Home > ଅଜବ ଖବର
ଉତ୍ତର କୋରିଆର ୧୦ ଅଜବ ନିୟମ, ଯାହାକୁ ଉଲ୍ଲଙ୍ଘନ କଲେ ମିଳିବ ଫାଶୀଦଣ୍ଡ
Khabar Odisha:ajab-khabar-10-ajab-rule-of-North-Koria
ଭୁବନେଶ୍ଵର, ନଭେମ୍ଵର ୧୧ (ଖବର ଓଡିଶା) :

ବିଶ୍ଵରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଯାହାକି ଶୁଣିବା ପାଇଁ ଯେତିକି ଅଜବ ମାନିବା ସେତିକି କଷ୍ଟ। ତେବେ ଉତ୍ତର କୋରିଆ ଏଭଳି ଏକ ଦେଶ ଯେଉଁଠାରେ କିଛି ବି କରିବା ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ। ଏହି ଦେଶରେ ଏଭଳି କେତେକ ନିୟମ ରହିଛି ଯାହାକୁ ଆପଣ ଉଲ୍ଲଙ୍ଘନ କଲେ ଆପଣଙ୍କୁ ଫାଶୀଦଣ୍ଡ ମଧ୍ୟ ଭୋଗିବାକୁ ପଡିବ। ତେବେ ଜାଣନ୍ତୁ ଉତ୍ତର କୋରିଆର କିଛି ଅଜବ ନିୟମ ବିଷୟରେ- 

୧-ଟିଭି ଉପରେ ପ୍ରତିବନ୍ଧକ। ଭାରତରେ ଆପଣ ଘରେ ବସି ଟିଭିରେ ଯେକୌଣସି ଚ୍ୟାନେଲ ଦେଖିପାରିବେ। କିନ୍ତୁ ଉତ୍ତର କୋରିଆରେ ଏହା ଉପରେ ପ୍ରତିବନ୍ଧକ ଲଗାଇଛି। ସେଠାରେ ସରକାର ଯେଉଁ ଚ୍ୟାନେଲକୁ ଅନୁମତି ଦେଇଛନ୍ତି କେବଳ ସେହି ଚ୍ୟାନେଲ ଚାଲିବାର ବ୍ୟବସ୍ଥା ରହିଛି। 

୨-କେଶ କାଟିବା ଉପରେ ପ୍ରତିବନ୍ଧକ। ଆଜି କାଲି କେଶ କାଟିବାକୁ ନେଇ କେହି କିଛି କହିଲେ ଖରାପ ଲାଗୁଛି। କିନ୍ତୁ ଉତ୍ତର କୋରିଆର ଏକ ଅଜବ ନିୟମ ରହିଛି। ଏଠାରେ କେବଳ ୨୮ ପ୍ରକାରର ହେୟାରଷ୍ଟାଇଲ ରହିଛି। ଏଥିରୁ ୧୦ଟି ପୁରୁଷମାନଙ୍କ ପାଇଁ ଓ ୧୮ଟି ମହିଳାମାନଙ୍କ ପାଇଁ। ଏଟାରେ ବିବାହିତ ମହିଳାଙ୍କୁ ଲମ୍ବା କେଶ ରଖିବା ଓ ପୁରୁଷଙ୍କୁ ୩ ଇଞ୍ଚରୁ ଅଧିକ ଲମ୍ବା କେଶ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। 

୩- ଉତ୍ତର କୋରିଆରେ ନୀଳ ଜିନ୍ସକୁ ଆମେରିକାର ପରମ୍ପରା ମାନେ। ତେଣୁ ଏଠାରେ ନୀଳ ଜିନ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି। 

୪-ଉତ୍ତର କୋରିଆରେ ପର୍ଣ୍ଣ ଫିଲ୍ମ ଦେଖିବା ଓ ପ୍ରସାରଣ କରିବା ଉଭୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ଆପଣ ଫିଲ୍ମ ଦେଖିବା ସମୟରେ ଧରା ପଡନ୍ତି ତେବେ ଆପଣଙ୍କୁ ଜେଲ ଯିବାକୁ ପଡିବ। 

୫- ଦେଶ ଛାଡି ଯାଇପାରିବେନି ଉତ୍ତର କୋରିଆବାସୀ। 

୬-ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ। ଏଠାରେ ଇଣ୍ଟରନେଟ ୨.୫ ହର୍ଜ ଯାଏଁ ଉପଲବ୍ଧ ହୋଇଥାଏ। କେଭଳ ସରକାରୀ କାମରେ ଇଣ୍ଟରନେଟ୍ ବ୍ୟବହାର କରାଯାଏ। 

୭- ଉତ୍ତର କୋରିଆର ରାଜଧାନୀରେ କେବଳ ସରକାରୀ ଲୋକ ଧନୀ ଲୋକମାନେ ରହିପାରିବେ। ରାଜଧାନୀରେ କିଏ ରହିବ ତାହା ସରକାର ନିର୍ଦ୍ଧାରଣ କରିଥାନ୍ତି। 

୮- ଯଦି କେହି ଦୋଷକରେ ତେବେ ଉକ୍ତ ବ୍ୟକ୍ତି ସହ ତାର ପରିବାରକୁ ମଧ୍ୟ ସଜା ଭୋଗିବାକୁ ପଡିବ। ପିଲାଠାରୁ ନେଇ ବୁଢା ଯାଏଁ ମଧ୍ୟ ଭୋଗିବାକୁ ପଡିଥାଏ। 

୯-ବାଇବେଲକୁ ଉତ୍ତର କୋରିଆରେ ୱେଷ୍ଟର୍ଣ୍ଣ କଲଚର ବୋଲି କୁହାଯାଇଥାଏ। ତେଣୁ ଘରେ ବାଇବେଲ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। 

୧୦-ଏଠାରେ କେବଳ କିମ୍ ଫ୍ୟାମିଲିକୁ ପୂଜା କରି ପାରିବେ। ଏଠାରେ କେବଳ ଷ୍ଟେଟ୍ ଅଫିସରଙ୍କ ପାଖରେ ଗାଡି ରଖିବାକୁ ଅନୁମତି ଦିଆଯାଇଛି। ଏଠାରେ ୧୦୦୦ରେ କେବଳ ୧୦ ଜଣଙ୍କ ନିକଟରେ ଗାଡି ରହିଛି।