Home > କଳା ସଂସ୍କୃତି
ଛଠ୍ : ଶ୍ରଦ୍ଧାର ଅନନ୍ୟ ଉଦାହରଣ, ମାନସିକ ରଖି ୧୫ ଘଣ୍ଟା ଯାଏଁ ନଦୀ ଜଳରେ ଠିଆ ହେଲେ ମହିଳା
Khabar Odisha:national-odisha-55-yr-old-woman-prays-15-hours-in-river-on-chhath-in-jharkhand
ଝାରଖଣ୍ଡ, ନଭେମ୍ବର ୦୪ (ଖବର ଓଡିଶା) :

ରବିବାର ଦେଶ ସାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ନଦୀ ତଟରେ ଜଳରେ ଠିଆ ହୋଇ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ଓ ଛଠ ବ୍ରତ ପୂରଣ କରିଛନ୍ତି। କିନ୍ତୁ ଝାରଖଣ୍ଡର ଜଣେ ୫୫ ବର୍ଷୀୟା ମହିଳା ଶ୍ରଦ୍ଧାଳୁ ଆସ୍ଥାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପାଇଁ ନଦୀ ଜଳରେ ରାତି ସାରା ୧୫ ଘଣ୍ଟା ଧରି ଠିଆ ହୋଇଥିଲେ। 

ସୋନି ଦେବି ନାମ୍ନୀ ଜଣେ ୫୫ ବର୍ଷୀୟା ମହିଳା ରାମଗଢରେ ରୁହନ୍ତି। ପରମ୍ପରା ଅନୁଯାୟୀ ସୋନି ଦେବି ଶନିବାର ସନ୍ଧ୍ୟାରେ ସ୍ଥାନୀୟ ନଲକାରୀ ନଦୀରେ ଠିଆ ହୋଇ ଅସ୍ତମିତ ସୂର୍ଯ୍ୟଙ୍କୁ ପ୍ରଥମେ ଅର୍ଘ୍ୟ ଦେଇଥିଲେ। ଏହାପରେ ରବିବାର ଦିନ ସକାଳେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରିଥିଲେ। କିନ୍ତୁ ଆଶ୍ଚର‌୍ୟ୍ୟର ବିଷୟ ଏହାକି ଯେ, ସୋନି ଦେବି ଅନ୍ୟମାନଙ୍କ ଭଳି ଶନିବାର ଅର୍ଘ୍ୟ ଅର୍ପଣ କରିବା ପରେ ନଦୀରୁ ବାହାରକୁ ଆସି ନଥିଲେ। ରାତି ସାରା ନଦୀର ଥଣ୍ଡା ପାଣିରେ ହାତ ଯୋଡି ଠିଆହୋଇ ରହିଥିଲେ। 

ଏନେଇ ସୋନି କହିଛନ୍ତି ଯେ, ମୁଁ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବାକୁ ନଦୀ ଜଳରେ ୧୫ ଘଣ୍ଟା ଯାଏଁ ଠିଆହୋଇ ରହିଲି। ମୋର ଇଛା ପୂରଣ ହେଲେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ପାଇଁ ରାତିସାରା ନଦୀ ଜଳରେ ଠିଆ ହେବି ବୋଲି ମୁଁ ଏକ ମାନସିକ ରଖିଥିଲି। ତେବେ ସୋନି ଦେବିଙ୍କ ଏଭଳି ଆସ୍ଥା ଦେଖି ନଦୀ କୂଳରେ ଠିଆ ହୋଇଥିବା ଅନ୍ୟ ଶ୍ରଦ୍ଧାଳୁମାନେ ନତମସ୍ତକ ହୋଇଥିଲେ।