Khabar Odisha:father-sentence-the-5-year-child-with-fire

ପାଠ ନପଢ଼ିବାରୁ ୫ ବର୍ଷର ଶିଶୁକୁ ଚେଙ୍କ, ଅଭିଯୁକ୍ତ ବାପା ଥାନାରେ ଅଟକ

ଭୁବନେଶ୍ଵର,ମାର୍ଚ୍ଚ୨୯(ଖବର ଓଡ଼ିଶା): ଏଇ କିଛି ଦିନ ତଳେ ଯାଯପୁରରେ ଶିଶୁ କନ୍ୟାକୁ ଅଲୋଡ଼ା ଭାବି ଖତ ଗଦାରେ ପୋତି ଦେବା ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ମନରୁ ନଲିଭିଣୁ ଭୁବେନଶ୍ଵରରେ ଆଉ ଏକ ଘଟଣା ଲୋକଲୋଚନକୁ ଆସିଛି। ପାଠ ନପଢ଼ି ଦୁଷ୍ଟ ହେବାରୁ ବାପା ୫ ବର୍ଷର ପୁଅକୁ ଚେଙ୍କ ଦେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି। ଏନେଇ ଧଉଳି ଥାନାରେ ମା ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇଛି।

ଖବର ଓଡ଼ିଶା 29/03/2017
Khabar Odisha:Joda-ATM-loot-2-accused-arrested

ଯୋଡା ଆଇଡିବିଆଇ ଏଟିଏମ ଲୁଟ ଘଟଣା , ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କେନ୍ଦୁଝର ,ମାର୍ଚ୍ଚ ୨୯(ଖବର ଓଡ଼ିଶା): ଯୋଡ଼ା ଆଇଡ଼ିବିଆଇ ଏଟିଏମ ଲୁଟ୍ ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବିନୋଦ ସିଂହ ଓ ବିଷ୍ଠୁ ନାଗ ।

ଖବର ଓଡ଼ିଶା 29/03/2017
Khabar Odisha:Newborn-girl-child-buried-alive-case-accused-father-forward-to-court

ଖତଗଦାରେ ନବଜାତ ଶିଶୁକନ୍ୟାକୁ ପୋତିଦେବା ଘଟଣା: କୋର୍ଟରେ ହାଜର ହେବ ଗିରଫ ବାପା

ଯାଜପୁର,ମାର୍ଚ୍ଚ ୨୯(ଖବର ଓଡ଼ିଶା): ଧର୍ମଶାଳା ବ୍ଲକର ଜେନାପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ପିତା ରମେଶ ବସନ୍ତିଆକୁ ଆଜି କୋର୍ଟ ଚାଲାଣ କରାଯିବ। ମଙ୍ଗଳବାର ନିଜର ଶିଶୁକନ୍ୟାକୁ ଖତଗଦାରେ ଜୀବନ୍ତ ଅବସ୍ଥାରେ ପୋତିବାକୁ ନେଇ ଗିରଫ ହେବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି ।

ଖବର ଓଡ଼ିଶା 29/03/2017
Khabar Odisha:Pattamundai-Dadhibamanjiu-Temple-Looted

ପଟ୍ଟାମୁଣ୍ଡାଇ ଦଧିବାମନ ମନ୍ଦିରରୁ ଚୋରି

ପଟ୍ଟାମୁଣ୍ଡାଇ, ମାର୍ଚ୍ଚ ୨୯ (ଖବର ଓଡ଼ିଶା): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଚଉଦକୁଲାଟ ଦଧିବାମନ ମନ୍ଦିରରୁ ଏକ ବଡ ଧରଣର ଲୁଟ କରିଛନ୍ତି । ମନ୍ଦିର ମୂର୍ତ୍ତୀ ସହ ସୁନା ରୂପା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଖବର ଓଡ଼ିଶା 29/03/2017
Khabar Odisha:Duplicate-note-seized-in-Bargarh-8-arrested

ବରଗଡ଼ରୁ ବିପୁଳ ପରିମାଣରେ ନକଲି ନୋଟ୍ ଜବତ, ୮ ଗିରଫ

ବରଗଡ,୨୮ ମାର୍ଚ୍ଚ(ଖବର ଓଡିଶା) : ବରଗଡ ଜିଲ୍ଲା ପୋଲିସ ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ସୂଚନା ଅନୁସାରେ ନକଲି ନୋଟ ମଧ୍ୟରେ ୮୫ ଖଣ୍ଡ ୨ ହଜାର ଟଙ୍କା,୬୯୩ ଖଣ୍ଡ ୫ ଶହ ଟଙ୍କା ଏବଂ ୧୯ ଖଣ୍ଡ ଶହେ ଟଙ୍କାର ନୋଟ ରହିଅଛି ।

ଖବର ଓଡ଼ିଶା 28/03/2017
Khabar Odisha:Newborn-girl-child-buried-alive-case-accused-father-arrested

ଯାଜପୁରରେ ଜୀବନ୍ତ ଶିଶୁକନ୍ୟାକୁ ଖତଗଦାରୁ ଉଦ୍ଧାର କରାଯିବା ଘଟଣା: ଅଭିଯୁକ୍ତ ପିତା ଗିରଫ

ଯାଜପୁର, ମାର୍ଚ୍ଚ୨୮(ଖବର ଓଡ଼ିଶା): ପୂର୍ବରୁ ୪ଟି ସନ୍ତାନ ଥିବାରୁ ପ୍ରଥମେ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲା ବାପା। ଏଥିରେ ସଫଳ ନହେବାରୁ ଶେଷରେ ନିଜର ନବଜାତ ଶିଶୁକୁ ନିଜର ଘର ନିକଟ ଖତଗଦାରେ ପୋତି ଦେବାକୁ ମଧ୍ୟ ସେ ପଛାଇନଥିଲା। ଏପରି ଏକ ଯୁକ୍ତି ବାଢ଼ିଛି ଯାଜପୁର ଜିଲ୍ଲା ଶ୍ୟାମସୁନ୍ଦରପୁର ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାର ବାପା। ସୁଚନା ମୁତାବକ,୨୫ ତାରିଖ ଭୋର ୫ଟା ସମୟରେ ଶିଶୁ କନ୍ୟାଟି ଜନ୍ମଲାଭ କରିଥିଲା। ମାତ୍ର ପୂର୍ବରୁ ୪ଟି ସନ୍ତାନ ଥିବାରୁ ନିଜର ଜିବନ୍ତ ଶିଶୁକନ୍ୟାକୁ ବାପା ରମେଶ ବସ୍ତିଆ ହତ୍ୟା କରିବାର ଯୋଜନା କରିଥିଲା। ତେବେ ରମେଶର ଏହି ବୟାନ ପରେ ତାକୁ ଜେନାପୁର ପୋଲିସ୍‌ ଗିରଫ କରିଥିବା ଏସ୍‌ପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଖବର ଓଡ଼ିଶା 28/03/2017
Khabar Odisha:crime-increases-in-the-year-2016-in-Odisha-home-ministry

ପ୍ରକାଶ ପାଇଲା ୨୦୧୬ ବର୍ଷର ଶ୍ୱେତପତ୍ର, ବଢିଛି ଅପରାଧ

ଭୁବନେଶ୍ୱର, ୨୮ ମାର୍ଚ୍ଚ (ଖବର ଓଡ଼ିଶା): ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ୨୦୧୬ ମସିହାର ଶ୍ୱେତପତ୍ର ପ୍ରକାଶ ପାଇଛି। ଏହି ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ଅପରାଧ ସଂଖ୍ୟା ବଢିଥିବା ଜଣାପଡିଛି। ୨୦୧୬ ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୩ ହଜାର ୬୦୨ ଟି ଧର୍ତବ୍ୟ ଅପରାଧ ପଂଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୬୯ ହଜାର ୩୧୨ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୨୦୧୫ ମସିହାରେ ୧ ଲକ୍ଷ ୩ ହଜାର ୨୦୦ ଟି ଅପରାଧ ପଂଜୀକୃତ ହୋଇଥିଲା । ସେହିପରି ୨୦୧୬ ରେ ୧୩୨୮ ଟି ହତ୍ୟା ମାମଲା ପଂଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୬୫୪ ଟିରେ ଚାର୍ଜସିଟ୍ ଦାଖଲ ହୋଇଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି।

ଖବର ଓଡ଼ିଶା 28/03/2017
Khabar Odisha:ganjam-shame-4-Brother-raped-his-sister-case-registered

