Home > ବାଣିଜ୍ୟ
ଏୟାର ଇଣ୍ଡିଆ ସହ ଟ୍ରେନ୍ ମଧ୍ୟ ଚଳାଇପାରେ ଟାଟା ଗୃପ, ଚାଲିଛି ପ୍ରସ୍ତୁତି!
Khabar Odisha:Business-train-Tata-group-in-queue-for-private-trains-along-with-air-India

ନୂଆଦିଲ୍ଲୀ, ଫେବୃଆରୀ ୧୦ (ଖବର ଓଡ଼ିଶା): ଟାଟା ଗୃପ ଏୟାର ଇଣ୍ଡିଆ ସହ ଇଣ୍ଡିଆନ୍ ରେଲେଓ୍ଵରେ ପୁଞ୍ଜି ନିବେଶ କରିବାକୁ ଚିନ୍ତା କରୁଛି। ତେଜସ ଭଳି ଘରୋଇ ଟ୍ରେନ୍‌ର ଆରମ୍ଭ ହୋଇସାରିଛି। ଗତ ୧ ତାରିଖରେ କେନ୍ଦ୍ର ସରକାର ୧୦୦ ମାର୍ଗରେ ୧୫୦ଟି ନୂଆଁ ଟ୍ରେନ୍ ଚଳାଇବାକୁ ମଂଜୁରୀ ଦେଇଛନ୍ତି। ଏହି ଟ୍ରେନ୍‌ଗୁଡ଼ିକ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ୍‌କୁ ମୁକାବିଲା କରିବ।

ବଜେଟ-୨୦୨୦ରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଘରୋଇ ଟ୍ରେନ୍ ଚଳାଇବା ଦିଗରେ ସରକାର କାମ କରୁଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟାଟା ରିୟଲଟି, ହୁଣ୍ଡାଇ, ହିତାଚୀ ଇଣ୍ଡିଆ, ଟୁରିଜମ କର୍ପୋରେଶନ ଏହି ଦୌଡ଼ରେ ଆଗରେ ଅଛନ୍ତି। ରେଳବାଇ ୧୦୦ ରୁଟକୁ ୧୦-୧୨ କ୍ଲଷ୍ଟରରେ ଭାଗ କରିଛି। ଏହା ବ୍ୟତୀତ ଏହାର ଅଧିକତମ ୧୬୦ କିଲୋମିଟର ପ୍ରତିଘଣ୍ଟା ନିର୍ଦ୍ଧାରଣ କରାଯାଇଛି।

ବଜେଟରେ ସରକାର ରେଳବାଇ ଭିତ୍ତିଭୂମିରେ ସଂଶୋଧନକୁ ନେଇ ଅନେକ ଯୋଜନା କରିଛନ୍ତି। ନୂଆ ରେଳଲାଇନ ପାଇଁ ଏହି ବଜେଟରେ ୧୨ ହଜାର କୋଟି ଘୋଷଣା କରାଯାଇଛି। ସେହିପରି ରେଳବାଇ କୋଠା ନିର୍ମାଣ ପାଇଁ ୭୦୦ କୋଟି ଟଙ୍କା ମଧ୍ୟ ଘୋଷଣା ହୋଇଛି। ସିଗ୍ନାଲିଙ୍ଗ ପାଇଁ ମଧ୍ୟ ୧୬୫୦ କୋଟି ଟଙ୍କା ଘୋଷଣା ହୋଇଛି। ସରକାର ଏୟାର ଇଣ୍ଡିଆରେ ୧୦୦ ପ୍ରତିଶତ ଭାଗିଦାରୀ ବିକ୍ରି କରିବାକୁ ଘୋଷଣା କରିଛନ୍ତି। ଟାଟା ଗୃପ ଓ ସିଙ୍ଗାପୁର ଏୟାରଲାଇନ୍ସ ଏକାଠି ହୋଇ ଏୟାର ଇଣ୍ଡିଆକୁ କିଣିବା ପାଇଁ ପ୍ରସ୍ତୁତି ଚାଲିଛି।

 

  • Tags: