Home > ଅଜବ ଖବର
ରୋଗୀଙ୍କ ପେଟରୁ ବାହାରିଲା ୧୦୦ ଗ୍ରାମର ଲୁହାକଂଟା
Khabar Odisha:national-odisha-iron-rescued-from-patient
ରାଜସ୍ଥାନ, ମେ ୧୪(ଖବର ଓଡିଶା):

ରାଜସ୍ଥାନରେ ଜଣେ ରୋଗୀଙ୍କ ପେଟରୁ ଡାକ୍ତରମାନେ ୧୧୫ଟି ଲୁହା କଂଟା ବାହାର କରିଛନ୍ତି । ଏହା ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ଚକିତ କରିଦେଇଛି । ବୁନ୍ଦି ଜିଲ୍ଲାର ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଭାଲାଶଙ୍କରଙ୍କ ନାମକ ଜଣେ ମାନସିକ ରୋଗୀଙ୍କ ପେଟରୁ ଏହି ସବୁକୁ ବାହାର କରିଛି ।

ଭାଲାଶଙ୍କରଙ୍କ  ଅପରେସନ ପରେ ତାଙ୍କ ପେଟରୁ ୧୦ ଗ୍ରାମର ୧୧୫ଟି କଂଟା ବାହାରିଛି । ଜିଲ୍ଲା ହସ୍ପିଟାଲରେ ଅନୀଲ ସେନୀର ନେତୃତ୍ୱରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ଅପରେସନରେ ସାମିଲ ଥିଲେ । ପ୍ରଥମେ ପେଟର ଫଟୋ ଉଠାଯିବା ପରେ ଏଙି କଂଟାସବୁ ଦେଖାଯାଇଥିଲା ।

ତାଙ୍କ ପିତା ମଦନଲାଲଙ୍କ କହିବାନୁସାରେ, ୨୦ ବର୍ଷ ପୂର୍ବରୁ ତାଙ୍କ ପୁଅ ବେପାର କରୁଥିଲେ । ତେବେ ଅପରେସନ ସଫଳ ହୋଇଛି ।ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସେ କହିଛନ୍ତି ।

  • Tags: