାର ସତ୍ୟାସତ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପ୍ରଶାସନ ଏ ବିଷୟକୁ ଗମ୍ଭୀର ଭାବେ ନେଇ ଛାନଭିନ ଆରମ୍ଭ କରୁଛି ।