Home > ନିଯୁକ୍ତି
ବିନା ଲିଖିତ ପରୀକ୍ଷାରେ ମିଳିବ ଚାକିରୀ, ଏହି ପଦବୀରେ ହେଉଛି ଭର୍ତ୍ତି
Khabar Odisha:career-odisha-education-aiims-recruitment-2019-for-senior-resident-posts-check-full-detail-here
ଭୁବନେଶ୍ଵର, ଅକ୍ଟୋବର ୧୪ (ଖବର ଓଡିଶା) :

 ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ପାଟନା ଭର୍ତ୍ତି ପାଇଁ ଆବେଦନ ପତ୍ର ବାହାରିଛି। ଏମ୍ସ ଏହି ଆବେଦନ ସିନିଅର ରେଜିଡେଣ୍ଟ ପଦ ପାଇଁ ଆମନ୍ତ୍ରିତ କରିଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀ ଏଥିପାଇଁ ଇଚ୍ଛୁକ ଅଛନ୍ତି ସେମାନେ ଇଣ୍ଟର୍ଭ୍ୟୁ ମାଧ୍ୟମରେ ଚିକିରୀ କରିପାରିବେ। ୨୦୧୯ ଅକ୍ଟୋବର ୨୧ରେ ଏମ୍ସ ଇଣ୍ଟର୍ଭ୍ୟୁ କରିବାକୁ ଯାଉଛି। ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ AIIMS Recruitment 2019ରେ ଯାଇ ସମ୍ପୂର୍ଣ୍ଣ ତଥ୍ୟ ଦେଖିପାରିବେ।

ଆବେଦନ କରିବା ପାଇଁ ଅନ୍ତିମ ତାରିଖ- ୨୦୧୯ ଅକ୍ଟୋବର ୨୧

ପଦ ବିବରଣୀ- ସିନିଅର ରେଜିଡେଣ୍ଟ, ପଦବୀ ସଂଖ୍ୟା- ୦୪

ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀଙ୍କୁ କୌଣସୀ ମାନ୍ୟତା ପ୍ରାପ୍ତ ବିଶ୍ଵବିଦ୍ୟାଳୟରେ ସ୍ନାତକ (MD/MS/DNB) ପାସ୍ କରିଥିବା ଆବଶ୍ୟକ। 

ଆୟୁ ସୀମା- ଏଥିପାଇଁ ସର୍ବାଧିକ ଆୟୁ ୩୭ ବର୍ଷ ରଖାଯାଇଛି

ଆବେଦନ ଶୁକ୍ଳ- ସାମାନ୍ୟ ଏବଂ ଓବିସି ବର୍ଗ ପାଇଁ ୧୦୦ ଟଙ୍କା ଆବେଦନ ଶୁକ୍ଳ ରଖାଯାଇଥିବା ବେଳେ ଏସସି, ଏସଟି, ପିଡବ୍ଲ୍ୟୁଡି ଓ ମହିଳାଙ୍କ ପାଇଁ ମାଗଣା ରହିଛି।