Home > ବାଣିଜ୍ୟ
ଗୋଟିଏ ଦିନ ବ୍ୟବଧାନ ପରେ ପୁଣି ତୈଳ ଦର ବୃଦ୍ଧି, ପ୍ରଥମ ଥର ପାଇଁ ପେଟ୍ରୋଲ ଠୁ ମହଙ୍ଗା ହେଲା ଡିଜେଲ
Khabar Odisha:Petrol-and-diesel-price-hike
ନୂଆଦିଲ୍ଲୀ, ଜୁନ29 (ଖବର ଓଡ଼ିଶା):

 ଗୋଟିଏ ଦିନର ବ୍ୟବଧାନ ପରେ ଆଜି ପୁଣି ବଢିଲା ତେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି ।

ଲଗାତାର ୨୧ ଦିନ ଦର ବୃଦ୍ଧି ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । କିନ୍ତୁ ଦର ପୁଣି ଆଜି ଦର ବଢିଛି।  ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୩ ପଇସା ହୋଇଛି ।

ଜୁନ୍‌ ୭ ତାରିଖ ଠାରୁ  ଲଗାତାର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର।  ୨୧ ଦିନ ଦରବୃଦ୍ଧି ପରେ ଗତକାଲି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିଜେଲ ପେଟ୍ରୋଲ ଦରଠାରୁ ମହଙ୍ଗା ହୋଇଛି।

  • Tags: