Home > ନିଯୁକ୍ତି
ଆରଆରବିରେ ୧୯୩୭ ପଦବୀ ଖାଲି, ଆଜି ହିଁ ଅନ୍ତିମ ତାରିଖ, ଜଲଦି କରନ୍ତୁ ଆବେଦନ
Khabar Odisha:rrb-recruitment-2019-know-how-to-apply-for-1937-posts-sarkari-naukri
ଭୁବନେଶ୍ୱର, ଅପ୍ରେଲ ୦୨ (ଖବର ଓଡିଶା) :

  ଆରଆରବି ପାରାମେଡିକାଲ ଭର୍ତି ପାଇଁ ବିଜ୍ଞପ୍ତି ଜାରୀ ହୋଇଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ୧୯୩୭ ପଦବୀ ପାଇଁ ଭର୍ତି ବାହାରିଛି । ଡାଇଟିସିୟାନ, ଷ୍ଟାଫ ନର୍ସ, ଡେଂଟାଲ ହାଇଜେନିଷ୍ଟ, ଅଟୋମେଟିଷ୍ଟ ଆଦି ପଦବୀ ପାଇଁ ଭର୍ତି ବାହାରିଛି । ଆବେଦନ କରିବା ପାଇଁ ଅନ୍ତିମ ତିଥି ୨୦୧୯ ଅପ୍ରେଲ ୦୨ ରହିଛି । 

 ଆବେଦନ କରିବା ପାଇଁ ପ୍ରାରମ୍ଭିକ ତିଥି ୨୦୧୯ ମାର୍ଚ୍ଚ ୪ ରହିଥିବା ବେଳେ ଆଜି ରାତ୍ରୀ ୧୧ଟା ୫୯ ଏହାର ଅନ୍ତିମ ତାରିଖ ରହିଛି । ଆପଣ ଅପ୍ରେଲ ୪ ପର୍ଯ୍ୟନ୍ତ ଆବେଦନ ପାଇଁ ରାଶି ଜମା କରି ପାରିବେ । ତେବେ ଓବିସି ଶ୍ରେଣୀ ପାଇଁ ଆବେଦନ ଶୁକ୍ଳ ୫୦୦ ଟଙ୍କା ଏବଂ ଏସସି, ଏସଟି, ମହିଳାଙ୍କ ପାଇଁ ୪୦୦ ଟଙ୍କା ରହିଛି । ଏକ ସିଙ୍ଗଲ ଷ୍ଟେଜ କମ୍ପ୍ୟୁଟର ବେସଡ୍ ପରୀକ୍ଷା କରାଯିବ ।