Home > ଅଜବ ଖବର
ଦେଖୁ ଦେଖୁ ଖାଇବା ପ୍ଲେଟରୁ ଚାଲିଗଲା ମାଂସ ଟୁକୁଡା, ଦେଖନ୍ତୁ ଭିଡିଓ
Khabar Odisha:national-odisha-girl-ordered-meat-in-restaurant-meat-piece-jumped-out-of-plate-viral-video
ନୂଆଦିଲ୍ଲୀ, ଜୁଲାଇ ୨୬ (ଖବର ଓଡିଶା) :

ଫ୍ଲୋରିଡାରେ ରହୁଥିବା ରେ ପିଲିପ୍ସ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ସେ ନିଜ ଫେସବୁକ ପେଜରେ ସର୍ବଦା ଖାଇବା ପିଇବା ଫଟୋ ସେୟାର କରୁଥିବା ଦେଖୀବାକୁ ମିଳିଛି । ତାଙ୍କ ପୋଷ୍ଟରେ ବହୁତ ଭଲ ଲାଇକ ମଧ୍ୟ ମିଳିଯାଏ । କିନ୍ତୁ ଦୁଇ ସପ୍ତାହ ପୂର୍ବରୁ ସେ ଏମିତି ଏକ ଭିଡିଓ ସେୟାର କରିଥିଲେ ଯାହାକୁ ଏପର୍ଯ୍ୟନ୍ତ ୧୪ ମିଲିୟନ ଭ୍ୟୁଜ ମିଳି ସାରିଛି । କେବଳ ସେତିକି ନୁହେଁ ଏହାକୁ ୨ ଲକ୍ଷ ୧୬ ହଜାର ଲୋକ ସେୟାର ମଧ୍ୟ କରିଛନ୍ତି । 

କଳ୍ପନା କରନ୍ତୁ ଆପଣ ଯଦି କୌଣସି ରେସ୍ତୋରାଂକୁ ଯାଉଛନ୍ତି । ଖାଇବା ପାଇଁ ନନଭେଜ ଅର୍ଡର କରୁଛନ୍ତି । ଏହାପରେ ଆପଣଙ୍କ ଅର୍ଡର ପରଷି ଦିଆଯାଉଛି । କିନ୍ତୁ ସେହି ସମୟରେ ଆପଣଙ୍କ ପ୍ଲେଟରେ ଥିବା ମାଂସ ଟୁକୁଡାରେ ଜୀବନ ଆସିଯାଏ । ତେବେ ଆପଣଙ୍କ ଅବସ୍ଥା କଣ ହେବ । ଠିକ୍ ସେହି ଭଳି ରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମାଂସ ଟୁକୁଡା ପ୍ଲେଟରୁ ଚାଲି ଯାଉଛି । 

ତେବେ ଭିଡିଓର ସତ୍ୟତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । କିଛି ଲୋକ କହୁଛନ୍ତି କି, ମାଂସ ଟୁକୁଡାରେ ଧଳା ସୂତା ଲଗାଇ ଟଣା ଯାଉଛି । ଟିକଟକ୍ ରେ ଏବେ ବହୁ ଭିଡିଓ ବାଇରାଲ ହେଉଛି । ତେଣୁ ଏହାକୁ ଭାଇରାଲ କରିବା ପାଇଁ ଏବଳି କରାଯାଇଛି । ଏମିତି ବି କିଛି ୟୁଜର ଅଛନ୍ତି ଯେଉଁମାନେ କହୁଛନ୍ତି କି, ମାଂସ ଟୁକୁଡା ମଧ୍ୟରେ ଜୀବନ ଥିଲା । ଆଉ କିଛି କହୁଛନ୍ତି କି, ଏହା ବେଙ୍ଗର ମାଂସ ଥିଲା । ଜାପାନ ଏବଂ ଚୀନରେ ଏଭଳି ମାଂସକୁ ଖାଦ୍ୟ ଭାବରେ ବ୍ୟବହାର କରନ୍ତି । ତେବେ ଭିଡିଓକୁ ନେଇ କୋଣସୀ ସତ୍ୟତା ମିଳିପାରି ନାହିଁ ।