Home > ଅଜବ ଖବର
ଅଜବ ଗଜବ ଭାରତର ଅଦ୍ଭୁତ କାହାଣୀ, ଏହି କୁଣ୍ଡରେ ତାଳି ମାରିଲେ ବାହାରୁଛି ଗରମ ପାଣି
Khabar Odisha:ajab-khabar-odisha-jharkhand-bukaro-dalahi-kunda
ଭୁବନେଶ୍ଵର, ଅକ୍ଟୋବର ୨୦ (ଖବର ଓଡିଶା) :

ଦୁନିଆରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି ଯାହାକୁ ପ୍ରକୃତି ତିଆରି କରିଛି। ଯାହାକୁ ବୁଝିବା ଆଜି ମନୁଷ୍ୟ ପକ୍ଷରେ ଅସମ୍ଭବ ପାଲଟିଛି। ଆଜି ଆମେ ଅଜବ ଗଜବ ଭାରତର ଏଭଳି ଏକ କୁଣ୍ଡ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ତାଳି ବଜାଇବା ମାତ୍ରେ ଗରମ ପାଣି ବାହାରି ଥାଏ। ଝାରଖଣ୍ଡର ବୁକାରୋ ଜିଲ୍ଲାରେ ଏହି ରହସ୍ୟମୟୀ କୁଣ୍ଡ ରହିଛି। ଏହାର ନାମ ଦଲାହୀ କୁଣ୍ଡ।

ଝାରଖଣ୍ଡର ବୁକାରୋ ଜିଲ୍ଲାରେ ଥିବା ଦଲାହୀ କୁଣ୍ଡରେ ତାଳି ବଜାଇବା ମାତ୍ରେ ଗରମ ପାଣି ବାହାରି ଥାଏ। ଏହି କୁଣ୍ଡରେ ସ୍ନାନ କଲେ ଚର୍ମ ରୋଗ ଦୂର ହୁଏ ବୋଲି ମାନ୍ୟତା ରହିଛି। ବୁକାରୋ ଠାରୁ ୨୭କିମି ଦୂର ଏହି କୁଣ୍ଡ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ଗାଧୋଇବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସିଥାନ୍ତି। 

ଏହାକୁ ନେଇ ଲୋକଙ୍କର ମାନ୍ୟତା ରହିଛି। କୁହନ୍ତି ଏହି କୁଣ୍ଡରେ ସ୍ନାନ କଲେ ଲୋକଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି କୁଣ୍ଡରେ ଥରେ ଗାଧୋଇଲେ ଚର୍ମ ରୋଗ ସମ୍ବଧିତ ସମସ୍ୟା ଦୂର ହୋଇଥାଏ। ଏହି ପୋଖରୀରୁ ବାହାରୁଥିବା ପାଣି ଗଙ୍ଗା ନଦୀରେ ଯାଇ ମିଶିଛି। ବେଜ୍ଞାନିକଙ୍କ କହିବା ଅନୁଯାୟୀ ତାଳି ବଜାଇବା ଦ୍ଵାରା ଧ୍ଵନି ତରଙ୍ଗ କାରଣରୁ ପାଣି ଉପରେ ପ୍ରଭାବ ପଡିଥାଏ। କିନ୍ତୁ ଏହା ଉପରକୁ କିଭଳି ଆସୁଛି ତାହା ଆଜି ଯାଏଁ କେହି ଜାଣି ପାରି ନାହାଁନ୍ତି।