Home > ବାଣିଜ୍ୟ
ମାର୍କେଟକୁ ଆସିବ iPhone 11 ସିରିଜ... ଲଞ୍ଚ ପୂର୍ବରୁ ଡାଉନ ହେଲା ଏପଲ ଷ୍ଟୋର
Khabar Odisha:National-news-Apple-Store-Went-Down-Just-Hours-Before-IPhone-11-Series-Launch-Event
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

 ଏପଲ କମ୍ପାନୀ ଦ୍ୱାରା ଆଇଫୋନର ପରବର୍ତ୍ତି ସିରିଜ iPhone 11ର ଲଞ୍ଚିଂର କିଛି ଘଣ୍ଟା ପୂର୍ବରୁ ଏପଲ ଷ୍ଟୋର ଡାଉନ ହୋଇଛି । ଲଞ୍ଚିଂ ପୂର୍ବରୁ ଏପଲ ଷ୍ଟୋର ଡାଉନ ହେବା ପ୍ରଥମ ଘଟଣା ନୁହେଁ । କୌଣସି ବଡ କାର୍ଯ୍ୟକ୍ରମ ପୂର୍ବରୁ ପ୍ରାୟତଃ ଏହିପରି ଡାଉନ ହୋଇଥାଏ । ଏହି ଲଞ୍ଚ ଇଭେଣ୍ଟରେ ଆଇଫୋନର ତିନୋଟି ନୂଆ ମଡେଲ iPhone 11, Phone 11 Pro ଏବଂ Phone 11 Pro Max ଲଞ୍ଚ କରାଯିବାର ସମ୍ଭାବନା ରହିଛି ।

ଏପଲ ଷ୍ଟୋର ୱେବସାଇଟକୁ ଯଦି ଆପଣ ଯିବେ ତେବେ ଆପଣଙ୍କୁ ଏକ ସନ୍ଦେଶ ମିଳିବ । ଯେଉଁଥିରେ ଲେଖାଯାଇଥିବ, “ତୁରନ୍ତ ଫେରି ଯାଆନ୍ତୁ, ଆମେ ଏପଲ ଷ୍ଟୋରରେ କିଛି ଅପଡେଟ କରୁଛୁ, କିଛି ସମୟ ପରେ ପୁଣି ଚେକ କରନ୍ତୁ ” । ନିଜର ନୂତନ ପ୍ରଡକ୍ଟର ସୂଚନା ସହ ଅନଲାଇନ ଷ୍ଟୋରକୁ କିଛି ସମୟ ପାଇଁ କମ୍ପାନୀ ଡାଉନ କରିଛି । 

ଏପଲର ଏହି ଲଞ୍ଚିଂ ଭାରତର ସମୟ ଅନୁସାରେ ରାତି 10.30ରେ ହେବ । ଏହି କାର୍ଯ୍ୟକ୍ରମକୁ ଏପଲର ୱେବସାଇଟ ଏବଂ ୟୁଟୁବ ପରି ସ୍ଥାନରେ ଲାଇଭ ଷ୍ଟ୍ରିମିଂ କରାଯିବ । କୁହାଯାଉଛି ଯେ ଲଞ୍ଚ ହେବାକୁ ଥିବା ତିନୋଟି ଯାକ ଫୋନରେ ନୂଆ A13 ଚିପସେଟ ବ୍ୟବହାର କରାଯିବ ଏବଂ ଏହି ଫୋନ ନୂଆ  iOS 13 ଦ୍ୱାରା ଚାଲିବ ।