Home > ଅଜବ ଖବର
କାନ୍ଦ ବନ୍ଦ ନ ହେବାରୁ ଶିଶୁର ମୁହଁରେ ଫେଭିକ୍ୱିକ ଲଗାଇଲା ମା
Khabar Odisha:national-bihar-mother-put-feviquick-to-her-children
ବିହାର, ମାର୍ଚ୍ଚ ୨୪(ଖବର ଓଡିଶା):

ବିହାରର ଛପରାରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଲଗାତାର ଭାବେ କାନ୍ଦୁଥିବା ଗୋଟିଏ ଛୋଟ ଛୁଆକୁ ଚୁପ କରିବା ପାଇଁ ମା ଶିଶୁଟିର ମୁହଁରେ ଫେଭିକ୍ୱିକ ଲଗାଇଦେଇଛି । ଏନେଇ ଶିଶୁର ପିତା ଥାନାରେ ଅଭିଯୋଗ କରିଛନ୍ତି । 

ପିତାଙ୍କ ଅଭିଯୋଗ ଅନୁସାରେ, ଶିଶୁଟି ଲଗାତାର ଭାବେ କାନ୍ଦୁଥିଲା । ଏଥିରେ ରାଗିଯାଇ ତାହାର ମା ଶୋଭା ପାଟିରେ ଫେଭିକ୍ୱିକ୍ ଲଗାଇଦେଇଥିଲେ । ଯେପରି ଶିଶୁଟି ଚୁପ୍ ହୋଇଯିବ । ବର୍ତମାନ ଶିଶୁକୁ ମେଡିକାଲରେ ଭର୍ତି କରାଯାଇଛି । ତେବେ ଶିଶୁଟି ବିପଦମୁକ୍ତ ରହିଛି । 

  • Tags: