Home > ବାଣିଜ୍ୟ
ଏଫଡି ସୁଧ ହାରରେ ବଡ ଧରଣର ହ୍ରାସ କଲା ଏସବିଆଇ, MCLRରେ ବି ହ୍ରାସ
Khabar Odisha:National-business-State-Bank-Drastically-Reduces-Deposit-Rates-Mclr
ନୂଆଦିଲ୍ଲୀ,ନଭେମ୍ବର ୦୮(ଖବର ଓଡିଶା):

 ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଅର୍ଥାତ ଏସବିଆଇ MCLR ଆଧାରିତ ଲୋନ ଶସ୍ତା କରିଛି । ସମସ୍ତ ସମୟ ଅବଧି ପାଇଁ ଏମସିଏଲଆର ଆଧାରିତ ଲୋନ ଉପରେ ସୁଧରେ 5 ବେସିସ ପଏଣ୍ଟ(0.5) ହ୍ରାସ କରିଛି । ଏହାସହ ବ୍ୟାଙ୍କ ଡିପୋଜିଟ ଉପରେ ମିଳୁଥିବା ସୁଧହାରରେ ହ୍ରାସ କରି 15ରୁ 75 ବେସିସ ପଏଣ୍ଟସ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଲୋନ ଏବଂ ଏଫଡିର ନୂଆ ନିର୍ଦ୍ଧାରିତ ଦର ଆସନ୍ତା 10 ତାରିଖରୁ କାର୍ଯ୍ୟକାରୀ ହେବ । 

ଚଳିକ ଆର୍ଥିକ ବର୍ଷରେ ଏହା ସପ୍ତମ ଥର ଯେତେବେଳେ ବ୍ୟାଙ୍କ ଲୋନକୁ ଶସ୍ତା କରିଛି । ଗୋଟିଏ ବୟାନରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ହ୍ରାସ ପରେ ଏକ ବର୍ଷର ଋଣ ପାଇଁ ଏମସିଏଲଆର 8 ପ୍ରତିଶତରେ ପହଞ୍ଚିବ,ଏହି ଲ୍ୟାଣ୍ଡିଙ୍ଗ ରେଟ ସହ ବ୍ୟାଙ୍କର ଅଧିକାଂଶ ଲୋନ ଲିଙ୍କ ରହିଛି । 

ବ୍ୟାଙ୍କ ଏଫଡି ଉପରେ ମିଳୁଥିବା ସୁଧ ହାରକୁ ହ୍ରାସ କରିଛି । ବ୍ୟାଙ୍କ ଏକ ବର୍ଷରୁ ଅଧିକ ଏବଂ 2 ବର୍ଷରୁ କମ ଡିପୋଜିଟ ଉପରେ ମିଳୁଥିବା ସୁଧ ହାରରେ 0.15 ପ୍ରତିଶତ ହ୍ରାସ କରିଛି ଏବଂ ବ୍ଲକ ଟର୍ମ ଡିପୋଜିଟକୁ ଅଲଗା-ଅଲଗା ସମୟ ପାଇଁ 35ରୁ 75 ବେସିସ ପଏଣ୍ଟସ ଉପରେ ପର୍ଯ୍ୟନ୍ତ କମ କରିଛି । 

ବ୍ୟାଙ୍କର ନୂଆ ଏଫଡି ଦର

2 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ଲକ ଡିପୋଜିଟ ଉପରେ କେତେ ମିଳିବ ସୁଧ...