Home > ଅଜବ ଖବର
ଆକାଶରେ ଦେଖାଦେଲା ରହସ୍ୟମୟ ଆଲୋକ, ଚର୍ଚ୍ଚାରେ ଏଲିଅନ ଓ ଉଡନ୍ତା ଥାଳିଆ
Khabar Odisha:national-odisha-allien-and-ufo-at-american-sea
ୱାଶିଂଟନ, ଅକ୍ଟୋବର ୦୬(ଖବର ଓଡିଶା):

ଏଲିଅନ ଆଜି ମଧ୍ୟ ବିଶ୍ୱର ଏକ ରହସ୍ୟ ହୋଇରହିଛି । ଏଲିଅନ ସହ ଉଡନ୍ତା ଥାଳିଆ ଅନେକ ସମୟରେ ଦେଖାଦେଇଥାଏ । ଏପରି ଅନେକ ଖବର  ଫଟୋ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏବେ ସୁଧା କେହି ହେଲେ ଏଲିଅନ ଦେଖିବାକୁ କିଭଳି ତାହା ଦାବି କରିପାରି ନାହାନ୍ତି । ଏହି ସବୁ ମଧ୍ୟରେ ଆମେରିକାର ଉତର କେରୋଲିନାସ୍ଥିତ ସମୁଦ୍ର ଉପରେ କିଛି ଚକଚକ୍ କରୁଥିବା ବସ୍ତୁ ଦେଖିବାକୁ ମିଳିଥିଲା । ଯାହା ଦେଖିବାକୁ ଏକ ଥାଳି ସଦୃଶ ରହିଥିଲା । ସୋସିଆଲ ମିଡିଆରେ ଆକାଶରେ ଦେଖାଦେଇଥିବା ଏହି ୧୪,୧୫ଟି ବସ୍ତୁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ବିଲିୟମ ଗାୟ ନାମକ ଏକ ବ୍ୟକ୍ତି ପୋଷ୍ଟ କରିଛନ୍ତି । ଏହି ଭିଡିଓକୁ ଦେଖିବା ବେଳେ ଗାୟଙ୍କ କଥା ଶୁଭୁଛି । ଆକାଶରେ ଅନ୍ଧାର ଥିବାବେଳେ ୧୪,୧୫ଟି ଆଲୋକିତ ବସ୍ତୁ ଉଡୁଥିବା ସେ ଭିଡିଓରେ କହିଛନ୍ତି ।  କେହି କହିପାରିବେ କି ଏହା କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭିଡିଓରେ ଡଙ୍ଗାରେ ବସିଥିବା ଲୋକ ଏପରି ଘଟଣା କେବଳ ଟିଭିରେ ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି । ଉତର କେରୋଲିନାରେ ରେକର୍ଡିଂ ହୋଇଥିବା ଏହି ଦୃଶ୍ୟ ସେପ୍ଟେମ୍ବର ୨୮ରେ ୟୁଟ୍ୟୁବରେ ଅପଲୋଡ ହୋଇଛି । ଏହି ଭିଡିଓକୁ ଏବେ ସୁଧା ୨ଲକ୍ଷ ଲୋକ ଦେଖି ସାରିଛନ୍ତି । ଭିଡିଓରେ କିଛି ଉଡନ୍ତା ବସ୍ତୁ ସ୍ଥଳଭୂମି ଅଭିମୁଖେ ଆସୁଥିବା ଦେଖିବାକୁ ମିଳିଛି । ଏହାପରେ ଏଲିଅନ ବାବଦରେ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି ।

  • Tags: