Home > କଳା ସଂସ୍କୃତି
ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ରକ୍ତ ରଞ୍ଜିତ ହେଲା ପୀଠ ଓ ରାସ୍ତାଘାଟ
Khabar Odisha:Art-and-culture-Odisha-Kalahandi-Manikeswari-Chatar-festival
ଭବାନୀପାଟଣା, ଅକ୍ଟୋବର ୦୬(ଖବର ଓଡ଼ିଶା):

ଆଜି ସାରା ରାଜ୍ୟରେ ମାଁ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ ପୁଣି ରକ୍ତ ରଞ୍ଜିତ ହୋଇଛି କଳାହାଣ୍ଡିର ଆରାଧ୍ୟଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ପ୍ରଶାସନର କଟକଣା ସତ୍ୱେ ପ୍ରସିଦ୍ଧ ଛତର ଯାତ୍ରାରେ ପଡ଼ିଲା ମାନସିକଧାରୀଙ୍କ ପଶୁ ଓ ପକ୍ଷୀ ବଳି ।

ମାଁ ମାଣିକେଶ୍ୱରୀଙ୍କ ପୀଠ ଓ ରାସ୍ତା ରକ୍ତ ରଞ୍ଜିତ ହୋଇଛି । ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ପଡ଼ିଲା ପଶୁ ଓ ପକ୍ଷୀ ବଳି । ଅନେକ କଟକଣା ସତ୍ୱେ ପୁଣି ଛତର ଯାତ୍ରାରେ ହଜାର ହଜାର ଲୋକେ ବଳି ଦେଇଛନ୍ତି । ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିରକକୁ ଛତର ଫେରୁଥିବା ବେଳେ  ବଳି ପଡ଼ିଛି । ସହର ଓ ପୂଜାସ୍ଥଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିଛି ରାସ୍ତା ରକ୍ତର ଭିଜିଛି । ପରମ୍ପରା ଅପୁସାରେ ମାଁଙ୍କ ପୀଠରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦିଆଯାଇଛି । 

ଭବାନୀପାଟଣା ଓ ଥୁଆମୂଳ ଛତର ଯାତ୍ରା ଓ ମାଣିକେଶ୍ୱରୀଙ୍କ ପୀଠରେ ବଳି ପ୍ରଥା ପାଳନ କରିଛନ୍ତି ଭକ୍ତ । ଭକ୍ତଙ୍କ ବଳି ପ୍ରଥା ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ । ପ୍ରଶାସନର କଟକଣାକୁ ମାନୁ ନାହାଁନ୍ତି ମାନସିକଧାରୀ ।

  • Tags: