Home > କଳା ସଂସ୍କୃତି
ନିଯୋଗର ଅସହଯୋଗରୁ ରୋଷ ହୋମ ନୀତି ବନ୍ଦ, କଣ ଉପାସରେ ରହିବେ ଲିଙ୍ଗରାଜ !
Khabar Odisha:Art-and-culture-Odisha-Rituals-hit-at-Lingaraj-Temple-in-Bhubaneswar-allegedly-due-to-non-cooperation-by-Brahman-Nijog-and-Pujapanda-Nijog
ଭୁବନେଶ୍ୱର, ସେପ୍ଟେମ୍ବର ୦୩(ଖବର ଓଡ଼ିଶା):

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ  ଏହି ନୀତି ବନ୍ଦ ରହିଛି । ତେବେ କଣ ଉପାସରେ ରହିବେ ଆଜି ଲିଙ୍ଗରାଜ !

ଭୁବନେଶ୍ୱର ଲିଙ୍ଗରାଜଙ୍କ ନୂଆଗାଁ ଗଙ୍ଗୁଆ ନଦୀ କୂଳ ଜମିରେ ବଡ଼ୁ ନିଯୋଗର ଜବରଦଖଲ ନିର୍ମାଣକୁ ନିଯୋଗ ବିରୋଧ କରୁଥିବା  ଜଣାପଡ଼ିଛି । ଏହି ଜମି ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦୋଷ ଦେଇଛନ୍ତି । ଫଳରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ  ଆଜି ଲିଙ୍ଗରାଜଙ୍କ ନିକଟରେ ହେବାକୁ ଥିବା ରୋଷ ହୋମ ନୀତି ବନ୍ଦ ରହିଛି ।

ରୋଷ ହୋମ ନୀତି ସମ୍ପନ୍ନ ହେବା ପରେ ଲିଙ୍ଗରାଜଙ୍କ ନିକଟରେ ଭୋଗ ଲାଗି ହୋଇଥାଏ । ସକାଳୁ ଏଯାଏଁ ନୀତିକାନ୍ତି ବନ୍ଦ ରହିଛି । କିନ୍ତୁ ଜବରଦଖଲ ଅଭିଯୋକକୁ ବଡୁ ନିଯୋଗ ଖଣ୍ଡନ କରିଛି । ବଡୁ ନିଯୋଗର ନିର୍ମାଣକୁ ମନ୍ଦିର ପ୍ରଶାସନ ବେଆଇନ ଦର୍ଶାାଇଲା । ଏହି ଜମି ମହାପ୍ରଭୁଙ୍କର ବୋଲି ମନ୍ଦିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଏନେଇ ଆଲୋଚନା ଜାରି ରହିଛି । 

  • Tags: