Home > ଅଜବ ଖବର
ପତ୍ନୀ କହିଲେ ଅଧିକ ପାଠ ପଢିବି, ହାତର ଆଙ୍ଗୁଳି କାଟିଦେଲେ ଅଷ୍ଟମ ପାସ୍ ସ୍ୱାମୀ
Khabar Odisha:ajab-khabar-odisha-bangladesh-man-cut-his-wifes-finger-for-graduation
କଲୋମ୍ବୋ, ମେ ୧୪(ଖବର ଓଡିଶା):

ବାଂଲାଦେଶର ରାଜଧାନୀ ଢାକାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗ୍ରାଜୁଏସନ କରିବା ଜିଦରେ ଉତକ୍ଷିପ୍ତ ହୋଇ ତାଙ୍କର ଆଙ୍ଗୁଳି କାଟି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ରଫିଲୁଲ ସାଉଦୀ ନାମକ ଜଣେ ବ୍ୟକ୍ତି ଆରବରେ କାମ କରନ୍ତି । ସେ ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ତାଙ୍କ ପତ୍ନୀ ହାବା ଅଖତାରଙ୍କ ପାଠପଢାରେ ରୁଚି ରହିଥିଲା । ସେ ସ୍ନାତକ କରିବେ ବୋଲି ରଫିକୁଲଙ୍କ ନିକଟରେ ଜିଦ୍ କରିଥିଲେ  ଏହାକୁ ନେଇ ରଫିକୁଲ ହାବାଙ୍କୁ ଦଣ୍ଡ ଦେବା କଥା ଚିନ୍ତା କରିଥିଲେ । ଏପରିକି ତାଙ୍କୁ ସରପ୍ରାଇଜ କଥା କହି ତାଙ୍କର ପାଂଚୋଟି ଆଙ୍ଗୁଳି କାଟି ଦେଇଥିଲେ । ଆଙ୍ଗୁଳି କାଟିବା ପରେ ସେ ଏହାକୁ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ ଯେପରିକି ଡାକ୍ତର ମଧ୍ୟ ଏହାକୁ ଜୋଡି ପାରିବେ ନାହିଁ ।

ପୋଲିସ ନିକଟରେ ଅଭିଯୋଗ ହେବା ପରେ ରଫିକୁଲଙ୍କୁ ଗିରଫ କରାଯାଇଛି । ସେ ନିଜ ଦୋଷ ସ୍ୱୀକାର ମଧ୍ୟ କରିଛନ୍ତି ।

  • Tags: