Home > କଳା ସଂସ୍କୃତି
ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ
Khabar Odisha:kartika-niti-starts-at-shree-mandir-from-today
ପୁରୀ, ଅକ୍ଟୋବର ୯ (ଖବର ଓଡ଼ିଶା):

ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଆଜିଠାରୁ ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଚତୁର୍ଦ୍ଧାମୂର୍ତ୍ତି ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୁଏ । ଏହା ପରେ ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୁଏ । ଚତୁର୍ଦ୍ଧାମୂର୍ତ୍ତି ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସିଂହଦ୍ୱାର ସାମ୍ନାରେ ଦେବସଭା କରାଯିବ । ଦଶହରାରେ ଗୋଷାଣୀ ଭାବେ ପୂଜା ପାଉଥିବା ଦେବୀ ଦୁର୍ଗା ଶୋଭାଯାତ୍ରାରେ ବାହାରି ଉକ୍ତ ଦେବସଭାରେ ଯୋଗଦେବାର ପରମ୍ପରା ରହିଛି । ଶ୍ରୀମନ୍ଦିରର ମହାଦୀପ ଦର୍ଶନ କରିବା ପରେ ଗୋଷାଣୀମାନେ ଦେବୀଘାଟକୁ ଯାଇ ଜଳ ବିସର୍ଜନ କରିଥାନ୍ତି ।

  • Tags: