Home > ନିଯୁକ୍ତି
ଧ୍ୱଂସ ହେଲା ପଳାତକ ନୀରବ ମୋଦୀର ବେଆଇନ ବିଳାସମୟ କୋଠା
Khabar Odisha:National-Odisha-pnb-scam-authorities-continues-demolition-of-nirav-modi-bungalow-in-alibaug
ନୂଆଦିଲ୍ଲୀ,ମାର୍ଚ୍ଚ ୦୮(ଖବର ଓଡ଼ିଶା):

 ପଳାତକ ନୀରବ ମୋଦୀର ପ୍ରାୟ ୩୩ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ବିଳାସମୟ କୋଠାକୁ ବିସ୍ଫୋରଣ କରି ଧ୍ୱଂସ କରିଦିଆଯାଇଛି । ପୂର୍ବରୁ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଅଲିବାଗ ନିକଟରେ ଥିବା ବେଆଇନ ବଙ୍ଗଳାକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ । 

ମିଳିଥିବା ସୂଚନା ଅନୁସାରେ ନୀରବ ମୋଦୀର ପ୍ରାୟ ୩୩ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ବିଳାଶମୟ ବଙ୍ଗଳାକୁ । ଏହି ବଙ୍ଗଳାକୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଧ୍ୱଂସ କରାଯାଇଛି।ଏହି ବଙ୍ଗଳାକୁ ନଷ୍ଟ କରିବା ପାଇଁ ଡ଼ାୟନାମାଇଟ ବ୍ୟବହାର କରାଯାଇଛି । ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ୧୦୦କୋଟି ଟଙ୍କା ଥିଲା ।ଏହା ଏତେ ମଜବୁତ ଥିଲା ଯେ ଏହାକୁ ଭାଙ୍ଗିବା ପାଇଁ ଡ଼ାୟନାମାଇଟ ବ୍ୟବହାର କରିବାକୁ ପଡ଼ିଛି । ୨୦୧୧ ମସିହାରେ ପଳାତକ ନୀରବ ମୋଦୀକୁ ୩୭୬ ବର୍ଗମିଟରରେ ବଙ୍ଗଳା ବନାଇବା ପାଇଁ ଅନୁମତି ମିଳିଥିବା ବେଳେ ସେ ବେଆଇନଭାବେ ୧୦୮୧ ବର୍ଗ ମିଟରରେ ନିର୍ମାଣ କରିଥିଲେ ।

ସୂଚନାଯୋଗ୍ୟ ଯେ ୧୩ ହଜାର କୋଟିର ପିଏନବି ଘୋଟାଲାର ଅଭିଯୁକ୍ତ ନୀରବ ମୋଦୀଙ୍କ ଅଲିବାଗ ନିକଟରେ ଥିବା ବଙ୍ଗଳାକୁ ନିକଟରେ ଅଧିକାରୀମାନେ ଯାଞ୍ଚ କରିଥିଲେ । ଏହା ପରେ ଏହି ବଙ୍ଗଳାକୁ ବେଆଇନ ଘୋଷଣା କରିଥିଲେ । ବଙ୍ଗଳାରେ ଥିବା ମୁଲ୍ୟବାନ ବସ୍ତୁ ଗୁଡିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାହର କରି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମା କରିଥିଲା । ରାୟଗଡ କଲେକ୍ଚରଙ୍କ ସୂଚନା ଅନୁସାରେ ଇଡି ପକ୍ଷରୁ ସନ୍ଦେଶ ମିଳସାରିଛି ଏବଂ ବଙ୍ଗଳାକୁ ଭାଙ୍ଗିବାର ପ୍ରକ୍ରିୟାର ଆରମ୍ଭ  କରାଯାଇଥିଲା ।