For English Prss ctrl+g
Khabar Odisha:election-result-2019-bjp-wins-5-western-odisha-lok-sabha-seats

#Lok Sabha: ବିଜେପି କବ୍‌ଜାରେ ପଶ୍ଚିମ ଓଡ଼ିଶା, ୧୨କୁ ଖସିଲା ବିଜେଡ଼ି, ଗୋଟିଏରେ କଂଗ୍ରେସ ସନ୍ତୁଷ୍ଟ

ଭୁବନେଶ୍ୱର, ମେ ୨୪ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ-୨୦୧୯ର ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ସ୍ପଷ୍ଟ ହୋଇସାରିଛି । ଦେଶବାସୀ ପୁଣି ଥରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଛିଛନ୍ତି । ଯଦି ଓଡ଼ିଶାକୁ ନଜର ପକାଇବା ତାହା ହେଲେ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ବିଧାନସଭାରେ ନୈରାଶ୍ୟ ଜନକ ପ୍ରଦର୍ଶନ ଥିଲେ ମଧ୍ୟ ଏଠାରେ ୨୧ଟି ଲୋକସଭା ଆସନରୁ ୧୨ଟି ଆସନରେ ଶାସକ ଦଳ ବିଜେଡ଼ି ମିଳିଥିବା ବେଳେ ୭ଟି ଆସନରେ ବିଜେପି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି ।

ଖବର ଓଡ଼ିଶା 24/05/2019
Khabar Odisha:Art-and-culture-national-odisha-land-will-be-acquired-for-statue-of-lord-rama-in-ayodhya

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତୀପାଇଁ ଅଧିଗୃହୀତ ହେବ ୨୮ ହେକ୍ଟର ଜମି

ଅଯୋଧ୍ୟାରେ ନିର୍ମାଣ ହେବ ମର‌୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା । ଏହି ପ୍ରତିମା ତିଆରି କରିବା ପାଇଁ ପାଖାପାଖି ୨୮.୨୮୪ ହେକ୍ଟର ଭୂମି...

ଖବର ଓଡ଼ିଶା 12/05/2019
Khabar Odisha:art-and-culture-odisha-today-is-pana-sankranti-and-hanuman-jayanti

ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର, ପଣାର ମଜା ନେଉଛନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର, ଅପ୍ରେଲ ୧୪ (ଖବର ଓଡ଼ିଶା): ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆମାନଙ୍କର ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ବୈଶାଖ ମାସ ପ୍ରଥମ ଦିନରୁ ଓଡ଼ିଶାର ନବ ବର୍ଷ ଆରମ୍ଭ ହୁଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି ।

ଖବର ଓଡ଼ିଶା 14/04/2019
Khabar Odisha:State-Odisha-Puri-Car-festival-wood-Started

ରଥଯାତ୍ରା ପାଇଁ କାଠ ଚିରଟ ଅନୁକୂଳ

ପୁରୀ, ଏପ୍ରିଲ ୧୩(ଖବର ଓଡ଼ିଶା): ପୁରୀ ରଥଯାତ୍ରା ପାଇଁ କରତ କଳରେ କାଠ ଚିରଟ ଅନୁକୂଳ କରାଯାଇଛି ।

ଖବର ଓଡ଼ିଶା 13/04/2019
Khabar Odisha:art-and-culture-ram-navami-and-ramarajya

ପବିତ୍ର ରାମ ନବମୀ ଓ ରାମରାଜ୍ୟ

ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପ୍ରାକଟ୍ୟ ଦିବସ ରାମ ନବମୀରେ ରାମରାଜ୍ୟ ବିଷୟରେ ଆଲୋଚନା କରିବା ସମୀଚିନ ହେବ । ଶୁକ୍ରାଚାର୍ଯ୍ୟ ତାଙ୍କର ନୀତିସାରରେ ଉଲ୍ଲେଖ କରିଛନ୍ତି ଶ୍ରୀରାମଙ୍କ ଭଳି ନୀତିବାନ ରାଜା ଏହି ପୃଥିବୀରେ କେହି ଜନ୍ମ ହୋଇ ନାହାନ୍ତି ନା ଆଉ କେହେ ଜନ୍ମ ହେବାର ସମ୍ଭାବନା ରହିଛି ।

