Home > ବାଣିଜ୍ୟ
ତାଲା ବନ୍ଦର ଫାଇଦା ଉଠାଉଛନ୍ତି ପରିବା ବ୍ୟବସାୟୀ, ଦର ଏବେ ଆକାଶଛୁଆଁ
Khabar Odisha:State-Odisha-Vegitables-price-hike-for-Corona
ଭୁବନେଶ୍ୱର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

କରୋନା ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ତେବେ ତାଲା ବନ୍ଦ ମଉକାର ଫାଇଦା ଉଠାଉଛନ୍ତି ଖୁଚୁରା ପରିବା ବେପାରୀ । ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରୀ ।
ପରିବାର ମନଇଚ୍ଛା ଦର କରୁଛନ୍ତି ବେପାରୀ । ଘଡ଼ି ଘଡ଼ିକେ ଦର ନିର୍ଦ୍ଧାରଣ ହେଉଛି । ତାଲା ବନ୍ଦ ସମୟରେ କେବଳ ଅତ୍ୟାବଶକୀୟ ଜିନିଷ ଯଥା ପରିବା ଦୋକାନ , ମେଡ଼ିସିନ ଆଦି ଖୋଲା ରହିଛି । ଖାଉଟିଙ୍କୁ ଶୋଷୁଛନ୍ତି ବେପାରୀ । ତେବେ ପରିବାର ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍ ରହୁଛି । ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା ଖାଉଟି ଜାଣିବା ସମ୍ଭବ ହେଉନାହିଁ । ଫଳରେ ବାଧ୍ୟ ହୋଇ ଖାଉଟି ପରିବା ଟିକକ ପାଇଁ ଚଢା ଦରରେ ମଧ କିଣି ଘରକୁ ନେଉଛନ୍ତି । କିିଛି ସ୍ଥାନରେ ଏପରି ଘଟୁଥିବା ସାଧାରଣ ଖାଉଟି ଅଭିଯୋଗ କରୁଛନ୍ତି ।

  • Tags: