Home > କଳା ସଂସ୍କୃତି
କରୋନା ଆତଙ୍କ, ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର
Khabar Odisha:State-Odisha-konark-sun-temple-will-close-from-tomorrow-For-corona
ଭୁବନେଶ୍ୱର, ମାର୍ଚ୍ଚ ୧୫ (ଖବର ଓଡ଼ିଶା):

କରୋନା ମୁକାବିଲା ପାଇଁ ରାଜ୍ୟରେ ବଡ଼ ବଡ଼ ପଦକ୍ଷେପ। ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର । 

କୋଣାର୍କରେ କରୋନା ଭୟର ପ୍ରଭାବ ଦେଖିବାକୁ ମିଳିଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆସନ୍ତାକାଲିଠୁ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତି ନିଆଯାଇଛି । କରୋନା ଭୟରେ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ତେଣୁ କାଲିଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । 

ଅନ୍ୟପଟେ କରୋନା ଭୟରେ ଆଜିଠୁ ମାର୍ଚ୍ଚ ୩୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି । ପୁରୀରୁ ସାତପଡା, ପୁରୀରୁ ଭୁବନେଶ୍ୱର ଏବଂ ପୁରୀରୁ ଚନ୍ଦ୍ରଭାଗା, କୋଣାର୍କ ଓ କାକଟପୁର ରୁଟରେ ଚଳାଚଳ କରୁଥିବା ସମସ୍ତ ଟୁରିଷ୍ଟ ବସକୁ ବାତିଲ କରାଯାଇଛି । ଏନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ଯାଉଥିବା ପର୍ଯ୍ୟଟକ ଓ ସେବାୟତଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ସତର୍କ କରାଯାଇଛି । ଲିଙ୍ଗରାଜ ମନ୍ଦିର ଭିତରେ ସାନିଟାଇଜର ବ୍ୟବହାର କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି ।

  • Tags: