Home > କଳା ସଂସ୍କୃତି
ଆଜି ବିଶ୍ୱ ପଖାଳ ଦିବସ: ଗାଁ ରୁ ସହର ସବୁ ଓଡ଼ିଆଙ୍କ ଘରେ ପଖାଳ କଂସା
Khabar Odisha:Art-and-Culture-Odisha-World-Pakhalo-divas
ଭୁବନେଶ୍ୱର, ମାର୍ଚ୍ଚ ୨୦(ଖବର ଓଡ଼ିଶା):

ଖରାଦିନ ଆସି ଗଲେ ଘରେ ଘରେ ପଖାଳ କଂସା ଖୋଜା ପଡ଼େ । ପଖାଳ ଓଡ଼ିଆ ଲୋକଙ୍କ ଗର୍ବ ଓ ଐତିହ୍ୟ ପରିଚୟର ପ୍ରତୀକକୁ ବୁଝାଏ । ପଖାଳ ପାଇଁ ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ବିଶ୍ୱର ସବୁ ସ୍ଥାନରେ ରହୁଥିବା ଓଡ଼ିଆଙ୍କ ପରମ୍ପରା ବଞ୍ଚାଇ ରଖିବାକୁ ୨୦୧୨ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୁପେ ପାଳନ କରାଯାଏ ।

ପଖାଳ ମୁଠେ ପଖାଳ ଗଣ୍ଡେ ଖାଇ ତୋରାଣି ଟିକେ ପିଇ ଦେଲେ ଆହାଃ କି ଶାନ୍ତି । ସତେ ଯେମିତି ଥକ୍କାପଣ ଦୂର ହୋଇଗଲା ଭଳି ମନେ ହୁଏ ।  ବିଶ୍ୱର ସମସ୍ତ ସ୍ଥାନରେ ଥିବା ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ ରୂଚି ପଖାଳ। ପୂର୍ବରୁ ପଖାଳ କେବଳ ଗରିବଙ୍କ ଖାଦ୍ୟ ଭାବେ ପରିଚିତ ଥିଲା କିନ୍ତୁ ଆଧୁନିକ ଯୁଗରେ ବିଶାସମୟ ଜୀବନଯାପନ କରୁଥିବା ଲୋକଙ୍କ ପାଖରେ ମଧ୍ୟ ଏହି ପଖାଳର ମହତ୍ୱ ନିଆରା । କେବଳ ରାଜ୍ୟରେ ରହୁଥିବା ଓଡ଼ିଆ ନୁହଁନ୍ତ ରାଜ୍ୟ ବାହାରେ ରହୁ୍ଥିବା ଓଡ଼ିଆ ଲୋକ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରନ୍ତି । କେବଳ ଓଡ଼ିଆ ଲୋକ ନୁହେଁ କେତେକ ଅଣ ଓଡ଼ିଆ ଲୋକ ମଧ୍ୟ ପଖାଳ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଗ୍ରୀଷ୍ମଋତୁ ଆରମ୍ଭ ତଥା ମାର୍ଚ୍ଚ ମାସରେ ପଖାଳ ଦିବସ ପାଳନ କରାଯାଉଛି । କରୋନାର ମୁଖ୍ୟ ଲକ୍ଷଣ ଥଣ୍ଡା ହୋଇଥିବାରୁ ବିଭିନ୍ନ କଟକଣା ଯୋଗୁଁ ଚଳିତ ପଖାଳ ଦିବସଫିକା ପଡ଼ିଛି।

ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ,ବଢି ଚୁରା, ବାଇଗଣ ଚଟଣୀ ,ପିଆଜ ଖାଇବାରେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ ତାହା ଅନ୍ୟ କୈାଣସି ଖାଦ୍ୟରେ ମିଳେ ନାହିଁ । ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ ପଖାଳକୁ ଆଗାମୀ ପୀଢି ଯାଏଁ ବଜାୟ ରଖିବାକୁ ମାର୍ଚ୍ଚ ୨୦ତାରିଖରେ ପଖାଳ ଖାଇ ଏହି ଦିନଟିକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

 

  • Tags: