Home > କଳା ସଂସ୍କୃତି
ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ
Khabar Odisha:Naveen-pattnaik-watch-rathayatra-live-in-TV
ଭୁବନେଶ୍ୱର, ଜୁନ ୨୩ ( ଖବର ଓଡ଼ିଶା):

 ଆଜି ପବିତ୍ର ଘୋଷଯାତ୍ରା । ବଡ଼ଦାଣ୍ଡରେ ମାଉସୀ ମା ମନ୍ଦିର ଅଭିମୁଖେ ଗଡ଼ୁଛି ତିନି ରଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯାଉଛି ହଟିଆ କାଳିଆ ଠାକୁର।  

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଗ୍ରୀନ୍‌ ସିଗନାଲ ଦେବା ପରେ ଆଜି ପୁରୀରେ କଟକଣା ଓ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିଛନ୍ତି । ତେବେ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ଠାକୁରଙ୍କୁ ପ୍ରଣାମ କରିଥିବା ଦେଖିବାକୁ ମିଳିଛି । କୋଟି କୋଟି ଶ୍ରଦ୍ଧାଳୁ ଟିଭି ମାଧ୍ୟମରେ ରଥଯାତ୍ରା ଦେଖୁଛନ୍ତି ।

ଏହାସହ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, ‘ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି । ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି । ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ। ’

  • Tags: