Home > କଳା ସଂସ୍କୃତି
ଦୁର୍ଗାପୂଜା ନେଇ ଚଲଚଞ୍ଚଳ କଟକ ସହର, ଏଥର ସାମିଲ ହେବ ଆଉ ୩ଟି ଚାନ୍ଦି ମେଢ
Khabar Odisha:state-odisha-preparation-of-cuttack-durga-puja
କଟକ, ସେପ୍ଟେମ୍ବର ୦୧ (ଖବର ଓଡିଶା) :

ଅକ୍ଟୋବର ୪ରେ ଆସୁଛି ଦୁର୍ଗାପୂଜା। ପୂଜା ପାଇଁ ଏବେ ଚଳଚଞ୍ଚଳ ପୂଜା ବଜାର। ଏନେଇ କାରିଗରଙ୍କ ଠାରୁ ଆରମ୍ଭ କରି ସୁରକ୍ଷା ଦାୟିତ୍ଵ ଯାଏଁ ସମସ୍ତେ ବେଶ୍ ତତ୍ପର ହୋଇ ଉଢିଲେଣି। ଆଜି କଟକରେ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ପକ୍ଷରୁ ବୈଠକ କରାଯାଇଛି। ଜିଲ୍ଲା ପୋଲିସ ପ୍ରଶାସନ ଓ ସବୁ ରାଜନୈତିକ ଦଳ ଏହି ବୈଠକରେ ସାମିଲ ହୋଇଛନ୍ତି। 

ଆସନ୍ତା ଅକ୍ଟୋବର ୪ରେ ଦୁର୍ଗାପୂଜା ଆରମ୍ଭ ହୋଇ ୮ରେ ସରିବ ଏବଂ ୯ତାରିଖରେ ଭସାଣ ଉତ୍ସବ ହେବ। ଏଥିପାଇଁ ବିଭିନ୍ନ ଆଡୁ ଆୟୋଜନ ଚାଲିଛି। ନିର୍ବିଘ୍ନରେ ପୂଜା କରିବା ପାଇଁ କଟକ ଶାନ୍ତି କମିଟି ପକ୍ଷରୁ ଏକ ବୈଠକ ଡକା ଯାଇଛି। ଏଥିରେ ଜିଲ୍ଲା ପୁଲିସ ପ୍ରଶାସନ ଓ ରାଜନୈତିକ ଦଳମାନେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। କଟକରେ କିଭଳି ଭାବରେ ଶୃଙ୍ଖଳିତ ଭାବରେ ପୂଜା ଆୟୋଜନ କରାଯିବ ସେନେଇ ଆଲୋଚନା କରାଯାଇଛି। 

ସେହିପରି ଦେଖିବାକୁ ଗଲେ ଚଳିତ ବର୍ଷ ଦୁର୍ଗାପୂଜା ଆଉ ଟିକେ ଆଡମ୍ବର କରିବା ପାଇଁ ଏଥର ଚାନ୍ଦି ମେଢରେ ୩ଟି ମେଢ ସାମିଲ କରାଯାଇଛି। କାରିଗରମାନେ ପୂଜା ମଣ୍ଡପ ସଜାଇବାରେ ଲାଗି ପଡିଲେଣି।