Home > ଅଜବ ଖବର
ଷ୍ଟେସନରେ ଲେମ୍ୱୁପାଣି ପ୍ରସ୍ତୁତ କରିବାର ଭିଡିଓ ଭାଇରାଲ, ବିକ୍ରି ଉପରେ ରୋକ ଲଗାଇଲା ରେଲୱେ
Khabar Odisha:Ajab-khabar-Odisha-irctc-nimbu-pani-video-aftermath-sale-banned-at-mumbai-railway-stations
ନୂଆଦିଲ୍ଲୀ, ମାର୍ଚ୍ଚ ୨୮(ଖବର ଓଡିଶା):

 କିଛି ଦିନ ପୂର୍ବରୁ ମୁମ୍ୱାଇର କୁର୍ଲା ରେଲୱେ ଷ୍ଟେସନରେ ଜଣେ କର୍ମଚାରୀଙ୍କ ଦ୍ୱାରା ଲେମ୍ୱୁପାଣି ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେବା ପରେ ସେଣ୍ଟ୍ରାଲ ରେଲୱେ ଏହା ଉପରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପୁରା ଘଟଣାରେ ସେଣ୍ଟ୍ରାଲ ରେଲୱେର ଦାୟିତ୍ୱହୀନତା ପଦାରେ ପଡିଛି । 

ଏହାପରେ ସେଣ୍ଟ୍ରାଲ ରେଲୱେ(ମୁମ୍ୱାଇ ଡିଭିଜନ) ସମସ୍ତ କାଟରିଂ ୟୁନିଟଗୁଡିକୁ ଷ୍ଟେସନ ପରିସରରେ ଲେମ୍ୱୁପାଣି, ଅରେଞ୍ଜ ଜୁସ୍ ଏବଂ କାଲା ଖଟ୍ଟାର ବିକ୍ରି ଉପରେ ତତ୍‌କ୍ଷାଣାତ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି । କୁର୍ଲା ରେଲୱେ ଷ୍ଟେସନରେ ଲେମ୍ୱୁପାଣି ପ୍ରସ୍ତୁତର ଭିଡିଓ ଭାଇରାଲ ହେବା ପରେ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଏହି ପଦକ୍ଷେତ ନିଆଯାଇଥିଲା । 

ଭାଇରାଲ ହେଉଥିବା ଭିଡିଓରେ ଜଣେ କର୍ମଚାରୀ ଅପରିଷ୍କାର ହାତରେ ଗୋଟିଏ ବାଲ୍ଟିରେ ଲେମ୍ୱୁ ଚିପୁଡୁଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, ସେ ସେ ଉପରେ ଥିବା ଟାଙ୍କିର ପାଣିକୁ ବ୍ୟବହାର କରୁଛି । ମଝିରେ ପୁଣି ବାଲ୍ଟିରେ ଟାଙ୍କିରୁ ପାଣି ଆଣି ଲେମ୍ୱୁପାଣୀ ତିଆରି କରିବାରେ ଲାଗିପଡେ । ପରେ ପୁଣି ସେହି ଲେମ୍ୱୁପାଣୀକୁ ଷ୍ଟଲରେ ରଖି ବିକ୍ରି କରିଥାଏ । ଏବେ ଜୋର୍‌ସୋର୍‌ରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।