Home > ଅଜବ ଖବର
୧୩୦ ଫୁଟ ଉଚ୍ଚ ପାହାଡ ଉପରେ ଘର ନିର୍ମାଣ କରି ରହୁଛନ୍ତି ଏହି ସାଧୁ, କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ
Khabar Odisha:national-odisha-man-lives-alone-at-the-top-of-130-foot-high-rock-in-georgia
ଭୁବନେଶ୍ୱର, ଜୁଲାଇ ୨୧ (ଖବର ଓଡିଶା) :

 ଦୁନିଆରେ ଏଭଳି ବହୁ ଅଜବ ସ୍ଥାନ ରହିଛି ଯେଉଁଠାକୁ ସାଧାରଣ ଲୋକ ଯିବା ପାଇଁ ଡରନ୍ତି । କିନ୍ତୁ ଜର୍ଜିୟାର ଜଣେ ସାଧୁ ଏଭଳି ଏକ ଅଜବ ସ୍ଥାନରେ ନିଜର ଆଶ୍ରୟସ୍ଥଳୀ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସାଧୁ ଜଣକ ୧୩୦ ଫୁଟ ଉଚ୍ଚ ପାହାଡ ଉପରେ ଘର ତିଆରି କରିଛନ୍ତି । ଏହାଠୁ ବଡ ଆଶ୍ଚର୍ଯ୍ୟର ବିଷୟ ଏହାକି ଯେ ସେଠାରେ ସେ ଏକାକୀ ରହୁଛନ୍ତି । 

ଏହି ସାଧୁଙ୍କର ନାମ ମେକଜିମ୍ । ଏଠାରେ ସେ ଦୀର୍ଘ ୨୫ ବର୍ଷ ହେଲା ରହି ଆସୁଛନ୍ତି । ତାଙ୍କର ବିଶ୍ୱାସ ରହିଛି କି ସେ ଏଭଳି କରିବା ଦ୍ୱାରା ଈଶ୍ୱରଙ୍କର ନିକଟତର ହୋଇ ପାରିବେ । ତେବେ ଏହି ବାବା ଜଣକ କେବଳ ୨ଥର ତଳକୁ ଆସନ୍ତି । ତଳକୁ ଓହ୍ଲାଇବା ପାଇଁ ୧୩୧ ଫୁଟର ଏକ ସିଡି ନିର୍ମାଣ କରାଯାଇଛି । ସିଡି ସାହାଯ୍ୟରେ ତଳକୁ ଓହ୍ଲାଇବା ପାଇଁ ତାଙ୍କୁ ପାଖାପାଖି ୨୦ ମିନିଟ୍ ସମୟ ଲାଗେ । 

ସାଧୁ ବାବା ରହୁଥିବା ପାହାଡ କାତ୍ସଖୀ ପିଲର ନାମରେ ପରିଚିତ । ମେକଜିମ୍ ପାହାଡ ଉପରେ ଯେଉଁ ଘର ନିର୍ମାଣ କରିଛନ୍ତି ସେଠାରେ ଏକ ପ୍ରାର୍ଥନା ଗୃହ ରହିଛି । ସେଠାକୁ ବହୁ ଲୋକ ପ୍ରାର୍ଥନା କରିବାକୁ ଯାଆନ୍ତି । ସୂଚନାନୁଯାୟୀ, ମେକଜିମ୍ ଯୁବା ଅବସ୍ତାରେ ଥିବା ସମୟରେ ମଦ୍ୟପାନ ଏବଂ ଡ୍ରଗ୍ସ ସେବନ କରନ୍ତି । ଥରେ ତାଙ୍କୁ ଜେଲରେ ଭର୍ତି ହେବାକୁ ପଡିଥିଲା । କିନ୍ତୁ ସେ ଯେଉଁ ସମୟରେ ଜେଲରୁ ବାହାରକୁ ବାହାରିଲେ ତାହାପରେ ତାଙ୍କର ପରିବର୍ତନ ହୋଇଥିଲା ଏବଂ ସେ ଜଣେ ସାଧୁ ଭଳି ପାହାଡ ଉପରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି ।