Home > ବାଣିଜ୍ୟ
କରୋନା: ଘରୋଇ ବିମାନ ଉଡାନ ରଦ୍ଦ ହେବା ଯାଏଁ ଛୁଟି-ଦରମା କାଟିବନି ଇଣ୍ଡିଗୋ
Khabar Odisha:Business-coronavirus-indigo-says-no-deduction-in-salaries-leaves-of-employees

ମୁମ୍ବାଇ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): ଇଣ୍ଡିଗୋ ନିଜର କର୍ମଚାରୀଙ୍କୁ ଘରୋଇ ଉଡାଣ ରଦ୍ଦ ହେବା ସମୟରେ ଦରମା ଓ ଛୁଟି କାଟିବ ନାହିଁ ବୋଲି ପ୍ରତିଶୃତି ଦେଇଛି । କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଦେଶରେ ଘରୋଇ ଉଡାଣ ମଙ୍ଗଳବାର ରାତିଠାରୁ ମାର୍ଚ୍ଚ ୩୧ ଯାଏଁ ରଦ୍ଦ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଘରୋଇ ଓ ସର୍ବସାଧାରଣ କମ୍ପାନୀର କର୍ମଚାରୀଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଇଛନ୍ତି । ଏହା ପରେ ଇଣ୍ଡିଗୋ ଏହି ବଡ଼ ଘୋଷଣା କରିଛି । 

ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋନୋଜାୟ ଦତ୍ତା କର୍ମଚାରୀଙ୍କୁ ପଠାଇଥିବା ଏକ ଇ-ମେଲରେ କହିଛନ୍ତି, କମ୍ପାନୀ ନିକଟରେ ଏପ୍ରିଲ ପାଇଁ ପୂର୍ବରୁ ଅଗ୍ରୀମ ବୁକିଂ ହୋଇଛି । ଇଣ୍ଡିଗୋ କମ କ୍ଷମତାର ସହିତ ପୁଣି ଥରେ ଉଡାଣ ପାଇଁ ପ୍ରସ୍ତୁତ ଅଛି । ସେ କହିଛନ୍ତି, ଏଭଳି ସ୍ଥିତିରେ ଯେଉଁ କର୍ମଚାରୀମାନେ କାମ କରୁ ନାହାନ୍ତି, ସେମାନଙ୍କ ଦରମା କାଟିବୁ ନାହିଁ । ଆମେ ସେହି କର୍ମଚାରୀମାନଙ୍କ ଛୁଟି କାଟିବୁନି ବୋଲି କମ୍ପାନୀ କହିଛି । 

ଦତ୍ତା କହିଛନ୍ତି, କମ୍ପାନୀର ଯୋଜନା ଯେ, ଏପ୍ରିଲ ୧ରୁ ନିଜର ଘରୋଇ ଉଡାଣ ପରିଚାଳନା ଜାରି ରହିବାର ଯୋଜନା ଅଛି । କିନ୍ତୁ ସରକାରଙ୍କ ନିର୍ଦ୍ଦେଶରେ ଏହା ନିର୍ଭର କରୁଛି । ଦତ୍ତା କହିଛନ୍ତି କି, ବିଗତ କିଛି ଦିନ ବିମାନ କମ୍ପାନ ପାଇଁ କଡ଼ ଚ୍ୟାଲେଞ୍ଜିଂର ସମୟ ଆସିଛି । ନିଶ୍ଚିତ ଭାବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଆମର ଆୟ, ନିବେଶ ଠାରୁ କମ ରହିବ । ତଥାପି ଆମେ ଏହାକୁ ଚ୍ୟାଲେଞ୍ଜ କରିବାକୁ ଉଦ୍ୟମ କରିବୁ । 

 

  • Tags: