Home > ନିଯୁକ୍ତି
ୟୁପିଏସସି ଇଣ୍ଟରଭ୍ୟୁରେ ଫେଲ ହୋଇଥିବା ପିଲା ପାଇବେ ସରକାରୀ ଚାକିରୀ !
Khabar Odisha:Career-Odisha-upsc-has-recommended-to-the-government-jobs-for-civil-service-candidate-who-fail-in-interview
ନୂଆଦିଲ୍ଲୀ, ଫେବୃଆରୀ ୧୦(ଖବର ଓଡ଼ିଶା):

 ୟୁନିୟନ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଏକ କଠିନ ପରୀକ୍ଷା । ଦିନ ରାତି ପରିଶ୍ରମ କରି ପାଠପଢି ପିଲା ପ୍ରିଲିମିନାରୀ ଓ ମେନ ପରୀକ୍ଷାରେ ଉତୀର୍ଣ୍ଣ ହୋଇଯାଆନ୍ତି । କିନ୍ତୁ ଇଣ୍ଟରଭ୍ୟୁରେ ପାସ ହୋଇପାରନ୍ତି ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ୟୁପିଏସସି ନୂଆ ନିୟମ ପାଇଁ ଯୋଜନା କରୁଛି । ଯେଉଁ ପିଲାମାନେ ଇଣ୍ଟରଭ୍ୟୁରେ ଫେଲ ହେଉଛନ୍ତି ସେମାନଙ୍କୁ ଅଲଗା କିଛି ସରକାରୀ ଚାକିରୀ ଦିଆଯିବ ।

ୟୁପିଏସସି କେନ୍ଦ୍ର ମନ୍ତ୍ରାଳୟ ଓ ଏଜେନ୍ସି ଗୁଡ଼ିକୁ ସିଭିଲ ସର୍ଭିସ ପରୀକ୍ଷାରେ ଅସଫଳ ହେଇଥିବା ଆଶାୟୀ ପ୍ରାର୍ଥିଙ୍କୁ ଚାକିରୀ ପ୍ରଦାନ ପାଇଁ ଅନୁମତି ଲୋଡ଼ିଛି । ଅରବିନ୍ଦ ସକ୍ସେନାଙ୍କ କହିବୋନୁଯାୟୀ ଏକ ବର୍ଷରେ ପ୍ରାୟ ୧୧ଲକ୍ଷ ପ୍ରାର୍ଥୀ ଆବେଦନ କରିଥାନ୍ତି । ପ୍ରିଲିମିନାରୀ ,ମେନ ଓ ଇଣ୍ଟରଭ୍ୟୁ ପରେ କେବଳ ୬୦୦ଜଣଙ୍କୁ ଚୟନ କରାଯାଏ ।

ଅନେକ ପ୍ରାର୍ଥୀ ସାକ୍ଷ୍ୟତକାରର ଶେଷ ପର୍ଯ୍ୟାୟ ଯାଏଁ ପହଞ୍ଚି ଯାଆନ୍ତି । କିନ୍ତୁ ସେଥିରେ ଅସଫଳ ହୋଇଥାନ୍ତି । ସେମାନେ କଠିନ ମୂହୁର୍ତ୍ତକୁ ସାମନା କରି ଆଗକୁ ବଢି ଥିବାରୁ ସେମାନଙ୍କ ପାଇଁ କିଛି ସରକାରୀ ଚାକିରୀ ଦେବାକୁ ପ୍ରୟାସ କରାଯାଉଛି । କାରଣ ସେମାନେ ମୁସ୍କିଲ ପରୀକ୍ଷା ପ୍ରକ୍ରିୟା ଦେଇ ଗତି କରିଥାନ୍ତି ଏବଂ କେବଳ ଅନ୍ତିମ ପର୍ଯ୍ୟାୟରେ ଅସଫଳତାର ମୁହଁ ଦେଖିବାକୁ ପଡ଼ିଥାଏ। ଯଦି ସେମାନଙ୍କୁ ଚାକିରି ଦେବାର ବ୍ୟବସ୍ଥା କରାଯାଏ ତେବେ  ଯୁବକଙ୍କ ଉପରେ ରହୁଥିବା ପରୀକ୍ଷାର ଚାପ କମ କରିବାରେ ଏହା ସହାୟକ ହେବ। ଏହା ସହିତ ମନରେ ଚାକିରିର ଅାଶା ମଧ୍ୟ ଉଜ୍ଜୀବିତ ରହିବ। ଏହା ସହିତ କାଗଜ ପେନରେ ହେଉଥିବା ପରୀକ୍ଷାରେ ସୁଧାର ଆଣି ଅନଲାଇନ ପରୀକ୍ଷା କରିବାକୁ ଚେଷ୍ଟା କରାଯାଉଛି ।