Home > କଳା ସଂସ୍କୃତି
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରି ତେଲ
Khabar Odisha:Art-and-culture-Odisha-Puri-jagannath-temple-Phuluri-oil
ପୁରୀ, ଜୁନ ୨୨(ଖବର ଓଡ଼ିଶା):

ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୱରରେ ପୀଡ଼ିତ ଅଛନ୍ତି । ତେଣୁ ଅଣସର ଘରେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଚାଲିଛି । ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ପଠାଯିବା ଫୁଲୁରି ତେଲ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ।

ଶ୍ରୀମନ୍ଦିରରେ ଅଣସର ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଗୁପ୍ତସେବା ଚାଲିଛି । ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ଦିବ୍ୟସ୍ନାନ କରି ଜ୍ୱର ହୋଇଥାଏ । ତେଣୁ ଆଜି ପଂଚମୀରେ ଅଣସର ଘରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯାଏ। ଏହି ସୁବାସିତ ଫୁଲୁରି ତେଲ ଘଣାପେଡ଼ା ରାଶିତେଲରେ ବେଣାଚେର, ମାଳତୀ ,କିଆ, କେତକ ,ବଉଳଫୁଲ , କୃଷ୍ଣଭୋଗ ଧାନ ପଡ଼ି ପ୍ରସ୍ତୁତ ହୋଇଥାଏ । ଏହି ତେଲ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଇବା ଦ୍ୱାରା ଜ୍ୱର ଭଲ ହୁଏ ବୋଲି ବିଶ୍ୱାସ ରହିଛି । ବଡ଼ ଓଡ଼ିଆ ମଠ ପକ୍ଷରୁ ଫୁଲୁରି ତେଲ ଶ୍ରୀମନ୍ଦିରକୁ ପଠାଯାଏ । 

  • Tags: