Home > ଅଜବ ଖବର
ଦୁନିଆର ୪ଟି ରୋଚକ ତଥ୍ୟ, ଯାହା ଆପଣଙ୍କ ପାଇଁ ଅଜଣା, ଜାଣନ୍ତୁ...
Khabar Odisha:ajab-khabar-odisha-interesting-facts-in-the-world-who-will-shocked-you
ଭୁବନେଶ୍ଵର, ନଭେମ୍ବର ୦୨ (ଖବର ଓଡିଶା) :

 ଦୁନିଆରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି। ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆଜି ଦୁନିଆର ଏଭଳି ଆଶ୍ଚର୍ଯ୍ୟପୂର୍ଣ୍ଣ ସ୍ଥାନ ବିଷୟରେ କହିବୁ ଯାହା ଆପଣଙ୍କୁ ଶୁଣିଲେ ମଧ୍ୟ ବିଶ୍ଵାସ ଆସିବ ନାହିଁ। 

ମେଘାଳୟର ଉମଙ୍ଗୋଟ ନଦୀ- ଏହାକୁ ଭାରତର ସବୁଠାରୁ ସଫା ନଦୀ କୁହାଯାଏ। ଏହି ନଦୀ ମାୱଲ୍ୟାନ୍ନାଙ୍ଗ ଗ୍ରାମରେ ରହିଛି। ଏହି ଗ୍ରାମକୁ ଏଶିୟାର ସବୁଠାରୁ ସ୍ଵଚ୍ଛ ଗ୍ରାମ କୁହାଯାଏ। ଗ୍ରାମରେ ପାଖାପାଖି ୩୦୦ ଘର ରହିଛି। ଗ୍ରାମବାସୀମାନେ ଏହି ନଦୀକୁ ସଫା ରଖନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହାକି ଯେ, ନଦୀକୁ ଅପରିଷ୍କାର କଲେ ଗ୍ରାମବାସୀମାନେ ୫୦୦୦ ଟଙ୍କା ଜରିମାନା ଆଦାୟ କରନ୍ତି।

ନାମ୍ବିଆ- ଏହା ଏଭଳି ଏକ ସ୍ଥାନ ଯେଉଁଠାରେ ଆଟଲାଣ୍ଟିକ ମହାସାଗର ଏବଂ ୱେଷ୍ଟ କୋଷ୍ଟ ମରୁଭୂମିର ସଙ୍ଗମ ହୋଇଛି। ଏହା ଦୁନିଆର ସବୁଠୁ ପୁରୁଣା ମରୁଭୂମି। ଯାହାକି ସାଢେ ୫କୋଟି ବର୍ଷ ତଳୁ ରହିଛି। 

ବ୍ରାଜିଲ- ଦୁନିଆରେ ପ୍ରାୟତଃ ସ୍ଥାନରେ ପିଇବା ପାଣିର ଅଭାବ ଥିବା ବେଳେ ବ୍ରାଜିଲରେ ପ୍ରଚୁର ପରିମାଣରେ ପିଇବା ପାଣି ରହିଛି। ଏଠାରେ ୮,୨୩୩ ଘନ କିଲୋମିଟରର ପାନୀୟ ଜଳ ରହିଛି। 

କପା- ସମସ୍ତେ ଭାବନ୍ତି କି ନୋଟ୍ କାଗଜରେ ନିର୍ମିତ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନୋଟ୍ କପାରେ ନିର୍ମିତ। ତେଣୁ ନୋଟ ଖୁବ୍ ଶୀଘ୍ର ଚିରେ ନାହିଁ।