Home > ନିଯୁକ୍ତି
ଆଇଆରସିଟିସିରେ କରନ୍ତୁ ଆବେଦନ, ୨୫ହଜାର ଦରମା ସହ ସିଧା ଭର୍ତି
Khabar Odisha:career-national-odisha-sarkari-result-irctc-recruitment-2019-check-how-to-apply-online-at-irctc
ଭୁବନେଶ୍ୱର, ଫେବୃଆରୀ ୦୬ (ଖବର ଓଡିଶା) :

ଆଇଆରସିଟିସର ସୁପରଭାଇଜର ପଦବୀ ପାଇଁ ବିଜ୍ଞାପତ୍ି ଜାରୀ ହୋଇଛି । ଏଥିରେ ସମୁଦାୟ ୧୦୦ଟି ପଦବୀ ଖାଲି ରହିଛି । ଏହି ପଦବୀରେ ଆବେଦନ କରିବା ପାଇଁ ପାର୍ଥୀଙ୍କ ନିକଟରେ ସ୍ନାତକ ଏବଂ ଅନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ଥିବା ଆବଶ୍ୟକ । ଆବେଦିତ ପଦବୀ ପାଇଁ ଆବେଦନ କରିବାକୁ ପାର୍ଥୀଙ୍କର ସର୍ବାଧିକ ଆୟୁସୀମା ୩୦ ବର୍ଷ ରଖାଯାଇଛି । ସୁପରଭାଇଜର ପଦବୀ ପାଇଁ ଆବେଦକଙ୍କ ଚୟନ ସାକ୍ଷାତକାର ମାଧ୍ୟମରେ କରାଯିବ । ଏଥିପାଇଁ ଫେବୃଆରୀ ୫ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ ।

ଏଥିପାଇଁ ଆପଣଙ୍କୁ ସାକ୍ଷାତକାର ସ୍ଥାନରେ ପହଂଚିବାକୁ ପଡିବ । ସମୁଦାୟ ୧୦୦ଟି ପଦବୀ ଖାଲି ରହିଛି । ଦରମା ମାସିକ ୨୫ ହଜାର ଟଙ୍କା । ଏଥିପାଇଁ ହସ୍ପିଟାଲିଟିରେ ବିଏସସି ଏବଂ ଅନ୍ୟ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ମେଡିକାଲ ଟେଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ । ଅଧିକ ସୂଚନା ପାଇଁ ଏହି ୱେବସାଇଟ ଦେଖି ନିଅନ୍ତୁ ।