Home > ନିଯୁକ୍ତି
ସେଲରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
Khabar Odisha:education-career-odisha-sail-recruitment-2019-know-how-to-apply-for-361-medical-executive
ଭୁବନେଶ୍ୱର, ଜୁଲାଇ ୧୪ (ଖବର ଓଡିଶା) :

 ସେଲରେ ଏବେ କେତେକ ପଦବୀ ପାଇଁ ଭର୍ତି ହେବାକୁ ଯାଉଛି । ସମୁଦାୟ ୩୬୧ ଚିକିତ୍ସା କାର୍ଯ୍ୟକାରୀ ଏବଂ ପାରାମେଡିକାଲ ଷ୍ଟାଫ୍ ପଦବୀରେ ଭର୍ତି ହେବାକୁ ଯାଉଛି । ଏଥିପାଇଁ ଅଲଗା ଅଲଗା ଆୟୁସୀମା ନିର୍ଦ୍ଧାରଣ କରାଯାଇଛି । ତେବେ ପଦବୀ ବିଷୟରେ ଜାଣନ୍ତୁ –

ବିଶେଷଜ୍ଞ- ୧୨ଟି ପଦବୀ, ଚିକିତ୍ସା ଅଧିକାରୀ- ୦୮, ଜୁନିୟର ମ୍ୟାନେଜର-୦୨, ଜୁନିୟର ପ୍ରବନ୍ଧକ-୦୧ ପଦବୀ ଖାଲି ରହିଛି । ତେବେ ସ୍ପେସାଲିଷ୍ଟ ପଦବୀ ପାଇଁ ନ୍ୟୁନତମ ଆୟୁସୀମା ୧୮ ରଖାଯାଇଥିବା ବେଳେ ସର୍ବାଧିକ ୩୭ ବର୍ଷ ନିର୍ଦ୍ଧାରିତ କରାଯାଇଛି । ସେହିଭଳି ମେଡିକାଲ ଅଫିସର ପାଇଁ ନ୍ୟୁନତମ ଆୟୁସୀମା ୧୮ ଓ ସର୍ବାଧିକ ୩୦ ବର୍ଷ ନିର୍ଦ୍ଧାରଣ କରାଯାଇଛି । 

ଆବେଦନ ଶୁକ୍ଳ

ଚିକିତ୍ସା କାର୍ଯ୍ୟକାରୀ- ୫୦୦/-

ଟେକନିଶିଆନ, ନର୍ସିଙ୍ଗ, ଡାଇଟିସିୟାନ- ୨୫୦/-

ଡ୍ରେସର ୱର୍ଣ୍ଣ ପ୍ଲାଷ୍ଟିକ୍, ଡ୍ରେସର କିମ୍ବା ଲଣ୍ଡ୍ରୀ ଅପରେଟର- ୧୫୦/-

ଏସସି, ଏସଟି, ପିଡବ୍ଲ୍ୟୁଡି, ଇଏସଏମ, ବିଭାଗୀୟ ପାର୍ଥୀଙ୍କ ପାଇଁ କୌଣସୀ ଆବେଦନ ଶୁକ୍ଳ ଦେବାକୁ ପଡିବ ନାହିଁ । ନେଟ ବ୍ୟାଙ୍କିଙ୍ଗ୍ କିମ୍ବା କ୍ରେଡିଟ୍ ଓ ଡେବିଟ୍ କାର୍ଡ ମାଧ୍ୟମରେ ଆବେଦନ ଶୁକ୍ଳ ଭରି ପାରିବେ । 

ଅନଲାଇନ ଆବେଦନ କରିବା ପାଇଁ ପ୍ରାରମ୍ଭିକ ତିଥି ୨୫ ଜୁଲାଇ ୨୦୧୯ ଓ ଅନ୍ତିମ ତିଥି ଅଗଷ୍ଟ ୨୦ ରହିଛି । ଇଚ୍ଛୁକ ପ୍ରାର୍ଥୀ www.sail.co.in ମାଧ୍ୟମରେ ଅନଲାଇନ ଆବେଦନ କରି ପାରିବେ । ଭର୍ତି ରାରକେଲାରେ ହେବ । ଲିଖିତ ପରୀକ୍ଷା ଓ ସ୍କିଲ୍ ଟେଷ୍ଟ ମାଧ୍ୟମରେ ଆପଣଙ୍କୁ ଚୟନ କରାଯିବ ।