Home > କଳା ସଂସ୍କୃତି
ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତୀପାଇଁ ଅଧିଗୃହୀତ ହେବ ୨୮ ହେକ୍ଟର ଜମି
Khabar Odisha:Art-and-culture-national-odisha-land-will-be-acquired-for-statue-of-lord-rama-in-ayodhya
ଅଯୋଧ୍ୟା, ମେ ୧୨(ଖବର ଓଡିଶା):

ଅଯୋଧ୍ୟାରେ ନିର୍ମାଣ ହେବ ମର‌୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା  । ଏହି ପ୍ରତିମା ତିଆରି କରିବା ପାଇଁ ପାଖାପାଖି ୨୮.୨୮୪ ହେକ୍ଟର ଭୂମି ଅଧିଗ୍ରହଣ କରାଯିବ । ଅଯୋଧ୍ୟାର ଡିଏମ ଅନୁଜ୍ ଝା ଜମି ଚିହ୍ନଟ କରି ଏ ନେଇ ପର‌୍ୟ୍ୟଟନ ବିଭାଗକୁ ଏକ ପ୍ରସ୍ତାବ ପଠାଇଚନ୍ତି । 

ଅଯୋଧ୍ୟାର ସରୟୁ ନଦୀ ନିକଟରେ ଭଗବାନ ରାମଙ୍କର ପାଖାପାଖି ୨୨୧ ମିଟର ଉଚ୍ଚ ପ୍ରତିମା ତିଆରି ହେବାର ଅଛି । ଏହି ପ୍ରତିମା ନିକଟରେ ପ୍ରଦର୍ଶନୀ ଗ୍ୟାଲେରୀ ଏବଂ ଦର୍ଶନ କରିବାକୁ ଆସିବାକୁଥିବା ପର‌୍ୟ୍ୟଟକମାନଙ୍କ ପାଇଁ ଅନେକ ସୁବିଧା ବିକଶିତ କରାଯିବ । ଏଥିପାଇଁ ୨୮.୨୮୪ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସର୍କିଲା ରେଟ୍ ହିସାବରେ ଦେଖିବାକୁ ଗଲେ ଜମିର ମୂଲ୍ୟ ୩୮ କୋଟି ୬ ଲକ୍ଷ ୧୧ ହଜାର ୨୧୨ ଟଙ୍କା ଆକଳନ କରାଯାଇଛି । କିନ୍ତୁ ନିୟମ ଅନୁଯାୟୀ ଗ୍ରାମୀଣ କ୍ଷେତ୍ରର ଜମିର କ୍ଷତିପୂରଣ ବାବଦକୁ ସର୍କିଲା ରେଟ୍‌ର ଚାରି ଗୁଣ ଓ ସହର କ୍ଷେତ୍ରର ଜମିର କ୍ଷତିପୂରଣ ସର୍କିଲା ରେଟ୍‌ରୁ ଦୁଇଗୁଣ ଅଧିକ ଦେବାକୁ ବ୍ୟବସ୍ଥା ରହିଛି ।

ପର‌୍ୟ୍ୟଟନ ବିଭାଗର ଅଧିକାରୀମାନଙ୍କ ଅନୁମାନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ପାଖାପାଖି ୮୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଲୋକସଭା ନିର୍ବାଚନ ପରେ ସରକାରଙ୍କ ଅନୁମତୀ କ୍ରମେ ପୂର୍ବ ପ୍ରସ୍ତୁତ ଅଧିଗ୍ରହଣ କାର‌୍ୟ୍ୟ ଆଗକୁ ବଢାଯିବ । ସୂଚନାଯୋଗ୍ୟ ଯେ, ସରକାର ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି କି ଜମି ମାଲିକଙ୍କ ସହମତି ସହିତ ସେମାନଙ୍କର ଭୂମି ଅଧିଗ୍ରହଣ କରାଯିବ । 

ଭଗବାନ ଶ୍ରୀରାମଙ୍କ ମୂର୍ତ୍ତୀ ୧୫୧ ମିଟର ଉଚ୍ଚ ହେବ । ୫୦ ମିଟର ଉଚ୍ଚର ପେଡଷ୍ଚଲ ଏବଂ ୨୦ ମିଟର ଉଚ୍ଚର ଚତ୍ର ପରେ ମୂର୍ତ୍ତୀର ମୋଟ୍ ଉଚ୍ଚତା ୨୨୧ ମିଟର ହୋଇଯିବ । ୫୦ ମିଟର ଉଚ୍ଚର ପେଡଷ୍ଚଲ ମଧ୍ୟରେ ଅତ୍ୟାଧୁନିକ ମ୍ୟୁଜିୟମ ମଧ୍ୟ ତିଆରି କରାଯିବ । ଏହି ମ୍ୟୁଜିୟମରେ ଅଯୋଧ୍ୟାର ଇତିହାସ ଉପରେ ଲୋକମାନଙ୍କୁ ସୂଚନା ମିଳିବ ।