Home > କଳା ସଂସ୍କୃତି
ଶ୍ରାବଣ ତୃତୀୟ ସୋମବାର, ଶୈବାଳୟରେ କାଉଡ଼ିଆଙ୍କ ଭିଡ଼
Khabar Odisha:third-monday-of-Sraban-month
ଭୁବନେଶ୍ୱର, ଅଗଷ୍ଟ ୫ (ଖବର ଓଡ଼ିଶା):

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଛି ସମସ୍ତ ଶୈବ ପୀଠ । ମହାଦେବଙ୍କ ମସ୍ତକରେ ଜଳଲାଗି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି କାଉଡ଼ିଆ ।

ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଆର୍ଶୀବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଥି ପାଇଁ ଶିବାଳୟରେ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ରାଜ୍ୟର ପ୍ରସିଦ୍ଧ ଶୈବାଳୟ ଯଥା ବାବା ଲିଙ୍ଗରାଜ, ଢେଙ୍କାନାଳର କପିଳାଶ, କଟକର ଧବଳେଶ୍ୱର, ପୁରୀର ଲୋକନାଥ, ଭଦ୍ରକର ଆଖଣ୍ଡଳମଣୀ ଆଦି ମନ୍ଦିରଗଡ଼ିକରେ କାଉଡିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହିତ ଅନ୍ୟାନ ଶିବ ମନ୍ଦିରରେ ମଧ୍ୟ କାଉଡିଆମାନଙ୍କ ଭିଡ ରହିଛି ।

  • Tags: