Home > ଅଜବ ଖବର
କେରଳ ଦୁର୍ଯ୍ୟଧନ ମନ୍ଦିରରେ ପ୍ରସାଦ ହେଉଛି ବିଦେଶୀ ମଦ, ଭକ୍ତ ଚଢାଇଲେ ୧୦୧ ଓଲ୍ଡ ମଙ୍କ
Khabar Odisha:national-odisha-duryodhana-temple-in-kerala-devotees-offer-foreign-liquor
ତିିରୁଅନନ୍ତପୁରମ, ମାର୍ଚ୍ଚ ୧୯ (ଖବର ଓଡିଶା) :

 କେରଳର କୋଲକାତାରେ ଥିବା ଦୁର୍ଯ୍ୟଧନ ମନ୍ଦିରରେ ଏକ ଅଜବ ପ୍ରଥା ରହିଛି । ଏଡକ୍କଡ ଅଂଚଳରେ ସ୍ଥିତ ଏହି ମନ୍ଦିରର ସମ୍ପୂର୍ଣ୍ଣ ନାମ ପୋଋବୋଝୀ ପରୁବେଥୀ ମଲନାଡ ଦୁର୍ଯ୍ୟଧନ ମନ୍ଦିର । ଏଠାରେ ଭଗବାନଙ୍କ ନାମରେ ମଦ ବୋତଲ ପ୍ରସାଦ ଚଢାଯାଏ । ତେବେ ଗତ ଶୁକ୍ରବାର ଦିନ ଏହି ମନ୍ଦିରରେ ଏକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ଜଣେ ଭକ୍ତ ୧୦୧ ଓଲ୍ଡ ମଙ୍କ ବୋତଲ ଚଢାଇଛନ୍ତି । 

ଦକ୍ଷିଣ ଭାରତରେ ଦୁର୍ଯ୍ୟଧନଙ୍କର ଏହା ଏକମାତ୍ର ମନ୍ଦିର । ଥରେ ଏହି ଗ୍ରାମକୁ ଦୁର୍ଯ୍ୟଧନ ଆସିଥିଲେ । ତାଙ୍କୁ ସେତେବେଳେ ଶୋଷ ଲାଗିଥିଲା । ସେ ଗ୍ରାମରେ ଥିବା ଜଣଙ୍କ ଘରେ ପାଣି ପିଇବା ପାଇଁ ମାଗିଥିଲେ କିନ୍ତୁ ତାଙ୍କୁ ତାଡି ପିଇବା ପାଇଁ ମିଳିଥିଲା । ତେଣୁ ସେ ଖୁବ୍ ଖୁସୀ ହୋଇଯାଇଥିଲେ ବୋଲି ମାନ୍ୟତା ରହିଛି । 

ଉନ୍ଦିର ସଚିବ ଏସବି ଜଗଦୀଶ କହିଛନ୍ତି କି, ଦୁର୍ଯ୍ୟଧନ ମନ୍ଦିରରେ ମଦ ପ୍ରସାଦ ଚଢାଯାଏ । ପ୍ରଥମେ ଏଠାରେ ଅରକ ଚଢାଯାଉଥିଲା କିନ୍ତୁ ପରେ ଏହାକୁ ନେଇ ପ୍ରତିବନ୍ଧକ ଲଗାଗଲା । ତେଣୁ ଏବେ ତାଡି କିମ୍ବା ବିଦେଶୀ ମଦ ଚଢାଯାଇଊଛି । ଏତଦ୍ ବ୍ୟତୀତ ଲୋକମାନେ ପାନ, ଚିକେନ, ଛେଳି, କପଡା ମଧ୍ୟ ଚଢାନ୍ତି । ପ୍ରତି ଧର୍ମର ଲୋକ ଏଠାକୁ ପୂଜା କରିବା ପାଇଁ ଆସନ୍ତି । ବିଦେଶରେ ଥିବା ଲୋକମାନେ ନିଜ ଘର ବାହୁଡିଲା ସମୟରେ ଯେଉଁଭଳି ଭାବରେ କିଛି ନା କିଛି ସାଙ୍ଗରେ ଆଣି ଆସିଥାନ୍ତି ସେହି ଭଳି ଭାବରେ ଭଗବାନଙ୍କ ପାଇଁ ବିଦେଶୀ ମଦ ଆଣି ଆସିଥାନ୍ତି ଭକ୍ତ ।