Home > ଅଜବ ଖବର
ଅଯଥା ବହୁଥିବା ପାଣିକୁ ପତ୍ର ମାଧ୍ୟମରେ ଅଟକାଉଛି ମାଙ୍କଡ, ଭିଡିଓ ଭାଇରାଲ...
Khabar Odisha:ajab-khabar-odisha-a-monkey-saves-water-people-ask-who-are-the-real-animals-watch-video
ଭୁବନେଶ୍ଵର, ଅକ୍ଟୋବର ୧୧ (ଖବର ଓଡିଶା) :

 କଥାରେ ଅଛି ଜଳ ହିଁ ଜୀବନ। କିନ୍ତୁ କିଛି ଲୋକ ଆଜି ଯାଏଁ ଏହାର ଅର୍ଥ ବୁଝିପାରି ନାହାଁନ୍ତି। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ମାଙ୍କଡ ଅଯଥାରେ ବହି ଯାଉଥିବା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛି। ଏହାକୁ ଦେଖି କିଛି ଲୋକ ପ୍ରଶ୍ନ କରିଛନ୍ତି କି, ଅସଲ ପଶୁ କିଏ? ତେବେ ବର୍ବାଦ ହେଉଥିବା ପାଣିକୁ ରକ୍ଷା କରୁଥିବା ଏହା ପ୍ରଥମ ମାଙ୍କଡ ନୁହେଁ ଏହା ପୂର୍ବରୁ ଆଉ ଏକ ମାଙ୍କଡ ପାଣି ପିଇସାରି ଟ୍ୟାପ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓ ଜଣେ ବ୍ୟକ୍ତି ଟ୍ଵିଟ୍ କରି ଲେଖିଛନ୍ତି କି, ପଶୁମାନେ କେତେ କଣ କରୁଛନ୍ତି କିନ୍ତୁ ଆମ ମନୁଷ୍ୟଙ୍କୁ କଣ ହୋଇଛି କେଜାଣି କେହି ଏହା ବୁଝିପାରୁ ନାହାଁନ୍ତି। 

ଏହା ପୂର୍ବରୁ ଅଭିନେତା ରଣଦୀପ ହୁଡ୍ଡା ଏହି ଭିଡିଓ ସେୟାର କରି ଲେଖିଥିଲେ କି, ଯଦି ଏହି ଭାଇ ଏପରି କରିପାରୁଛନ୍ତି ତେବେ ଆମେ କଣ ପାଇଁ ନୁହେଁ। ପାଣି ବଞ୍ଚାଅ।