Samanwaya Nanda 13/04/2019
Khabar Odisha:art-and-culture-odisha-today-is-rukuna-rath-yatra

ଅଶୋକାଷ୍ଟମୀରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଭୁବନେଶ୍ୱର, ଅପ୍ରେଲ ୧୩ (ଖବର ଓଡ଼ିଶା): ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଆସିବା ପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି । ଆଜି ଭୋରରୁ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା କାର୍ଯ୍ୟକ୍ରମ ରହିଛି। ଏବର୍ଷ ଅଶୋକାଷ୍ଟମୀ ପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଖବର ଓଡ଼ିଶା 13/04/2019
Khabar Odisha:art-and-culture-odisha-today-is-shree-ram-navami

ଆଜି ଶ୍ରୀରାମ ନବମୀ, ଭୁବନେଶ୍ୱର ରାମ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ

ଭୁବନେଶ୍ୱର, ଅପ୍ରେଲ ୧୩ (ଖବର ଓଡ଼ିଶା): ଆଜି ହେଉଛି ପବିତ୍ର ରାମ ନବମୀ । ଏହି ଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ଚୈତ୍ର ମାସ ନବମୀରେ ଦଶରଥଙ୍କ ପ୍ରଥମ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଜାତ ହୋଇଥିଲେ ପୁରୁଷୋତ୍ତମ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ‘ରାମାୟଣ’ରେ ଶ୍ରୀରାମଙ୍କ ଜନ୍ମ ଲୀଳା ସମ୍ପର୍କରେ ବର୍ଣ୍ଣିତ ଅଛି । ରାମ ନବମୀ ପାଇଁ ଉତ୍ତର ପ୍ରଦେଶ ଅଯୋଧ୍ୟାଠାରୁ ଆରମ୍ଭ କରି ସବୁ ଚଳଚଞ୍ଚଳ ।

ଖବର ଓଡ଼ିଶା 13/04/2019
Khabar Odisha:art-and-culture-odisha-famous-budhi-thakurani-yatra-will-start-from-today

ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ଉତ୍ସାହିତ ବ୍ରହ୍ମପୁର ବାସିନ୍ଦା

ବ୍ରହ୍ମପୁର, ମାର୍ଚ୍ଚ ୨୯ (ଖବର ଓଡ଼ିଶା): ଆଜିଠାରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଛି । ମା’ ବୁଢ଼ୀ ଠାକୁରାଣୀ ଦୀର୍ଘ ଦୁଇ ବର୍ଷ ପରେ ବାପ ଘରକୁ ଯିବେ । ବାପା ଦେଶୀ ବେହେରା ଆଜି ଦିନ ସମୟରେ ଆସି ଝିଅକୁ ନେବାକୁ ନିମନ୍ତ୍ରଣ କରିବାକୁ ଆସିବେ । ପ୍ରଥମେ ବାପଘର ଲୋକ ସମୟ ଜଣାଇବେ । ଏହା ପରେ ମଧ୍ୟ ରାତ୍ରରେ ମା’ଙ୍କ ଘଟ ଓ ଆଜ୍ଞାମାଳ ଧରି ବାପା ଘର ଗାଁକୁ ଆସିବେ ।

ଖବର ଓଡ଼ିଶା 29/03/2019
Khabar Odisha:art-and-culture-siv-ratri-katasraj-temple-in-pakistan

ପାକିସ୍ତାନରେ ଶିବଙ୍କ କଟାସରାଜ ମନ୍ଦିର, ଚଳିତ ବର୍ଷ ଜାଗରରେ ଯାଇନାହାନ୍ତି କେହି ଭାରତୀୟ

ପାକିସ୍ତାନର ଲାହୋର ଠାରୁ ୨୮୦ କିଲୋମିଟର ଦୂର ପାହାଡ ଉପରେ ଶିବଙ୍କର ଏକ କଟାସରାଜ ମନ୍ଦିର ରହିଛି । କିନ୍ତୁ ଆଜି ମହାଶିବରାତ୍ରୀରେ ଭାରତର କୌଣସୀ ଶ୍ରଦ୍ଧାଳୁ ସେଠାକୁ ଯାଇନାହାଁନ୍ତି । ଭଗବାନ ଶିବଙ୍କ ଏହି ମନ୍ଦିର ୧୦୦୦ ବର୍ଷ ପୁରୁଣା ।

ଖବର ଓଡ଼ିଶା 04/03/2019
Khabar Odisha:art-and-culture-odisha-sivratri-rudravishek

ଶିବରାତ୍ରୀରେ କରନ୍ତୁ ରୁଦ୍ରାଭିଷେକ, ପୂରଣ ହେବ ମନୋସ୍କାମନା

ହିନ୍ଦୁ ଧର୍ମର ଏକ ବଡ ପର୍ବ ମହାଶିବରାତ୍ରୀ । ଏହି ପର୍ବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁଦର୍ଶୀ ରେ ପାଳନ କରାଯାଏ । ଏହି ଦିନ ମହାଦେବଙ୍କର ଉପାସନା କଲେ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ଏହି ଦିନର ବ୍ରତ, ଉପବାସ ,ମନ୍ତ୍ର ଜପର ବିଶେଷ ମହତ୍ୱ ରହିଥାଏ ।

ଖବର ଓଡ଼ିଶା 04/03/2019
Khabar Odisha:art-and-culture-today-mahasiv-ratri-lingaraj-lord-siva-lokanath-and-bhadrak-aradi

ଆଜି ମହା ଶିବରାତ୍ରୀ, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ଶିବଙ୍କର ଦର୍ଶନ ପାଇଁ ଭକ୍ତଙ୍କର ଭିଡ ଲାଗିଛି । ଲୋକନାଥ ,ଲିଙ୍ଗରାଜ ,ଧବଳେଶ୍ୱର ,ଆରଡିରେ ଭକ୍ତଙ୍କ ଭିଡ ଲାଗିରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଜି ପବିତ୍ର ମହାଶିବରାତ୍ରୀ । ରାଜ୍ୟର ସମସ୍ତ ଶୈବ ପୀଠର ପରିସର ଗୁଡିକୁ ଫୁଲ ଏବଂ ରଙ୍ଗ ବେରଙ୍ଗ ଲିଚୁ ଲାଇଟରେ ସଜା ଯାଇଛି । ଆଜି ସକାଳୁ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଶିବଙ୍କର ଦର୍ଶନ ପାଇଁ ଭିଡ ଲାଗିଛି ।

ଖବର ଓଡ଼ିଶା 04/03/2019
Khabar Odisha:art-and-culture-odisha-siv-ratri-tomorrow

ମହା ଶିବରାତ୍ରୀରେ ହେବାକୁ ଯାଉଛି ମହାସଂଯୋଗ, ରାଶି ଅନୁସାରେ ଜପ କରନ୍ତୁ ଏହି ମନ୍ତ୍ର

ଆସନ୍ତାକାଲି ଦେବଦେବ ମହାବେଦଙ୍କର ମହାସଂଯୋଗ ଘଟିବାକୁ ଯାଉଛି । ଏହି ଶିବରାତ୍ରୀ ସୋମବାର ଦିନ ପଡୁଛି । ଶିବଙ୍କର ଏହି ବ୍ରତ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ । ମାନ୍ୟତା ଅଛିିକି ଏହି ଶିବରାତ୍ରୀ ଦିନ ପୂଜାର୍ଚ୍ଚନା କରିବା ଦ୍ୱାରା ସବୁ ରୋଗ କଷ୍ଟ ଦୂର ହୋଇଥାଏ । ମହାଶିବରାତ୍ରୀ ଦିନ ଶିବଙ୍କର ଆରାଧନା କରିବା ଦ୍ୱାରା ସବୁ ଇଛା ମଧ୍ୟ ପୂରଣ ହୋଇଥାଏ ।

ଖବର ଓଡ଼ିଶା 03/03/2019
Khabar Odisha:art-and-culture-odisha-konark-magha-saptami-khandagiri-mela

ଆଜି ପବିତ୍ର ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଭୋର ପ୍ରାୟ ୩ଟା ୫୦ ମିନିଟରେ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି କରାଯାଇଥିଲା । ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥ ମାନେ ସାହି ସ୍ନାନ କରିଥିଲେ । ପରେ ଭୋର ୪ଟା ୧୦ ମିନଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ । ଚନ୍ଦ୍ରଭାଗା ପୁଷ୍କରଣୀରେ ସ୍ନାନ କରିବା ପରେ ଚନ୍ଦ୍ରଭାଗା ସମୁଦ୍ର ତଟରେ ସୂର୍ୟ୍ୟ ଦର୍ଶନ କରିବା ସହ କୋଣାର୍କ ମନ୍ଦିରରେ ନବଗ୍ରହ ପୂଜାର୍ଚ୍ଚନା କରିଛନ୍ତି ।

ଖବର ଓଡ଼ିଶା 12/02/2019
Khabar Odisha:culture-odisha-New-rates-of-Mahaprasad-in-Puri-Srimandir-finalised

ଚୂଡ଼ାନ୍ତ ହେଲା ମହାପ୍ରସାଦ ଦର

ପୁରୀ, ଜାନୁଆରୀ ୨୯(ଖବର ଓଡ଼ିଶା): ଖୁବ ଶୀଘ୍ର ଆନନ୍ଦ ବଜାରରେ ନିର୍ଦ୍ଧାରିତ ଦରରେ ଭକ୍ତମାନେ ଅବଢ଼ା ପାଇପାରିବେ । ଏଥିପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇସାରିଛି । ଆଜି ବସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗରେ ଆଲୋଚନା କରାଯାଇଛି । ଏହାକୁ ପରିଚାଳନା କମିଟି ଅନୁମୋଦନ କରିବା ପରେ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍‌ ବ୍ୟବସ୍ଥା କରାଯିବ ।

ଖବର ଓଡ଼ିଶା 29/01/2019
Khabar Odisha:art-and-culture-puri-jagannath-temple-visiting-closed

ଆଜି ଶ୍ରୀଜୀଉଙ୍କର ବନକଲାଗି, ୪ ଘଂଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀଜୀଉଙ୍କର ବନକଲାଗି ବା ଶ୍ରୀମୁଖସିଂହାର ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଅପରାହ୍ନରେ ୪ ଘଂଟା ପାଇଁ ସବ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୮ଟା ଯାଏଁ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦ୍ୱିତୀୟ ଭୋଗମଣ୍ଡପ ପରେ ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପାଦିତ ହେବ । କର୍ପୂର, ହିଙ୍ଗୁଳ, କେଶର, କଇଁଥ, ଶଂଖ, ହରିତାଳ, ଅଠା, କସ୍ତୁର, କଜ୍ୱଳ ଓ ତେଲର ସମ୍ମିଶ୍ରଣରେ ବନକ ପ୍ରସ୍ତୁତ କରାଯାଇ ଶ୍ରୀମୁଖ ସିଂହାର କରାଯିବାର ପରମ୍ପରା ରହିଛି ।

ଖବର ଓଡ଼ିଶା 24/01/2019
Khabar Odisha:art-and-culture-odisha-today-Kansha-Actor-Bhubaneswar-pradhan-visits-puri

ଆଜି ମହୋଦଧିରେ ବୁଡ଼ ପକାଇ ପାପ ମୋଚନ କରିବେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ

ବରଗଡ, ଜାନୁଆରୀ ୨୨(ଖବର ଓଡ଼ିଶା): ଶେଷ ହୋଇଛି ୭୦ତମ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି କୋଳାହଳମୟ ହୋଇଉଠିଥିବା ବରଗଡ ସହର ନୀରବ ହୋଇଯାଇଛି । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ତେବେ ଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଆଜି ମହୋଦଧିରେ ବୁଡ଼ ପକାଇ ପାପ ଧୋଇବା । ଏହା ସହିତ ଧନୁଯାତ୍ରାରେ ଧାରଣ କରିଥିବା ପଇତାକୁ ଭୁବନେଶ୍ୱର ତାକୁ ବିସର୍ଜନ କରିବେ ।

ଖବର ଓଡ଼ିଶା 22/01/2019
Khabar Odisha:Art-and-culture-odisha--bargarh-dhanu-yatra-end-with-the-kansa-badha

ମଞ୍ଚରୁ ପଡ଼ି ମାମୁ ମଲା, ଶେଷ ହେଲା ୧୧ ଦିନ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

କଂସ ବଧ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଦୀର୍ଘ ୧୧ ଦିନ ଧିର ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସୋମବାର ପୌଷ ପୂର୍ଣ୍ଣିମା ଅବସରରେ ଉଦଯାପନ ହୋଇ ଯାଇଛି । ପୁରାଣର ସେହି...

ଖବର ଓଡ଼ିଶା 21/01/2019
Khabar Odisha:art-and-culture-odisha-8th-day-of-world-famous-bargarh-dhanuyatra

ବରଗଡ଼ ଧନୁଯାତ୍ରା: ଆଜି ମଥୁରା ନଗରୀକୁ ବୀଜେ କରିବେ କୃଷ୍ଣବଳରାମ

ବରଗଡ, ଜାନୁଆରୀ ୧୮(ଖବର ଓଡ଼ିଶା): ସମସ୍ତ ଷଡ଼ଯନ୍ତ୍ର ବିଫଳ ହେବା ପରେ ଏବେ ଧନୁଯାତ୍ରା କରି କୃଷ୍ଣବଳରାମଙ୍କୁ ମଥୁରା ନଗରୀକୁ ଆଣିବାକୁ ଯୋଜନା କରିଛନ୍ତି କଂସ ମହାରାଜ । ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୃଷ୍ଣବଳରାମଙ୍କୁ ନିମନ୍ତ୍ରଣ କରିବାକୁ ଗୋପପୁର ଯିବେ ଅକ୍ରୁର । ଅଷ୍ଟମ ଦିନରେ କୃଷ୍ଣବଳରାମଙ୍କ ମଥୁରା ଆଗମନ ଦୃଶ୍ୟ ପରିବେଶଣ ହେବ ।

ଖବର ଓଡ଼ିଶା 18/01/2019
Khabar Odisha:culture-odisha--Jallikattu-Is-Continue-In-Tamilnadu-More-Than-100-People-Injured

ପ୍ରତିବନ୍ଧକ ସତ୍ୱେ ତାମିଲନାଡୁରେ ଜଲ୍ଲୀକଟ୍‌ଟୁ ଆୟୋଜିତ, ପ୍ରତିଯୋଗିତାରେ ୧୦୦ରୁ ଅଧିକ ଆହତ

ତାମିଲନାଡୁରେ ପାରମ୍ପାରିକ ପ୍ରତିଯୋଗିତା ଜଲ୍ଲୀକଟ୍‌ଟୁ ପାଇଁ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସର କହିବାକଥା ଅନୁସାରେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତାମିଲନାଡୁରେ ଷଣ୍ଡକୁ କାବୁ କରିବାର ଏକ ପାରମ୍ପାରିକ ପ୍ରତିଯୋଗିତା ରହିଛି ।

ଖବର ଓଡ଼ିଶା 17/01/2019
Khabar Odisha:art-and-culture-odisha-kumbhamela-2019

କୁମ୍ଭମେଳା ୨୦୧୯: ପ୍ରମୁଖ ଆକର୍ଷଣ ପାଲଟିଛନ୍ତି କବୁତର ଏବଂ ରୁଦ୍ରାକ୍ଷ ବାବା

କୁମ୍ଭମେଳାର ଦ୍ୱିତୀୟ ଦିନରେ ସାଧୁ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । କୁମ୍ଭମେଳାରେ ସବୁବେଳେ ଲୋକମାନେ ସାଧୁ ଓ ନାଗାବାବାଙ୍କ ସହ ଫଟୋ ଉଠାଇଥାନ୍ତି । କିନ୍ତୁ କିଛି ସାଧୁଙ୍କ ବେଶଭୁଷା ଅଜବ ହୋଇଥାଏ । ଯାହା ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ବାହାରୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ସାଧୁଙ୍କ ଏହି ବେଶ ଏବଂ ରଙ୍ଗରୂପରେ ଦେଖି ଚକିତ ହୋଇଥାନ୍ତି ।

ଖବର ଓଡ଼ିଶା 17/01/2019
First Previous
1 2 3 4 5 6 7 8 9 10
Next Last Page 1 of 14