Home > ଅଜବ ଖବର
ସିଂହ ସହ ଏକା ଘରେ ରହୁଛନ୍ତି ଏହି ପାକିସ୍ତାନୀ
Khabar Odisha:Ajab-khabar-Odisha-pakistani-man-zulkaif-chaudhary-living-with-a-lion-in-his-bedroom
ନୂଆଦିଲ୍ଲୀ, ମେ ୨୯(ଖବର ଓଡ଼ିଶା):

କୁକୁର, ବିଲେଇକୁ ନିଜ ଘରେ ରଖିବା ଲୋକ ନିଶ୍ଚିତ ଦେଖିଥିବେ କିନ୍ତୁ ସିଂହକୁ ରଖିବା କେବେ ଦେଖିନଥିବେ । ଆସନ୍ତୁ ଆଜି ଏପରି ଏକ ବିଚିତ୍ର କଥା ଜାଣିବା ।

ପାକିସ୍ତାନର ଜଣେ ବ୍ୟକ୍ତି ଜୁକ୍ଲେଫ ଚୈାଧୁରୀ ଏକ ରେଷ୍ଟୁରାଣ୍ଟ ଚଳାନ୍ତି । ସେ ଏକ ସିଂହକୁ ନିଜ ଘରେ ଆଣି ପାଳିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସିଂହ ସହ ନିବିଡ଼ ସମ୍ପର୍କ ରହିଛି । ତାଙ୍କ ଦୁଇ ବର୍ଷର ପୁଅ ମଧ୍ୟ ବିନା ଡ଼ରରେ ସିଂହ ସହ ଖେଳୁଛି । ଜୁକ୍ଲେଫ ତାଙ୍କ ସିଂହର ନାମ “ବବର”ରଖିଛନ୍ତି । ତାକୁ ପିଞ୍ଜରାରେ ବାନ୍ଧି ରଖୁନାହାଁନ୍ତି । ସେ ତିନି ଲକ୍ଷ ଟଙ୍କା ଦେଇ ସିଂହ କିଣିଛନ୍ତି । ଏବଂ ସମସ୍ତ ବିଭାଗରୁ ଅନୁମତି ଆଣି ସେ ସିଂହକୁ ଘରକୁ ଆଣିଛନ୍ତି ।

 ସିଂହ ତାଙ୍କ ଖଟ ଉପରେ ମଧ୍ୟ ଶୋଉଛି । ଆଖ ପାଖ ଲୋକ ତାଙ୍କ ଘରକୁ ସେଲଫି ନେବା ପାଇଁ ଆସୁଛନ୍ତି । ସେ ସିଂହଟିକୁ ଆଣି ପ୍ର୍ରାୟ ଦୁଇ ମାସ ହେବ ଏବଂ ତାଙ୍କ ପରିବାର ଲୋକ ସିଂହ ସହ ଆରାମ ସେ ରହୁଛନ୍ତି ।

  • Tags: