Home > କଳା ସଂସ୍କୃତି
ପୁଣି ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ, ପାଟରା ସେବାୟତ ନିଲମ୍ବିତ
Khabar Odisha:Art-Culture-Odisha-Video-in-side-Lord-jagannath-temple-puri--viral
ପୁରୀ, ଜୁନ ୨୦(ଖବର ଓଡ଼ିଶା):

ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ପୁଣି ଶ୍ରୀମନ୍ଦିର ବେଢାର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ଭାଇରାଲ ହୋଇଛି ।

ଶ୍ରୀମନ୍ଦିର ଭିତର ଦୃଶ୍ୟ ବାହାରକୁ ଆସିବା କିମ୍ବା ଫଟୋ ଓ ଭିଡ଼ିଓ ଉଠାଇବା ପାଇଁ ବାରଣ ରହିଥିଲେ ମଧ୍ୟ ଅନେକ ଥର ଏପରି ହେଉଛି । କୈାଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି । ତଥାପି ଶ୍ରୀମନ୍ଦିର ଭିତରର ଦୃଶ୍ୟକୁ କ୍ୟାମେରାରେ କଏଦ କରି ଭାଇରାଲ କରାଯାଉଛି । ଶ୍ରୀମନ୍ଦିର ବେଢାର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ଭାଇରାଲ ହୋଇଛି । ଜଗମୋହନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ପଇତା ତିଆରି କରାଯାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏହି ଫଟୋ ଜଣେ ପାଟରା ସେବାୟତ ଭାଇରାଲ କରାଇବା କରାଇଥିବା ଜଣାପଡ଼ିଛି । ସେ ନିଜ ସେଲଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଳରେ ସଂମ୍ପୃକ୍ତ ପାଟରା ସେବାୟତ ଅଶୋକ ପାତ୍ରଙ୍କୁ ପାଟରା ନିଯୋଗ ନିଲମ୍ବନ କରିଛି । ଏହି ଶୀମନ୍ଦିର ଭିତର ଦୃଶ୍ୟ ଭାଇରାଲ ନେଇ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । 

  • Tags: