Home > ବାଣିଜ୍ୟ
ଏହି କଂପାନୀ ବଜାରକୁ ଛାଡ଼ିଲା ସ୍ମାର୍ଟ ଟିଭି ଶୃଙ୍ଖଳା, ୩୨ ଇଞ୍ଚ ଟିଭିର ମୂଲ୍ୟ ୧୪ ହଜାର ଟଙ୍କାରୁ କମ
Khabar Odisha:Business-Micromax-launches-android-smart-tvs-starting-at-rs-13999

ନୂଆଦିଲ୍ଲୀ, ଜୁଲାଇ ୧୦ (ଖବର ଓଡ଼ିଶା): ଇଲେକ୍ଟ୍ରୋନିକ ଉତ୍ପାଦନକାରୀ କଂପାନୀ ‘ମାଇକ୍ରୋମାକ୍ସ ଇନ୍‌ଫରମେଟିକ୍ସ ଲିମିଟେଡ’ ମଙ୍ଗଳବାର ଆଣ୍ଡରାଏଡ ଟିଭି ଶୃଙ୍ଖଳା ୧୩,୯୯୯ ଟଙ୍କାରେ ବଜାରକୁ ଛାଡ଼ିଛି। ୩୨ ଇଞ୍ଚ (୮୦ ସେଣ୍ଟିମିଟର), ୪୦ ଇଞ୍ଚ (୧୦୨ ସେଣ୍ଟିମିଟର) ଓ ୪୩ ଇଞ୍ଚ (୧୦୯ ସେଣ୍ଟିମିଟର) ଟିଭି ବଜାରକୁ ପ୍ରବେଶ କରିଛି। କଂପାନୀ ପକ୍ଷରୁ କୁହାଯାଇଛି ଯେ, ଟିଭି ୟୁଜର୍ସ ଗୁଗଲର ଅଫିସିଆଲ ପ୍ଲେ ଷ୍ଟୋରରୁ ଗେମ୍ସ, ମୁଭି ଓ ମ୍ୟୁଜିକ୍‌ର ସୁବିଧା ନେଇପାରିବେ। 

ଏହି ଟିଭିରେ ଅତ୍ୟାଧୁନିକ ସୁବିଧା ରହିଛି। କ୍ରୋମକାଷ୍ଟ ସହିତ ନିର୍ମିତ ଏହି ଆଣ୍ଡରାଏଡ ଟିଭିରେ ଧ୍ୱନୀ-ସକ୍ଷମ ସହିତ ଗୁଗଲ ସହାୟତା ସୁବିଧା ରହିଛି। କଂପାନୀ ନିଜର ଉତ୍ପାଦନକୁ ବଢ଼ାଇବା ପାଇଁ ୧୦,୯୯୯ ଟଙ୍କାରେ ସ୍ୱୟଂଚାଳିତ ଟପ୍‌ ଲୋଡିଂ ଓ୍ଵାସିଂମେସିନ ବଜାରକୁ ଛାଡ଼ିଛି। 

ମାଇକ୍ରୋମେକ୍ସ ଇନଫରମେଟିକ୍ସର ନିର୍ଦ୍ଦେଶକ ରୋହନ ଅଗ୍ରଓ୍ଵାଲ ଏକ ବୟାନରେ କହିଛନ୍ତି, ଗୁଗଲ ପ୍ରମାଣିତ ଆଣ୍ଡରାଏଡ ଟିଭିରେ ଆକର୍ଷଣୀୟ ସୁବିଧା ରହିଛି। 

 

  • Tags: