Home > ଅଜବ ଖବର
୩୯ ବର୍ଷିୟ ମହିଳା ଜନ୍ମ କରିଛନ୍ତି ୪୪ ପିଲା, ଡାକ୍ତର କହିଲେ ପିଲା ଜନ୍ମ କରିବା ଦରକାର
Khabar Odisha:Ajab-khabar-Odisha-meet-the-39-year-old-mother-of-44-children
ୟୁଗାଣ୍ଡା, ମେ ୦୯(ଖବର ଓଡିଶା):

୩୯ ବର୍ଷର ମରୀୟମ ନାବାତାଂଜୀ ବର୍ତ୍ତମାନ ସୁଦ୍ଧା ୪୪ ପିଲାଙ୍କୁ ଜନ୍ମ ଦେଇସାରିଛନ୍ତି । ତାଙ୍କର ୪ ପିଲାଙ୍କର ମୃତ୍ୟୁ ହୋଇଥିଲେ ବି ୪୦ ପିଲା ସୁସ୍ଥ ଅଛନ୍ତି । ସେ ୟୁଗାଣ୍ଡାର ରାଜଧାନୀ କଂପାଲା ନିକଟରେ ଥିବା ଏକ ଗାଁରେ ରୁହନ୍ତି ।  ମରୀୟମ ନାବାତାଂଜୀଙ୍କ ବିବାହ ୧୨ ବର୍ଷ ବୟସରେ ହିଁ ହୋଇଯାଇଥିଲା । ବିବାହର ୧ ବର୍ଷ ପରେ ହିଁ ସେ ଯାଆଁଳା ପିଲା ଜନ୍ମ କରିଥିଲେ । ଏହା ପରେ ୫ ଯାଆଁଳା ଆହୁରି ଜନ୍ମ ହୋଇଥିଲେ । ଚାରିଥର ତାଙ୍କର ତିନୋଟି ଲେଖାଏଁ ପିଲା ଓ ପାଞ୍ଚଥର ଚାରୋଟି ଲେଖାଏଁ ପିଲା ଜନ୍ମ ହୋଇଥିଲା । 

ମରୀୟମ ନାବାତାଂଜୀ କହିଛନ୍ତି, ପ୍ରତ୍ୟେକ ପିଲା ଜନ୍ମ ହେବା ପରେ ମୁଁ ନସବନ୍ଦୀ କରାଇବା ପାଇଁ ହସ୍ପିଟାଲ ଯାଇଛି । ଡାକ୍ତର କହିଥିଲେ ଯେ, ମୋ ଶରୀରରେ ବହୁତ ଅଣ୍ଡାଣୁ ଅଛି ସେଥିପାଇଁ ମୋତେ ପିଲା ଜନ୍ଣ କରିବା ଦରକାର । ମୋତେ ଭଲ ଲାଗୁଛି କି ମୋର ପରିବାର ଅଛି ।