ନାବାଳିକାକୁ ଗଣଦୁଷ୍କର୍ମ କଲେ ସଂମ୍ପର୍କୀୟ ଭାଇ, ଅଭିଯୋଗ ଦାୟର

ଗଞ୍ଜାମ, ମାର୍ଚ୍ଚ୨୮(ଖବର ଓଡ଼ିଶା): ଆଜି ଜଣେ ନାବାଳିକାକୁ ନିଜର ସଂମ୍ପର୍କୀୟ ଭାଇ ଗଣଦୁଷ୍କର୍ମ କରିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକ ଅଞ୍ଚଳରେ। ରାଜନୈତିକ ଆକ୍ରୋଶ ରଖି ପ୍ରଥମେ ଅପହରଣ ଏବଂ ପରେ ଦୁଷ୍କର୍ମ କରାଯାଇଥିବା ପିଡ଼ିତା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ ପାଇଁ ଏସ୍ ପି ବ୍ଲକର ଏସ.ଡି.ପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଖବର ଓଡ଼ିଶା 28/03/2017
Khabar Odisha:Main-accused-in-RD-Varsity-girls-photo-posting-case-held

ରମାଦେବୀ ଛାତ୍ରୀଙ୍କ ଫଟୋ ଅଶ୍ଳୀଳ ଭାବେ ପୋଷ୍ଟ କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,ମାର୍ଚ୍ଚ ୨୮(ଖବର ଓଡ଼ିଶା): ସୋସିଆଲ ମିଡିଆରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋଅଶ୍ଳୀଳ ଭାବେ ପୋଷ୍ଟ କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଆରୋହୀ କ୍ରିଏସନସ୍ ର ମାଲିକ ସୁଜିତ ସାହୁକୁ କ୍ରାଇମ୍ବ୍ରାଂଚ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ସୁଜିତଙ୍କୁ କଟକ ଜିଲ୍ଲା ମାହାଙ୍ଗା ଅଂଚଳରୁ ଗିରଫ କରାଯାଇଥିବା କ୍ରାଇମ୍ବ୍ରାଂଚ ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 28/03/2017
Khabar Odisha:main-accused-arrested-in-RD-students-photo-post-case

ରମାଦେବୀ ଛାତ୍ରୀଙ୍କୁ ବଦନାମ କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ

ଭୁବନେଶ୍ୱର, ମାର୍ଚ୍ଚ୨୮(ଖବର ଓଡ଼ିଶା): କିଛିଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିବା ରମାଦେବୀ ସ୍ୱୟଂସହାୟକ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସୋସିଆଲ ମିଡ଼ିଆରେ ବଦନାମ କରିବାର ପ୍ରୟାସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଆରୋହି କ୍ରୀଏସନ୍‌ର ସୁଜିତ ସାହୁ ହୋଇଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଜଣାଇଛନ୍ତି। ଗତକାଲି ବିଳମ୍ୱିତ ରାତ୍ରୀରେ ସୁଜିତକୁ କଟକ ମାହାଙ୍ଗା ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଡ଼ିଜି ବିଜୟ ଶର୍ମା ସୂଚନା ଦେଇଛନ୍ତି।

ଖବର ଓଡ଼ିଶା 28/03/2017
Khabar Odisha:

କଟକ ଗଣ୍ଡରପୁର ଏଟିଏମ୍‌ ଲୁଟ୍‌ ଘଟଣା: ହରିୟାଣାରୁ ୨ ଲୁଟେରା ଗିରଫ

ଖବର ଓଡ଼ିଶା 28/03/2017
Khabar Odisha:CBO-make-a-special-team-to-investigate-the-RD-students-case

ରମାଦେବୀ ଛାତ୍ରୀଙ୍କୁ ବଦନାମ କରାଯିବା ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଗଠନ କଲା ସ୍ୱତନ୍ତ୍ର ଟିମ

ଭୁବନେଶ୍ୱର, ମାର୍ଚ୍ଚ୨୭(ଖବର ଓଡ଼ିଶା): ରମାଦେବୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସୋସିଆଲ ମିଡ଼ିଆରେ ବଦନାମ କରିବାର ପ୍ରୟାସ କରାଯାଇଥିବା ବିଗତ ତିନିଦିନ ଧରି ଚର୍ଚ୍ଚାରେ ରହିଆସୁଛି। ତେବେ କ୍ରାଇମବ୍ରାଞ୍ଚ ଆଜି ଏହାର ତଦନ୍ତ ଭାର ନେବା ପରେ ଏସ୍‌ଆଇଟିର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଏହି ଟିମ୍‌ରେ ୨ ଜଣ ମହିଳା ଇନ୍ସପେକ୍ଟର ସହ ୩ ଇନ୍ସପେକ୍ଟର ସାମିଲ ହୋଇଥିବା କମିଶନର ବି. କେ. ଶର୍ମା ସୂଚନା ଦେଇଛନ୍ତି।

ଖବର ଓଡ଼ିଶା 27/03/2017
Khabar Odisha:after-oppose-tree-cutting-a-lady-were-fired-by-sprey-petrol

ଗଛ କଟାକୁ ବିରୋଧ କରିବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ଦିଆଗଲା

ଯୋଧପୁର,ମାର୍ଚ୍ଚ-୨୭(ଖବରଓଡିଶା): ଗଛ କଟାକୁ ବିରୋଧ କରିବାକୁ ଯାଇ ଯୋଧପୁରର ହରିୟାଢ଼ାଣା ଗ୍ରାମର ଜଣେ ମହିଳାଙ୍କୁ ନିଜ ଜୀବନ ହରାଇବାକୁ ପଡିଛି । ଗ୍ରାମର ସରପଞ୍ଚ ଓ ଆର୍‌ଆଇ ମିଶି ମହିଳା ଜଣଙ୍କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଖବର ଓଡ଼ିଶା 27/03/2017
Khabar Odisha:Crime-branch-will-investigate-the-RD-students-case

ରମାଦେବୀ ଛାତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ପୋଷ୍ଟିଂ କରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ମାର୍ଚ୍ଚ୨୭(ଖବର ଓଡ଼ିଶା): ଓଡ଼ିଶାର ପ୍ରଥମ ମହିଳା ସ୍ୱୟଶାସିତ ମହାବିଦ୍ୟାଳୟ ରମାଦେବୀର ଛାତ୍ରୀଙ୍କ ଫଟୋକୁ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଭାବେ ପୋଷ୍ଟି କରିବା ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କ୍ରାଇମ୍‌ ବ୍ରାଞ୍ଚ ସ୍ପେଶାଲ ଡ଼ିଜି ବିଜୟ କୁମାର ଶର୍ମାଙ୍କୁ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଖବର ଓଡ଼ିଶା 27/03/2017
Khabar Odisha:Shooting-in-Cuttack-Youth-injured

କଟକରେ ଗୁଳିମାଡ଼, ଯୁବକ ଗୁରୁତର

ଖବର ଓଡ଼ିଶା 27/03/2017
Khabar Odisha:Inter-state-ATM-lutera-gang-nw-in-Police-hand

ପୋଲିସ ହାତରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା

ଭୁବନେଶ୍ଵର,ମାର୍ଚ୍ଚ୨୬(ଖବର ଓଡ଼ିଶା): ଏଟିଏମ ଲୁଟ ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ସଫଳତା। ଟ୍ଵିନ୍ ସିଟିରେ ଅଭିନବ ଉପାୟରେ କରାଯାଇଥିବା ଲୁଟର ଉତ୍ସ ପାଖରେ ପହଞ୍ଚି ପାରିଛି ପୋଲିସ। ଗ୍ୟାଙ୍ଗ ଲିଡ଼ର ଅଜୟ ଚୈାଧୁରୀକୁ ଉତ୍ତରାଖଣ୍ଡରୁ ଧରାଯାଇଥିବା ନେଇ ରବିବାର ଆୟୋଜିତ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ କମିଶନର ସୂଚନା ଦେଇଛନ୍ତି।

ଖବର ଓଡ଼ିଶା 26/03/2017
Khabar Odisha:UP-acid-attack-and-gang-rape-victim-news

ୟୁପିରେ ଏସିଡ୍‌ ମାଡ ଓ ଗଣବଳାତ୍କାର ପିଡୀତଙ୍କ ସାମ୍ନାରେ ସେଲ୍‌ଫି ନେଇଥିବା ପୋଲିସ୍‌ ସସ୍‌ପେଣ୍ଡ

