Home > ରାଶିଫଳ 2017 June

Dr. Raj Kishore Pani
(Ph.D in Astrology)
Mob: 8093176117, 9861934747
Khabar Odisha
ମେଷ ରାଶିର ଜାତକମାନେ ଜୁନ୍‌ ମାସର ପ୍ରାରମ୍ଭରୁ 10 ତାରିଖ ପର୍ଯ୍ୟନ୍ତ ଆପଣ ମାନସିକ ବୌଦ୍ଧିକ ସ୍ତରରେ ସୁସ୍ଥ ରହିବେ । ଦୀର୍ଘକାଳୀନ ରୋଗରୁ ମୁକ୍ତି ପାଇବେ । ଶତ୍ରୁ ବିଜୟୀ ରହିବେ । କର୍ମକ୍ଷେତ୍ର ଏବଂ ବ୍ୟାପାର ବାଣିଜ୍ୟରେ ଅସ୍ଥିରତା ରହିବ । ପାରିବାରିକ ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ । ଏ ସମୟରେ କୌଣସି ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ଏହାପରେ ପରେ 11 ଜୁନ୍‌ରୁ 220 ଜୁନ୍‌ ପର୍ଯ୍ୟନ୍ତ ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ । କିନ୍ତୁ ଏ ସମୟରେ ଅଚାନକ ଭାଗ୍ୟର ଯୋଗ ମଧ୍ୟ ରହିବ । ନୂତନ କର୍ମପ୍ରାପ୍ତି ଏବଂ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଏ ସମୟରେ ଶରୀର ନୀରୋଗ ରହିବ । ଜୁନ 21ରୁ 30 ପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା କରିବାର ଯୋଗ ପ୍ରାପ୍ତ ହେବ । ମନରେ ଅଧିକ ଭାବ ପ୍ରବଣତା ବଢ଼ିବ । ସନ୍ତାନ ସୁଖ ପ୍ରାପ୍ତି ହେବ । ବହୁଦିନର ବନ୍ଧୁ ମିଳନ ହେବ ।
Khabar Odisha
ବୃଷ ରାଶିର ଜାତକମାନେ ମାସର ପ୍ରାରମ୍ଭରୁ 10 ତାରିଖ ପର୍ଯ୍ୟନ୍ତ ନୂତନ ବାହନ କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ । ସନ୍ତାନ କଷ୍ଟ ଯୋଗୁଁ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ କଳହପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ଜୁନ 11ରୁ 20 ପର୍ଯ୍ୟନ୍ତ ସମୟରେ ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଭ କରିବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିବେ । ସ୍ୱାସ୍ଥ୍ୟ ଏତେ ଉତ୍ତମ ରହିବ ନାହିଁ । ଧର୍ମ ଉପରେ ଏତେ ବିଶ୍ୱାସ ରହିବ ନାହିଁ । ଆତ୍ମବଳ ବହୁତ କମ ଅନୁଭବ କରିବେ । 21ରୁ 30 ପର୍ଯ୍ୟନ୍ତ ବୃଷ ରାଶିର ଜାତକମାନେ କର୍ମକ୍ଷେତ୍ରରେ ସାମାନ୍ୟ ଫଳ ଲାଭ କରିବେ । ଧନାଗମୀ ପାଇଁ ଏ ସମୟ ଉତ୍ତମ ରହିବ ନାହିଁ । ଆୟ ତୁଳନାରେ ବ୍ୟୟ ଆକସ୍ମିକ ଭାବରେ ହେବ । ଅତ୍ୟଧିକ ଧନହାନି ପାଇଁ ଆପଣ ଚିନ୍ତିତ ରହିବେ ।
Khabar Odisha
ବୃଷ ରାଶିର ଜାତକମାନେ ମାସର ପ୍ରାରମ୍ଭରୁ 10 ତାରିଖ ପର୍ଯ୍ୟନ୍ତ ନୂତନ ବାହନ କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ । ସନ୍ତାନ କଷ୍ଟ ଯୋଗୁଁ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ କଳହପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ଜୁନ 11ରୁ 20 ପର୍ଯ୍ୟନ୍ତ ସମୟରେ ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଭ କରିବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିବେ । ସ୍ୱାସ୍ଥ୍ୟ ଏତେ ଉତ୍ତମ ରହିବ ନାହିଁ । ଧର୍ମ ଉପରେ ଏତେ ବିଶ୍ୱାସ ରହିବ ନାହିଁ । ଆତ୍ମବଳ ବହୁତ କମ ଅନୁଭବ କରିବେ । 21ରୁ 30 ପର୍ଯ୍ୟନ୍ତ ବୃଷ ରାଶିର ଜାତକମାନେ କର୍ମକ୍ଷେତ୍ରରେ ସାମାନ୍ୟ ଫଳ ଲାଭ କରିବେ । ଧନାଗମୀ ପାଇଁ ଏ ସମୟ ଉତ୍ତମ ରହିବ ନାହିଁ । ଆୟ ତୁଳନାରେ ବ୍ୟୟ ଆକସ୍ମିକ ଭାବରେ ହେବ । ଅତ୍ୟଧିକ ଧନହାନି ପାଇଁ ଆପଣ ଚିନ୍ତିତ ରହିବେ ।
Khabar Odisha
ମିଥୁନ ରାଶିର ଜାତକମାନେ ଜୁନ ମାସର ପ୍ରାରମ୍ଭରୁ 10 ତାରିଖ ପର୍ଯ୍ୟନ୍ତ ପାରିବାରିକ ସୁଖ ଉତ୍ତମ ରହିବ। ଏ ସମୟରେ ଭାଇମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ । ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ । ଦୀର୍ଘ ଦିନର ଥିବା ଋଣ ପରିଶୋଧ ହେବ । ଶତ୍ରୁ ଅଧିକ ବୃଦ୍ଧି ପାଇବେ । ଦାମ୍ପତ୍ୟ ସାଥିଙ୍କର ଶରୀର ମଧ୍ୟ ଅସୁସ୍ଥ ରହିବ । 10ରୁ 20 ତାରିଖ ଭିତରେ ଆପଣମାନେ ଅଧିକା ଥଣ୍ଡା କଫରେ ଆକ୍ରାନ୍ତ ରହିବେ । ପିତାଙ୍କ ସହିତ ଉତ୍ତମ ବୁଝାମଣା ରହିବ । ଘରେ ଶୁଭ ବିବାହ ଅନୁଷ୍ଠିତ ହେବ । ନୂତନ ବନ୍ଧୁ ସ୍ଥାପନ ହେବେ । କର୍ମ କ୍ଷେତ୍ରରେ ଉତ୍ତମ ପଦପ୍ରାପ୍ତିର ଯୋଗ ରହିବ । ଜୁନ 21ରୁ 30 ଭିତରେ ବିଶେଷ ବ୍ୟାପାର ବାଣିଜ୍ୟରେ ଉତ୍ତମ ସଫଳତା ପ୍ରାପ୍ତି କରିବେ । ଉତ୍ତମ ଧନ ପ୍ରାପ୍ତିର ଯୋଗ ରହିବ । ଅତ୍ୟଧିକ ଋଣ କାରଣର ଅର୍ଥ ବ୍ୟୟ ଅଧିକ ହେବ । ଏଥିପାଇଁ ଚିନ୍ତାଗ୍ରସ୍ତ ରହିବେ । ମନ ଭିତରେ ଅସନ୍ତୋଷ ବଢ଼ିବ । ଅନ୍ୟକୁ ସାହାଯ୍ୟ କରି ବିପଦରେ ପଡିବେ ।
Khabar Odisha
ଜୁନ୍‌ 1ରୁ 10 ଭିତରେ କର୍କଟ ରାଶିର ଜାତକମାନଙ୍କର ଧନ ଆୟ ଉତ୍ତମ ରହିବ । ଶରୀର ସୁସ୍ଥ ରହିବ । ମନ ପ୍ରଫୁଲ୍ଲିତ ରହିବ । ମନ ଭିତରେ ଦୃଢ଼ ଇଛାଶକ୍ତି ବୃଦ୍ଧି ପାଇବ । ସନ୍ତାନ କଷ୍ଟ ରହିବ । ସନ୍ତାନ ଶରୀର ଅସୁସ୍ଥ ରହିବ । ଜୁନ 11ରୁ 20 ଭିତରେ ଆପଣଙ୍କର ବୈବାହିକ ଦାମ୍ପତ୍ୟ ଜୀବନରେ କଳହପୂର୍ଣ୍ଣ ବାତାବରଣ ଦେଖାଦେବ। ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ରହିବ । କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହେବ ନାହିଁ । ବ୍ୟାପାରରେ କ୍ଷୟକ୍ଷତିର ସମ୍ଭାବନା ଅଧିକ ରହିବ । ମାସର ଶେଷ ଭାଗରେ ଆପଣ ପ୍ରୋଫେସ୍‌ନାଲ ଲାଇଫ୍‌ରେ ଥିବା ଅସ୍ଥିରତା ପାଇଁ ଚିନ୍ତିତ ରହିବେ । ଧନର ଆଗମନ ବହୁତ କମ ରହିବ ।
Khabar Odisha
ସିଂହ ରାଶିର ଜାତକମାନେ ମାସର ପ୍ରାରମ୍ଭରୁ 10 ତାରିଖ ଭିତରେ ମନରେ ଅତ୍ୟଧିକ ଅନିୟନ୍ତ୍ରିତ କ୍ରୋଧ ଲକ୍ଷ୍ୟ କରିବେ । ମୁଣ୍ଡବିନ୍ଧା ଏବଂ ଅତ୍ୟଧିକ ଥଣ୍ଡାରେ ଆକ୍ରାନ୍ତ ରହିବେ । ଧନ ପ୍ରାପ୍ତିର ଯୋଗ ମଧ୍ୟମ ଧରଣର ରହିବ । ଦୁର୍ଘଟଣାର ସମ୍ଭାବନା ଅଧିକ ରହିବ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । କନ୍‌ସେନ୍‌ଟ୍ରେସନ୍‌ ବହୁତ କମ ରହିବ । ଅନିଦ୍ରାର ଶିକାର ହେବାକୁ ପଡିବ । 11ରୁ 20 ତାରିଖ ପର୍ଯ୍ୟନ୍ତ ଆପଣ ପାଠପଢ଼ାରେ ଅନିୟମିତତା ଲାଗି ରହିବ । ଦୀର୍ଘକାଳୀନ ରୋଗରୁ ମୁକ୍ତି ମିଳିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିବ । ପାଦରେ ଯନ୍ତ୍ରଣା ଅଧିକ ଅନୁଭବ କରିବେ । ଶରୀର ମଧ୍ୟ ଅସୁସ୍ଥ ରହିବ । ଜୁନ 21ରୁ 30 ପର୍ଯ୍ୟନ୍ତ ଆପଣମାନଙ୍କ ଜାତକରେ ସୌଭାଗ୍ୟ ପ୍ରାପ୍ତିର ଯୋଗ ରହିଛି । ଏ ସମୟରେ ଆପଣ ସୌଖୀନ ସାମଗ୍ରୀ ଟିଭି, ଫ୍ରିଜ୍‌, ଫର୍ଣ୍ଣିଚର, ଗାଡି, ଫ୍ଲାଟ୍‌ ଇତ୍ୟାଦି କିଣିବାର ଯୋଗ ପ୍ରାପ୍ତି ହେବ । ଉତ୍ତମ ଲୋକ ସମ୍ପର୍କ ଏବଂ ବ୍ୟାପାରରେ ଅସାଧାରଣ ଉନ୍ନତି ହେବ ।
Khabar Odisha
ତୁଳା ରାଶିର ଜାତକମାନେ ମାସ ପ୍ରାରମ୍ଭରୁ 10 ତାରିଖ ପର୍ଯ୍ୟନ୍ତ ଉତ୍ତମ ଧନ ଆୟ କରିବାର ସୌଭାଗ୍ୟ ପ୍ରାପ୍ତି କରିବେ । କୋର୍ଟ କଚେରୀରେ ଥିବା ମାଲି ମକଦ୍ଦମାର ସ୍ଥାୟୀ ସମାଧାନ ହେବ । ଆପଣ ସମାଜରେ ଉନ୍ନତି ପାଇଁ କିଛି ସାମାଜିକ ଅନୁଷ୍ଠାନର ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ସ୍ଥିତି ଉତ୍ତମ ରହିବ । କର୍ମକ୍ଷେତ୍ରରେ ଅସ୍ଥିରତା ରହିବ । ପୁତ୍ର ସନ୍ତାନ ପ୍ରାପ୍ତିର ଯୋଗ ରହିବ । ଜୁନ 11ରୁ 20 ପର୍ଯ୍ୟନ୍ତ ତୁଳା ରାଶିର ଜାତକମାନେ ଏ ସମୟରେ କ୍ଷୟକ୍ଷତିର ସମ୍ମୁଖୀନ ହେବେ । ଦାନ ଧର୍ମର ମଧ୍ୟ ସୌଭାଗ୍ୟ ପ୍ରାପ୍ତ ହେବାକୁ ପଡିବ । ପିଲାମାନଙ୍କ ପକ୍ଷରୁ ମଧ୍ୟ କଷ୍ଟ ପାଇବେ । ଅଚାନକ ଶତ୍ରୁ ବୃଦ୍ଧି ପାଇବେ । ଜୁନ ମାସରୁ ଶେଷ ଭାଗରେ ତୁଳା ରାଶିର ଜାତକମାନେ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ । ଜବ୍‌ରେ ମଧ୍ୟ ଆପଣଙ୍କୁ ଉତ୍ତମ ପଦ ପ୍ରାପ୍ତ ହେବ । ଅଚାନକ ଟ୍ରାନ୍ସଫର୍‌ର ଯୋଗ ମଧ୍ୟ ରହିବ ।
Khabar Odisha
ଜୁନ ମାସର ପ୍ରାରମ୍ଭିକ ସମୟ ଉତ୍ତମ ରହିବ । ବଡଭାଇଙ୍କ ସହିତ ସମ୍ପର୍କ ଉତ୍ତମ ରହିବ । ଉତ୍ତମ ଲୋକ ସମ୍ପର୍କ ବୃଦ୍ଧି ପାଇବ । ରାଜନୀତିରେ ପ୍ରବେଶ କରିବାର ମଧ୍ୟ ସୁଯୋଗ ରହିବ । ସମାଜରେ ଜଣେ ପ୍ରତିଷ୍ଠିତ ଭାବରେ ନିଜକୁ ପ୍ରମାଣ କରିବେ । ନିଜର ବିଳାସ ବ୍ୟସନରେ ଅଧିକ ଅର୍ଥ ବ୍ୟୟ ନିଜର ମନୋବଳ ଅଧିକ ଲାଭ କରିବେ । ଇରିଟେସନ୍‌ ଅଧିକ ରହିବ । ସଞ୍ଚିତ ଧନ ଚୋରି ହେବାର ଭୟ ରହିବ । ମନରେ ସନ୍ଦେହ ଅଧିକ ସୃଷ୍ଟି ହେବ । ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ବିଚାରି କରନ୍ତୁ । କ୍ଷତି ହେବାର ସମ୍ଭାବନା ଅଧିକ ରହିବ । ମାସର ଶେଷ ଭାଗରେ ଆପଣମାନେ ଉତ୍ତମ ଫଳ ପ୍ରାପ୍ତି କରିବେ । ପାରିବାରିକ ସ୍ଥିତି ଉତ୍ତମ ରହିବ । ଦୁର୍ଘଟଣାର ଆକସ୍ମିକ ଶିକାର ହେବାକୁ ପଡିବ । ଏ ସମୟରେ ବାହାରକୁ ଯାତ୍ରା କରିବା କ୍ଷତିକାରକ ରହିବ । କର୍ମକ୍ଷେତ୍ରରେ ଶତ୍ରୁତା ରହିବ । ଏ ସମୟରେ ଘରେ କୌଣସି ଧାର୍ମିକ ଅନୁଷ୍ଠାନ ମଧ୍ୟ କରିବାର ସୁଯୋଗ ରହିବ ।
Khabar Odisha
ଧନୁ ରାଶିର ଜାତକମାନେ ମାସର ପ୍ରାରମ୍ଭରୁ 10 ତାରିଖ ଭିତରେ ଅନ୍ୟକୁ ଅତି ବିଶ୍ୱାସ କରି ଠକାମୀରେ ପଡିବେ । ମନ ଭିତରେ ଅସନ୍ତୋଷ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ମନରେ ସନ୍ଦେହ ବୃଦ୍ଧି ପାଇବ । ମାନସିକ ଚାପ ଅଧିକ ରହିବ । କର୍ମକ୍ଷେତ୍ରରେ ମଧ୍ୟମ ଧରଣର ସଫଳତା ଲାଭ କରିବେ । 11 ରୁ 20 ଭିତରେ ଆପଣ ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଚିନ୍ତିତ ରହିବ । ଥଣ୍ଡା ଜ୍ୱରରେ ଆକ୍ରାନ୍ତ ରହିବେ । ବିଦେଶ ଭ୍ରମଣ କରିବାର ଯୋଗ ରହିଛି । ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ରହିବେ । ପ୍ରତିଯୋଗିତା ପରୀକ୍ଷାରେ ଅସଫଳ ହେବେ । ପରିବାରରେ ମତାନ୍ତର ମନାନ୍ତର ରହିବ । ମାସର ଶେଷ ଭାଗରେ ଆପଣମାନେ ଚୋରିର ଶିକାର ହେବେ । ଲିଟିଗେସନ୍‌ର ସମସ୍ୟା ମଧ୍ୟ ରହିବ । ଭୁଲ ନକରି ଦଣ୍ଡ ମଧ୍ୟ ପାଇବେ । ରୋଗରେ ମଧ୍ୟ ଆକ୍ରାନ୍ତ ରହିବେ ।
Khabar Odisha
ମକର ରାଶିର ଜାତକମାନେ ଜୁନ ମାସର ଆରମ୍ଭରୁ 10 ତାରିଖ ଭିତରେ ପ୍ରଥମେ ଷ୍ଟ୍ରଗଲ୍‌ କରି ଆଗକୁ ବଢ଼ିବେ । ପେଟରୋଗ ଅଧିକ ରହିବ । ମନ ଭିତରେ ପ୍ରବଳ ଡର ରହିବ । ପରିବାରରେ ଅସନ୍ତୋଷ ଦେଖାଦେବ । ବିନା କାରଣ ଥାଇ ଯାତ୍ରା କରିବେ । ଆଘାତ ଲାଗିବାର ସମ୍ଭାବନା ରହିବ । ଜୁନ 11 ରୁ 20 ପର୍ଯ୍ୟନ୍ତ ଆପଣମାନେ ଆକସ୍ମିକ ଭାବରେ ଧନ ଲାଭ କରିବେ । କୌଣସି ନୂତନ ବ୍ୟାପାରରେ ଆପଣଙ୍କୁ ଲାଭପ୍ରାପ୍ତ ହେବ । ଆଖି ଖରାପ ହେବାର ସମ୍ଭାବନା ରହିବ । ଖର୍ଚ୍ଚ ମଧ୍ୟମ ଧରଣର ରହିବ । ବ୍ୟାପାରରେ ଧନ ଲଗାଇବା ଆପଣଙ୍କ ପାଇଁ ଶୁଭପ୍ରଦ ହେବ । କାନ କିମ୍ବା ଦାନ୍ତରେ ଯନ୍ତ୍ରଣା ଅନୁଭବ କରିବେ । ମାସର ଶେଷ ଭାଗରେ ଅତ୍ୟଧିକ ଶାରିରୀକ କ୍ଷମତା ବୃଦ୍ଧି ପାଇବ । ନୂତନ ପ୍ରେମ ସମ୍ପର୍କ ସୃଷ୍ଟି ହେବ । ବିଦ୍ୟା କ୍ଷେତ୍ରରେ ଅଗ୍ରଗତି ଲାଭ କରିବେ । ଉଚ୍ଚ ଶିକ୍ଷା କିମ୍ବା ସ୍ନାତ୍ତକୋତ୍ତର ପରୀକ୍ଷାରୋ ସଫଳ ହେବେ । ପ୍ରତିଯୋଗିତାରେ ମଧ୍ୟ ସଫଳ ହେବେ । ଦୀର୍ଘ ଦିନର ଥିବା ଶତ୍ରୁ ମିତ୍ରବତ୍‌ ଆଚରଣ କରିବ ।
Khabar Odisha
କୁମ୍ଭ ରାଶିର ଜାତକମାନେ ମାସ ପ୍ରାରମ୍ଭରୁ 10 ତାରିଖ ପର୍ଯ୍ୟନ୍ତ ବିବାହ ଜୀବନରେ କଳହପୂର୍ଣ୍ଣ ବାତାବରଣ ପାଇଁ ଚିନ୍ତିତ ରହିବେ । ସ୍ୱାସ୍ତ୍ୟ ଅଚାନକ ଖରାପ ହେବାର ସମ୍ଭବନା ରହିବ । ଦୀର୍ଘଦିନର ସମ୍ପର୍କ ଶତ୍ରୁତାରେ ପରିଣତ ହେବ । ଜୁନ 11 ରୁ 20 ପର୍ଯ୍ୟନ୍ତ ଆପଣମାନଙ୍କୁ କୌଣସି ଦୀର୍ଘକାଳୀନ ରୋଗର ଶିକାର ହେବାକୁ ପଡିବ। ସ୍ତ୍ରୀ ମଧ୍ୟ ରୋଗରେ ଆକ୍ରାନ୍ତ ରହିବେ । ଭାଗ୍ୟ କ୍ଷେତ୍ରରେ ମଧ୍ୟମ ଧରଣର ଲାଭ ପାଇବେ । 21ରୁ 30 ପର୍ଯ୍ୟନ୍ତ କୁମ୍ଭ ରାଶିର ଜାତକମାନେ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଏ ସମୟରେ ପଦୋନ୍ନତିର ଯୋଗ ରହିବ । ମୁଣ୍ଡ ବିନ୍ଧା କିମ୍ବା ମୁଣ୍ଡରେ କୌଣସି ଆଘାତ ଲାଗିବାର ସମ୍ଭାବନା ରହିବ । ଛୋଟ ଛୋଟ କଥା ଭୁଲି ଯିବେ। ନିଜର ସ୍ୱାଭିମାନ ଯୋଗୁଁ ସମ୍ମାନର ପାତ୍ର ହେବେ । ପ୍ରାୟତଃ ଶେଷ ଭାଗ ଉତ୍ତର ରହିବ ।
Khabar Odisha
ମୀନ ରାଶିର ଜାତକମାନେ ଜୁନ ପ୍ରାରମ୍ଭିକ 10 ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଅଧିକ ଖରାପ ରହିବ । ଏହାପରେ ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ । ପରିବାରରେ ଅପ୍ରୀତିକର ପରିବେଶ ସୃଷ୍ଟି ହେବ । ମନରେ ସ୍ଥିରତା ରହିବ ନାହିଁ । ଜୁନ 11ରୁ 20 ଭିତରେ ଆପଣମାନଙ୍କ ଧର୍ମ ପ୍ରତି ଆସ୍ଥା ରହିବ । ନିଜକୁ ସଂସ୍କାରିତ କରିବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ଶତ ପ୍ରତିଶତ ସହଯୋଗ ପ୍ରାପ୍ତ ହେବ । ବ୍ୟାପାରରେ ଉନ୍ନତି ଘଟିବ । ଆୟ ଅଧିକ ରହିବ ଜୁନ 21 ରୁ 30 ଭିତରେ ଆପଣଙ୍କ ଶରୀରରେ ଥଣ୍ଡା ଅଧିକ ବଢ଼ିପାରେ । ସଙ୍ଗୀତରେ ଅଧିକ ରୁଚି ରହିବ । ବ୍ୟାପାରରେ ଅନ୍ୟଠୁ ବ୍ୟାପାରର କୌଶଳ ଶିଖି ବ୍ୟାପରକୁ ବଢ଼ାଇବାର ସମ୍ଭାବନା ଅଧିକ ରହିବ । ଭୂମିପ୍ରାପ୍ତିର ଯେଗା ରହିବ ।