Home > ବାଣିଜ୍ୟ
"ନିଜର ପରିସ୍ଥିତି ପାଇଁ ନିଜେ ଅଟୋମୋବାଇଲ ଉଦ୍ୟୋଗ ଦାୟୀ"-ରାଜୀବ ବଜାଜ
Khabar Odisha:National-news-Rajiv-Bajaj-Said-Over-Production-Is-Responsible-For-Slowdown-In-Automobile-Industry
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୧(ଖବର ଓଡ଼ିଶା)

ଗତ ତିନି ମାସରେ ଅଟୋମୋବାଇଲ ସେକ୍ଟର ବିକଟ ପରିସ୍ଥିତି ଦେଇ ଗତି କରୁଛି । ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଥିଲେ । ଅର୍ଥମନ୍ତ୍ରୀ କହିଥିଲେ ଲୋକମାନେ ଇଏମଆଇ ଦେବା ବଦଳରେ ଓଲା ଏବଂ ଉବେରରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଏବେ ବଜାଜ ଅଟୋର ଏମଡି ରାଜୀବ ବଜାଜ କହିଛନ୍ତି, ମାତ୍ରାଧିକ ଉତ୍ପାଦନ ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ପାଇଁ ଅଟୋ ସେକ୍ଟରରେ ଏହି ଦିନ ସୃଷ୍ଟି ହୋଇଛି । ରାଜୀବ କହିଛନ୍ତି ଜିଏସଟିରେ ହ୍ରାସ ଦ୍ୱାରା ଏହା ଉପରେ କୌଣସି ପ୍ରଭାବ ପଡିବ ନାହିଁ । 

ସୂଚନାଯୋଗ୍ୟ ଯୋ ଆସନ୍ତା ସେପ୍ଟମ୍ୱେର 20ରେ ଜିଏସଟି କାଉଁସିଲର ବୈଠକ ହେବାକୁ ଯାଉଛି । ଅଟୋମୋବାଇଲ ସେକ୍ଟରର ଦାବି ଅନୁସାରେ ଏଥିରେ ଜିଏସଟିକୁ ହ୍ରାସ କରିବା ନେଇ ନିଷ୍ପତି ନିଆଯାଇପାରେ । ବଜାଜ କହିଛନ୍ତି ଇଣ୍ଡଷ୍ଟ୍ରି ବିଏସ-6 ମଡେଲ ଅନୁସାରେ ନିଜକୁ ପରିବର୍ତ୍ତନ କରୁଛି ଏବଂ ନଭେମ୍ୱର ସୁଦ୍ଧା ଏହି ସମସ୍ୟା ଶେଷ ହୋଇଯିବ । ସେ କହିଛନ୍ତି, "ଏପରି କୌଣସି ଉଦ୍ୟୋଗ ନାହିଁ ଯେଉଁଥିରେ ସୁଧାର କରାଯିବନି ଏବଂ ସବୁବେଳେ ଗୋଟିଏ ଗତିରେ ବୃଦ୍ଧି ହୋଇ ଚାଲୁଥିବ" ।

ସୂଚନାଯୋଗ୍ୟ ଯେ ବଜାଜ ଅଟୋମୋବାଇଲ ଦେଶର ତୃତୀୟ ସବୁଠାରୁ ବଡ ମୋରଟସାଇକେଲ ନିର୍ମାଣ କରୁଥିବା କମ୍ପାନୀ । କମ୍ପାନୀ ନିଜ ଉତ୍ପାଦନର ଅଧା ରପ୍ତାନୀ କରିଥାଏ । ବଜାଜ କହିଛନ୍ତି ଜୁଲାଇ ଏବଂ ଅଗଷ୍ଟରେ ଗାଡିର ବିକ୍ରିରେ ପ୍ରାୟ 30 ପ୍ରତିଶତ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ବଜାଜଙ୍କ କହିବା ଅନୁସାରେ ଏଥିରୁ 5-7 ପ୍ରତିଶତ ହ୍ରାସର କାରଣ ଆର୍ଥିତ ନୀତି ରହିଛି । 

ରାଜୀବ ବଜାଜ କହିଛନ୍ତି, ସମସ୍ତ ଉଦ୍ୟୋଗରେ ଗୋଟିଏ ଚକ୍ର ରହିଥାଏ ଯେଉଁଥିରେ ବିକାଶ ଅବା ହ୍ରାସ ହୋଇଥାଏ । ଏହା କୁହାଯାଇ ପାରିବନି ଯେ ଅଟୋମୋବାଇଲ ସେକ୍ଟର ପରିସ୍ଥିତି ସୁଧୁରିବା ପାଇଁ କେତେ ସମୟ ଲାଗିବ କିନ୍ତୁ 1 କିମ୍ୱା ଦୁଇ ବର୍ଷ ମଧ୍ୟରେ ସ୍ଥିତି ବହୁତ ଭଲ ହୋଇଯିବ । ବଜାଜଙ୍କ ଅନୁସାରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଅଟୋମୋବାଇଲ ସେକ୍ଟର ନିଜେ ଦାୟୀ କାରଣ ଆବଶ୍ୟକତା ଠାରୁ ଅଧିକ ଉତ୍ପାଦନ କରାଯାଇଛି ।