ଲକ୍ଷ୍ନୋ,ମାର୍ଚ୍ଚ-୨୫(ଖବରଓଡିଶା): ସେଲ୍‌ଫି ନେବାର ଅଜବ ପରମ୍ପରା,କୌଣସି ସ୍ଥାନ,କାଳ ପାତ୍ର ଆଉ ଦେଖାଯାଉ ନାହିଁ ସେଲ୍‌ଫି ନେବାରେ । ହସ୍‌ପିଟାଲ୍‌ ବେଡ୍‌ରେ ଜୀବନ ମୃତ୍ୟୁ ସହ ଲଢ଼ୁଥିବା ଜଣେ ଗଣବଳାତ୍କାର ଓ ଏସିଡ୍‌ ମାଡ ପିଡୀତଙ୍କ ସାମ୍ନାରେ ବି ନିଆଯାଉଛି ସେଲ୍‌ଫି । ଏହି ସେଲ୍‌ଫି ଆଉ କେହି ନୁହେଁ ବରଂ ପିଡୀତଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ମହିଳା କନେଷ୍ଟବଳ ଉଠାଇଛନ୍ତି ।

ଖବର ଓଡ଼ିଶା 25/03/2017
Khabar Odisha:attack-on-woman-engineer-and-her-son-in-US

ଆମେରିକାରେ ପୁଣି ଭାରତୀୟଙ୍କ ଉପରେ ଆକ୍ରମଣ, ମହିଳା ଇଂଜିନିୟର ଏବଂ ପୁଅଙ୍କୁ ତଣ୍ଟିଚିପି ହତ୍ୟା

ହାଇଦ୍ରାବାଦ, ମାର୍ଚ୍ଚ୨୪(ଖବର ଓଡ଼ିଶା): ଆମେରିକାରେ ଦିନକୁ ଦିନ ଭାରତୀୟଙ୍କ ଉପରେ ଆକ୍ରମଣ ହେଉଥିବା ଘଟଣାମାନ ସାମ୍ନାକୁ ଆସୁଛି। ପୁଣି ଜଣେ ଭାରତୀୟ ମହିଳା ଇଂଜିନିୟର ଏବଂ ତାଙ୍କ ୭ ବର୍ଷର ପୁଅଙ୍କୁ ହତ୍ୟା କରାଯାଇଛି। ମହିଳାଙ୍କ ପରିବାର ହାଇଦ୍ରାବାଦର ପ୍ରକାଶମ ଜିଲ୍ଲାର ହୋଇଥିବା ବେଳେ ସେମାନେ ଏ ବିଷୟରେ ଶୁକ୍ରବାର ସୁଚନା ଦେଇଛନ୍ତି। ତେବେ ମା’ ଏବଂ ପୁଅଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଖବର ଓଡ଼ିଶା 24/03/2017
Khabar Odisha:boyfriend-kills-a-man-who-commented-on-his-lover

ପ୍ରେମିକାକୁ କମେଣ୍ଟ ମାରିବାରୁ ପ୍ରେମିକର ଉନ୍ମତ୍ତ କାଣ୍ଡ

ରାଉଲକେଲା, ମାର୍ଚ୍ଚ24(ଖବର ଓଡ଼ିଶା): ରାଉଲକେଲା ଜଲଦାରେ କମେଣ୍ଟମରାକୁ କେନ୍ଦ୍ରକରି ଜଣେ ଯୁବକକୁ ହତ୍ୟା କରାଯାଇଛି। ତେବେ ଅଭିଯୁକ୍ତ ଯୁବକକୁ ଜଲଦା ଫାଣ୍ଡି ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି।

ଖବର ଓଡ଼ିଶା 24/03/2017
Khabar Odisha:action-in-social-media

ସୋସିଆଲ ମିଡ଼ିଆ ମାଧ୍ୟମରେ ଧରାପଡ଼ିଲା ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକ

ଭୁବନେଶ୍ୱର, ମାର୍ଚ୍ଚ୨୪(ଖବର ଓଡ଼ିଶା): ଭୁବନେଶ୍ୱର ଦିଲ୍ଲୀ ଯାଉଥିବା ଜଣେ ଯୁବତୀଙ୍କୁ ଟ୍ରେନରେ ଥିବା ସହଯାତ୍ରୀ ଦୁର୍ବବ୍ୟହାର କରିଥିବାକୁ ନେଇ ସୋସିଆଲ ମିଡ଼ିଆ ସହାୟତାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧାର ବାଣୀପ୍ରସାଦ ମହାନ୍ତି ହୋଇଥିବା ଜଣାପଡ଼ିଛି।

ଖବର ଓଡ଼ିଶା 24/03/2017
First Previous
1 2 3 4 5 6 7 8 9 10
Next Last Page 1 of 21