Home > ବାଣିଜ୍ୟ
ଚଳିତ ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କ ସହ ୧.୧୭ କୋଟି ଟଙ୍କା ଠକେଇ
Khabar Odisha:Business-117-lakh-crore-bank-frauds-reported-in-financial-year-2019-20-three-quarter

ନୂଆଦିଲ୍ଲୀ, ଫେବୃଆରୀ ୧୪ (ଖବର ଓଡ଼ିଶା): ବ୍ୟାଙ୍କିଙ୍ଗ ସେକ୍ଟରରେ କିଛି ଭଲ ଖବର ଆସିନାହିଁ । ସଦ୍ୟତମ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୧୯-୨୦ର ତିନିଟି ତ୍ରୟମାସିକ (ଏପ୍ରିଲ-ଡିସେମ୍ବର)ରେ ବ୍ୟାଙ୍କ ଠକେଇ ମୋଟ ୮୯୨୬ ମାମଲା ରୁଜୁ ହୋଇଛି । ବ୍ୟାଙ୍କର ଏହି ରାଶି ୧.୧୭ ଲକ୍ଷ କୋଟି ଟଙ୍କା । ସୂଚନା ଅଧିକାର ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି । 

ଆରଟିଆଇ ରିପୋର୍ଟରୁ ଜଣାପଡ଼ିଛି, ସର୍ବାଧିକ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ କ୍ଷତି ପହଞ୍ଚାଇଛି । ଏସବିଆଇର ୩୦ ହଜାର ୩୦୦ କୋଟି ଟଙ୍କା କ୍ଷତି ହୋଇଛି । ଏସବିଆଇ ମୋଟ ୪୭୬୯ଟି ମାମଲା ରୁଜୁ କରାଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ୨୯୪ଟି ମାମଲା ହୋଇଛି । ଏଥିରେ ବ୍ୟାଙ୍କକୁ ୧୪ ହଜାର ୯୨୮ କୋଟି ୬୨ଲକ୍ଷ ଟଙ୍କା କ୍ଷତି ହୋଇଛି । ଆହ୍ଲାବାଦ ବ୍ୟାଙ୍କ ୮୬୦ ମାମଲାରେ ୬୭୮୧.୫୭ କୋଟି ଟଙ୍କା, ବ୍ୟାଙ୍କ ଅଫ ଇଣ୍ଡିଆ ୧୬୧ ମାମଲାରେ ୬୬୨୬.୧୨ କୋଟି, ୟୁନିୟନ ବ୍ୟାଙ୍କ ୨୯୨ ମାମଲାରେ ୫୬୦୪.୫୫ କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୧୫୧ ମାମଲାରେ ୫୫୫୬.୬୪ କୋଟି ଟଙ୍କା

ବ୍ୟାଙ୍କ ଅଫ ବରୋଦା ୨୫୦ ମାମଲାରେ ୧୧ ହଜାର ୧୬୬ କୋଟି ୧୯ ଲକ୍ଷ, ଓରିଏଣ୍ଟାଲ ବ୍ୟାଙ୍କ ୨୮୨ ମାମଲାରେ ୪୮୯୯.୨୭ କୋଟି ଟଙ୍କା, କାନାରା ବ୍ୟାଙ୍କ ୧୮୬୭ ମାମଲାରେ ୩୧୬୦୦.୭୬ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଜଣାଯାଇଛି । ରିଜର୍ଭ ବ୍ୟାଙ୍କ ଠକେଇ ବାବଦରେ ଅଧିକ ସୂଚନା ଦେଇ ନାହିଁ । 

 

  • Tags: