Home > ନିଯୁକ୍ତି
ଏସବିଆଇରେ ଚାକିରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ୨ହଜାର ପଦବୀ ଖାଲି
Khabar Odisha:national-odisha-sbi-recruitment-2019-vacancies-for-2000-posts-know-how-to-apply-sarkari-naukri
ଭୁବନେଶ୍ବର, ଅପ୍ରେଲ ୦୫ (ଖବର ଓଡିଶା) ;

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଗ୍ରାଣ୍ଡ ଭର୍ତି ହେବାକୁ ଯାଉଛି। ସମୁଦାୟ ୨ହଜାର ପିଓ ପଦବୀ ପାଇଁ ଭର୍ତି ହେଉଛି। ଏଥିରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସସୀମା ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ୩୦ ବର୍ଷ ରହିଛି। ଏହି ପଦବୀ ପାଇଁ ବେତନ ରାଶି ୨୩,୭୦୦ ରୁ ୪୨,୦୨୦ ରହିଛି। 

ଶିକ୍ଷାଗତ ଯୋଗ୍ୟତା- କୌଣସୀ ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକୋତର ଯୋଗ୍ୟତା ଥିବା ଆବଶ୍ୟକ। ଆବେଦନ ପାଇଁ ଜେନେରାଲ ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଆବେଦନ ଶୁକ୍ଳ ଭରିବାକୁ ପଡିବ ଏବଂ ଏସସି ଏସଟିଙ୍କ ପାଇଁ ୧୨୫ ଟଙ୍କା ଭରିବାକୁ ପଡିବ। ଏହି ରାଶି ଜମା କରିବା ଅନ ଲାଇନ ବ୍ୟାଙ୍କିଙ୍ଗ କରି ପାରିବେ। ଅପ୍ରେଲ ୦୨ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି ଏବଂ ଅନ୍ତିମ ତିଥି ଅପ୍ରେଲ ୨୨। ଇଚ୍ଛୁକ ପ୍ରାର୍ଥୀମାନେ ଏହି www.sbi.co.in  ୱେବସାଇଟ ମାଧ୍ୟମରେ ଆବେଦନ କରି ପାରିବେ।