Home > ବାଣିଜ୍ୟ
ରୋଷେଇ ଘରେ ମହଙ୍ଗା ମାଡ଼, ପୁଣି ବଢିଲା ଗ୍ୟାସ ଦର
Khabar Odisha:National-Odisha-lpg-cylinger-price-increased-on-12-february-2020-know-the-new-rates
ନୂଆଦିଲ୍ଲୀ, ଫେବୃଆରୀ ୧୨ (ଖବର ଓଡ଼ିଶା):

ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପୁଣି ଇନ୍ଧନ ଗ୍ୟାସ ଗ୍ରାହକଙ୍କୁ ଝଟକା । ଅଣସବସିଡି ଏଲପିଜି ଗ୍ୟାସ ବା ରୋଷେଇ ଗ୍ୟାସ୍ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି । 

ରିପୋର୍ଟ ଅନୁସାରେ, ଦେଶର ପ୍ରମୁଖ ମହାନଗରୀ ଦିଲ୍ଲୀରେ ଅଣ ସବସିଡି ଗ୍ୟାସ ସିଲିଣ୍ଡର ପିଛା ୧୪୪. ୫୦ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି। ୧୪.୨ କିଲୋ ରୋଷେଇ ଗ୍ୟାସ ପାଇଁ ଗ୍ରାହକଙ୍କୁ ୮୫୮.୫୦ଟଙ୍କା ଦେବାକୁ ପଡ଼ିବ । କୋଲକାତାରେ ଏହି ଗ୍ୟାସ ଦାମ ୧୪୯ ଟଙ୍କା ବୃଦ୍ଧି ପାଇ ୮୯୬ ଟଙ୍କା ରହିଛି । ଏବଂ ମୁମ୍ୱାଇ ୧୪୫ ଟଙ୍କା ବୃଦ୍ଧି ପାଇଁ ସିଲିଣ୍ଡର ଦର ୮୨୯.୫୦ ଟଙ୍କା ଥିବା ବେଳେ ଚେନ୍ନାଇରେ ସିଲିଣ୍ଡର ପିଛା ୧୪୭ ଟଙ୍କା ବୃଦ୍ଧି ପାଇ ୮୮୧ ଟଙ୍କା ରହିଛି । 

  • Tags: