Home > ନିଯୁକ୍ତି
ଇସ୍ରୋ ବୈଜ୍ଞାନିକ ହେବାକୁ ସୁବର୍ଣ୍ଣ ସୁଯୋଗ, ୩୨୭ ପଦବୀରେ ହେବ ଭର୍ତ୍ତି
Khabar Odisha:career-odisha-education-isro-recruitment-2019-for-scientist-and-engineering-posts-check-full-detail-here
ଭୁବନେଶ୍ଵର,ଅକ୍ଟୋବର ୧୬ (ଖବର ଓଡିଶା) :

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅରଗାନାଇଜେସନ ଅର୍ଥାତ୍ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟର ପଦବୀରେ ଭର୍ତ୍ତି ପାଇଁ ଆମନ୍ତ୍ରୀତ କରିଛି। ୨୦୧୯ ଅକ୍ଟୋବର ୧୫ରେ ଏଥିପାଇଁ ଇସ୍ରୋ ବିଜ୍ଞାପ୍ତି ଜାରୀ କରିଛି। ଇସ୍ରୋରେ ଚାକିରୀ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସମୁଦାୟ ୩୨୭ ପଦବୀ ପାଇଁ ଭର୍ତ୍ତି ହେବାକୁ ଯାଉଛି। ISRO recruitment 2019ରେ ଯାଇ ଆପଣ ଆବେଦନ କରିପାରିବେ।

ବୈଜ୍ଞାନିକ, ଇଞ୍ଜିନିୟର ପଦବୀରେ ଇଲେକ୍ଟୋନିକ୍ସ, ମେକାନିକାଲ ଏବଂ କମ୍ପ୍ୟୁଟର ସାଇନ୍ସ ଷ୍ଟ୍ରିମ ସହ ଜଡିତ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ୨୦୧୯ ନଭେମ୍ବର ୦୪ ଅନ୍ତିମ ତିଥି ରହିଛି। 

ଶିକ୍ଷାଗତ ଯୋଗ୍ୟତା- ଇଲେକ୍ଟ୍ରୋନିକ୍ସ, ମେକାନିକାଲ କିମ୍ବା କମ୍ପ୍ୟୁଟର ସାଇନ୍ସରେ ବିଟେକ୍/ବିଇ କୋର୍ସ ସମାପ୍ତ କରିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ପ୍ରାର୍ଥୀ ୬୫ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ଆବଶ୍ୟକ। 

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରିବାକୁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରହିଛି। ପୂର୍ବ କର୍ମଚାରୀ, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ଆଶ୍ଵସ୍ତୀ ମିଳିବ।

ପଦବୀ ବିବରଣି- ସାଇଣ୍ଟିଷ୍ଟ/ଇଞ୍ଜିନିୟର ଏସସି(ଇଲେକ୍ଟ୍ରୋନିକ୍ସ)- ୧୩୧ ପଦବୀ

ସାଇଣ୍ଟିଷ୍ଟ/ଇଞ୍ଜିନିୟର ଏସସି(ମେକାନିକାଲ)- ୧୩୫ ପଦବୀ

ସାଇଣ୍ଟିଷ୍ଟ/ଇଞ୍ଜିନିୟର ଏସସି(କମ୍ପ୍ୟୁଟର ସାଇନ୍ସ)- ୫୮ ପଦବୀ

ସାଇଣ୍ଟିଷ୍ଟ/ଇଞ୍ଜିନିୟର ଏସସି(ଇଲେକ୍ଟ୍ରୋନିକ୍ସ ଅଟୋନୋମସ ବଡି)- ୦୩ ପଦବୀ